ଓଡିଶା

odisha

ETV Bharat / bharat

Terror funding Case: ଜମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ NIAର ରେଡ, 2 ଆତଙ୍କୀ ଗିରଫ

ଜମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଏନଆଇଏର ରେଡ । ଆତଙ୍କବାଦୀ ପାଣ୍ଠି ସଂଗ୍ରହ ସନ୍ଦେହରେ ଚଢାଉ ଜାରି । ଅଧିକ ପଢନ୍ତୁ

By

Published : Aug 18, 2023, 11:01 AM IST

NIA raids at different places of jammu and kashmir
NIA raids at different places of jammu and kashmir

ଶ୍ରୀନଗର:ଆତଙ୍କବାଦୀ ପାଣ୍ଠି ସଂଗ୍ରହ ସନ୍ଦେହରେ ଜମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଏନଆଇଏର ଚଢାଉ । ଜମ୍ମୁର ଭତିଣ୍ଡି ଓ କାଶ୍ମୀରର କୁଲଗାମ, ସୋପିଆନ ଏବଂ କୁପୱାରା ଜିଲ୍ଲାରେ ଚଢାଉ କରିଛି ଏନଆଇଏ । ସ୍ଥାନୀୟ ପୋଲିସ ଏବଂ ସିଆରପିଏଫ ଏହି ଚଢାଉରେ ସାମିଲ ଅଛନ୍ତି । ସୋପୋର ପୋଲିସ ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

ଡୋଡା ଜିଲ୍ଲାର ଗାନ୍ଧୋ ନିବାସୀ ଏମଡି ସରିଫ ନାଜଙ୍କ ପୁଅ ଡକ୍ଟର ପରଭେଜ ଅହମ୍ମଦ ନାଜଙ୍କ ଘରେ ଚଢାଉ କରିଛି ଏନଆଇଏ । ବର୍ତ୍ତମାନ ସେ ଜମ୍ମୁର ଭତିଣ୍ଡି ପିଅର ବାଗ କଲୋନୀରେ ରହୁଛନ୍ତି । ସନ୍ଦେହ କରାଯାଉଛି ଯେ, ଉକ୍ତ ଡାକ୍ତର ତାଙ୍କ ମୋବାଇଲରେ କିଛି ନିଷିଦ୍ଧ ଆପ୍ ବ୍ୟବହାର କରୁଛନ୍ତି ଏବଂ ପାକିସ୍ତାନ ସହ ଯୋଗାଯୋଗରେ ଅଛନ୍ତି । ବର୍ତ୍ତମାନ କାଶ୍ମୀରରେ କୁଲଗାମର ପରିୱାନ ଗ୍ରାମ, କୁପୱାରାର କ୍ରାଲପୋରା ଅଞ୍ଚଳ ଏବଂ ସୋପିଆନ୍ ଜିଲ୍ଲାର ଛୋଟିଗାମ ଗ୍ରାମରେ ଚଢାଉ କରୁଛି ତଦନ୍ତକାରୀ ସଂସ୍ଥା । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-Terror funding Case: ସୋପିଆନା ଜିଲ୍ଲାରେ NIAର ରେଡ୍‌

ଗୋଟିଏ ପଟେ ଏନଆଇଏ ରେଡ କରିଥିବା ବେଳେ ଅନ୍ୟପଟେ ସୋପାରରୁ ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଛି ପୋଲିସ । ଦୁଇ ଗିରଫ ଆତଙ୍କୀ ଲସ୍କର-ଏ-ତୋଏବାର ଆତଙ୍କୀ ସଂଗଠନର ହୋଇଥିବା ସୂଚନା ମିଳିଛି । ସେମାନଙ୍କ ନିକଟରୁ ବିସ୍ଫୋରକ ସାମଗ୍ରୀ ଜବତ କରାାଇଛି । ଏନେଇ ଏକ ମାମଲା ରୁଜୁ ହୋଇଥିବା ସୋପୋର ପୋଲିସ ସୂଚନା ଦେଇଛି।

ମିଳିଥିବା ସୂଚନା ଅନୁଯାୟୀ, ସୋପୋରରେ ଆତଙ୍କୀ ଲୁଚି ରହିଥିବା ନେଇ ଏକ ବିଶେଷ ସୁତ୍ରରୁ ଜାମ୍ମୁ କାଶ୍ମୀର ପୋଲିସ ସୂଚନା ପାଇଥିଲା । ସେମାନଙ୍କ ଗତିବିଧି ଉପରେ ପୋଲିସ ନଜର ରଖିଥିଲା । ଆଜି ସକାଳ ସମୟରେ ଦୁଇ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଦୁଇ ଆତଙ୍କୀ କେତେ ଦିନ ଧରି ଆତଙ୍କବାଦ କାର୍ଯ୍ୟକଳାପରେ ଲିପ୍ତ ଥିଲେ ଏବଂ କେଉଁ କେଉଁ ଘଟଣାରେ ଏମାନେ ସାମିଲ ରହିଛନ୍ତି ସେନେଇ ପଚରାଉଚରା କରାଯାଉଛି । ଏଥିସହ ତାଙ୍କର କେତେଜଣ ସହଯୋଗୀ ଜମ୍ମୁ କାଶ୍ମୀରରେ ରହିଛନ୍ତି ସେନେଇ ମଧ୍ୟ ପଚରାଉଚରା କରାଯାଉଛି ।

ଆତଙ୍କବାଦୀ ପାଣ୍ଠି ସଂଗ୍ରହ ମାମଲାରେ ଲଗାତାର ଜମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ଜାତୀୟ ଅନୁସନ୍ଧାନ ଏଜେନ୍ସି । ମେ 15 ତାରିଖରେ ସୋପିଆନା ଜିଲ୍ଲାରେ ରେଡ କରିଥିଲା ଏନଆଇଏ । ସୋପିଆନାର ବୋନଗାମ ଏବଂ ବୋନ ବଜାର ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିବା ବେଳେ ସ୍ଥାନୀୟ ପୋଲିସ ଏବଂ ସିଆରପିଏଫ ମଧ୍ୟ ଏନଆଇଏକୁ ସହଯୋଗ କରିଥିଲେ ।

ABOUT THE AUTHOR

...view details