ଓଡିଶା

odisha

ETV Bharat / bharat

Terror Funding Case: ଜମ୍ମୁ କାଶ୍ମୀରରେ 11 ସ୍ଥାନରେ NIA ରେଡ

ଜେଇଆଇ ସହିତ ଜଡିତ ଆତଙ୍କବାଦୀ ପାଣ୍ଠି ମାମଲାରେ ଜମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଏନଆଇଏର ଚଢାଉ। ଅଧିକ ପଢନ୍ତୁ

By

Published : May 11, 2023, 3:23 PM IST

Jamaat e Islami terror funding case
Jamaat e Islami terror funding case

ଶ୍ରୀନଗର: ଆକ୍ସନ ମୋଡରେ ଏନଆଇଏ । ଆତଙ୍କବାଦୀ ପାଣ୍ଠି ସଂଗ୍ରହ ସନ୍ଦେହରେ ଲଗାତାର ଜମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ଜାତୀୟ ଅନୁସନ୍ଧାନ ଏଜେନ୍ସି । ଜମାତ-ଇ-ଇସଲାମି (ଜେଇଆଇ) ସହିତ ଜଡିତ ଆତଙ୍କବାଦୀ ପାଣ୍ଠି ମାମଲାରେ ଆଜି ଜମ୍ମୁ କାଶ୍ମନୀରର 11ଟି ସ୍ଥାନରେ ଚଢାଉ କରିଛି ଏନଆଇଏ । ବୁଡଗାମ ଓ ବାରମୁଲ୍ଲା ଜିଲ୍ଲାର ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ଗତ 9 ତାରିଖରେ ମଧ୍ୟ ଆତଙ୍କବାଦୀ ପାଣ୍ଠି ସଂଗ୍ରହ ସନ୍ଦେହରେ ଜମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଜାତୀୟ ଅନୁସନ୍ଧାନ ଏଜେନ୍ସି ଚଢାଉ କରିଥିଲା । ଜମ୍ମୁ କାଶ୍ମୀରର 12ରୁ ଉର୍ଦ୍ଧ୍ବ ସ୍ଥାନରେ ଚଢାଉ କରି ଜଣଙ୍କୁ ଅଟକ ରଖି ପଚରା ଉଚରା କରିଥିଲା ଏନଆଇଏ । ଶ୍ରୀନଗର, କୁପୱାରା, କୁଲଗାମ, ଶୋପିଆନା, ଅନନ୍ତନାଗ, ପୁଞ୍ଛ, କିସ୍ତିଓ୍ବାର ଏବଂ ରଜୌରୀ ଜିଲ୍ଲାରେ ଏନଆଇଏ ଚଢାଉ କରିଥିଲା । ଅନନ୍ତନାଗରେ ଜଣେ ପୋଲିସ କର୍ମଚାରୀଙ୍କ ଘରେ ଓ ଶୋପିଆନାରେ ଜଣେ ବ୍ୟବସାୟୀଙ୍କ ଘରେ ଚଢାଉ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-Centre Vs Delhi Govt Row: ଦିଲ୍ଲୀରେ କିଙ୍ଗ୍ କେଜ୍ରିୱାଲ, ଅଧିକାରୀ ନିଯୁକ୍ତି ନିଷ୍ପତ୍ତି ନେବେ ଦିଲ୍ଲୀ ସରକାର

ସେହିପରି ଗତ ମେ 4 ତାରିଖ ଦିନ ଜମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଏନଆଇଏ ଚଢାଉ କରିଥିଲା । ଜେଇଆଇ ସହିତ ଜଡିତ ଆତଙ୍କବାଦୀ ପାଣ୍ଠି ମାମଲାରେ ଗୁରୁବାର ମୋଟ 16ଟି ସ୍ଥାନରେ ଜାତୀୟ ଅନୁସନ୍ଧାନ ଏଜେନ୍ସି ଚଢାଉ କରିଥିଲା । କିସ୍ତିଓ୍ବାରର 6ଟି ସ୍ଥାନ ଓ ବାରମୁଲ୍ଲାର 11ଟି ସ୍ଥାନରେ ସର୍ଚ୍ଚ ଅପରେସନ କରିଥିଲା ଏନଆଇଏ । ଫେବୃଆରୀ 28 2019ରେ କେନ୍ଦ୍ର ସରକାରୀ ଜମାତ-ଏ-ଇସଲାମି ସଂଗଠନକୁ ବ୍ୟାନ କରିଥିଲେ କେନ୍ଦ୍ର ସରକାର । ଏହି ସମୟରେ ଅନେକ ନେତାଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ- ହନିଟ୍ରାପରେ ଗିରଫ DRDO ବୈଜ୍ଞାନିକ: ପାକିସ୍ତାନକୁ ଦେଇଛନ୍ତି ବ୍ରହ୍ମୋସ ଓ ଅଗ୍ନୀ କ୍ଷେପଣାସ୍ତ୍ର ତଥ୍ୟ

ଗତ 2 ତାରିଖରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ଷଡ଼ଯନ୍ତ୍ର ମାମଲାରେ ଜମ୍ମୁ କାଶ୍ମୀରର 12ଟି ସ୍ଥାନରେ ଚଢାଉ କରିଥିଲା ଜାତୀୟ ଅନୁସନ୍ଧାନ ଏଜେନ୍ସି । ମାର୍ଚ୍ଚ 14 ତାରିଖରେ ପୁଲୱାମା, ଅନନ୍ତନାଗ , ସୋପିଆନ ଓ କୁଲଗାମ ଅଞ୍ଚଳରେ ଆତଙ୍କବାଦୀ ପାଣ୍ଠି ସଂଗ୍ରହ ମାମଲାରେ ସନ୍ଦେହ ଘେରରେ ଥିବା ବ୍ୟକ୍ତିଙ୍କ ଘରେ ସର୍ଚ୍ଚ ଅପରେସନ କରାଯାଇଥିଲା । ହୁରିୟାତ ନେତା କ୍ବାଜି ୟାସିର ଏବଂ ଜାମ୍ମୁ କାଶ୍ମୀର ମୁକ୍ତି ଆନ୍ଦୋଳନ ଅଧ୍ୟକ୍ଷ ଜାଫର ଭଟ୍ଟଙ୍କ ଘରେ ରେଡ କରିଥିଲା ଏନଆଇଏ ।

ABOUT THE AUTHOR

...view details