ନୂଆଦିଲ୍ଲୀ:ଆକ୍ସନ ମୋଡରେ ଜାତୀୟ ଅନୁସନ୍ଧାନ ଏଜେନ୍ସି । ଆତଙ୍କବାଦୀ ପାଣ୍ଠି ସଂଗ୍ରହ ସନ୍ଦେହରେ ଚଣ୍ଡିଗଡ଼ ଓ ଜମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ରେଡ କରିଛି ଏନଆଇଏ (NIA raids in Chandigarh and Jammu Kashmir in terror funding case)। ଆତଙ୍କବାଦୀ କାର୍ଯ୍ୟକଳାପ ଓ ପାଣ୍ଠି ସଂଗ୍ରହରେ ଯେଉଁ ମାନେ ଜଡିତ ଅଛନ୍ତି ସେମାନଙ୍କୁ ଖୋଜୁଛି ଜାତୀୟ ଅନୁସନ୍ଧାନକାରୀ ଏଜେନ୍ସି ।
ଗତ ଶୁକ୍ରବାର ଆତଙ୍କବାଦୀ ସଂଗଠନ ଓ ପାଣ୍ଠି ଯୋଗାଇବା କାର୍ଯ୍ୟକଳାପରେ କିଛି ସଂଗଠନର ସମ୍ପୃକ୍ତି ଥିବା ଇନପୁଟ ସୂଚନା ମିଳିବା ପରେ କାଶ୍ମୀର ଉପତ୍ୟକାର ଅନେକ ସ୍ଥାନରେ ଏନଆଇଏ ରେଡ କରିଥିଲା । ମୋଟ ୧୩ଟି ସ୍ଥାନରେ ଚଢାଉ କରାଯାଇଥିବା ବେଳେ ଏଥି ମଧ୍ୟରେ ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ଦୁଇଟି ସ୍ଥାନ ରହିଛି ।