ଓଡିଶା

odisha

By

Published : Mar 8, 2021, 4:44 PM IST

ETV Bharat / bharat

ଅମ୍ବାନୀଙ୍କ ଆଣ୍ଟିଲିଆ ବାହାରୁ ମିଳିଥିବା ବିସ୍ଫୋରକ ଭର୍ତ୍ତି ଗାଡି ଜବତ ମାମଲାର ଯାଞ୍ଚ କରିବ NIA

ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆ ବାହାରେ ବିସ୍ଫୋଟକ ଭର୍ତ୍ତି ଗାଡି ଜବତ ମାମଲାରେ ଯାଞ୍ଚ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା(NIA) । ଏହି ମାମଲାର ଯାଞ୍ଚ ପାଇଁ ଦିଲ୍ଲୀରୁ ମୁମ୍ବାଇ ଯିବ ଏନଆଇଏର ସ୍ୱତନ୍ତ୍ର ଯାଞ୍ଚ ଟିମ । ଅଧିକ ପଢନ୍ତୁ...

ଅମ୍ବାନୀଙ୍କ ଆଣ୍ଟିଲିଆ ବାହାରୁ ମିଳିଥିବା ବିସ୍ଫୋରକ ଭର୍ତ୍ତି ଗାଡି ଜବତ ମାମଲାର ଯାଞ୍ଚ କରିବ NIA
ଅମ୍ବାନୀଙ୍କ ଆଣ୍ଟିଲିଆ ବାହାରୁ ମିଳିଥିବା ବିସ୍ଫୋରକ ଭର୍ତ୍ତି ଗାଡି ଜବତ ମାମଲାର ଯାଞ୍ଚ କରିବ NIA

ନୂଆଦିଲ୍ଲୀ: ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆ ବାହାରେ ବିସ୍ଫୋଟକ ଭର୍ତ୍ତି ଗାଡି ଜବତ ମାମଲାରେ ଯାଞ୍ଚ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା(NIA) । ଏହି ମାମଲାର ତଦନ୍ତ ପାଇଁ ଦିଲ୍ଲୀରୁ ମୁମ୍ବାଇ ଯିବ ଏନଆଇଏର ସ୍ୱତନ୍ତ୍ର ଯାଞ୍ଚ ଟିମ ।

କେବଳ ଗାଡି ଜବତ ମାମଲାରେ ଯାଞ୍ଚ ଭାର ଏନଆଇଏକୁ ହସ୍ତାନ୍ତର କରାଯାଇଛି । ଅନ୍ୟପକ୍ଷେ ଗାଡିର ମାଲିକ ମନସୁଖ ହିରେନର ମୃତଦେହ ମିଳିବା ଘଟଣାରେ ତାଙ୍କ ସ୍ତ୍ରୀଙ୍କ ବୟାନ ଓ ଦାଏର ହୋଇଥିବା ହତ୍ୟା ମାମଲାର ଯାଞ୍ଚ ଏବେ ବି ମହାରାଷ୍ଟ୍ର ଏଟିଏସ ପାଖରେ ରହିଛି ।

ଅମ୍ବାନୀଙ୍କ ମୁମ୍ବାଇ ସ୍ଥିତ ବାସଭବନ ଆଣ୍ଟିଲିଆ ନିକଟରୁ ମିଳିଥିବା ବିସ୍ଫୋରକ ଜିଲେଟିନ ଭର୍ତ୍ତି ସ୍କର୍ପିଓ ଗାଡି ମାଲିକର ମୃତ୍ୟୁ ହୋଇଯାଇଛି । ସୂଚନା ଅନୁଯାୟୀ, ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଗାଡି ଡ୍ରାଇଭର ତଥା ଏହାର ମାଲିକ ଆତ୍ମହତ୍ୟା କରିଛି । ହେଲେ ପରେ ତାଙ୍କ ସ୍ତ୍ରୀଙ୍କ ବୟାନ ଆଧାରରେ ହତ୍ୟା ମାମଲା ରୁଜ କରାଯାଇଛି । କଲୱା ଅଞ୍ଚଳରୁ ଗାଡି ମାଲିକର ମୃତଦେହ ମିଳିଥିଲା ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁଖ୍ୟ ଅମ୍ବାନୀଙ୍କ ବହୁମହଲା ବାସଭବନ ଆଣ୍ଟିଲିଆ ନିକଟରୁ 25 ଫେବୃଆରୀ ସଂଧ୍ୟାରେ ମିଳିଥିଲା 2.5 କିଲୋର ଜିଲେଟିନ ବିସ୍ଫୋରକ । ଏକ ସନ୍ଦିଗ୍ଧ ଗାଡିରେ ରହିଥିଲା ଏହି ଜିଲେଟିନ । ଗାଡିରେ ଏକ ଚିଠି ମଧ୍ୟ ମିଳିଥିବା କୁହାଯାଇଥିଲା, ଯେଉଁଥିରେ ଅମ୍ବାନୀ ଓ ତାଙ୍କ ପରିବାରକୁ ଧମକ ଦିଆଯାଇଥିବା ବିଷୟରେ ଉଲ୍ଲେଖ ଥିଲା ।

ସେପଟେ ମୁକେଶ ଅମ୍ବାନୀଙ୍କ ଘର ବାହାରେ କାରରେ ମିଳିଥିବା ବିସ୍ଫୋରକ ମିଳିବା ମାମଲାରେ ମୁମ୍ବାଇ ପୋଲିସର ତଦନ୍ତ ଉପରେ ପ୍ରଶ୍ନଚିହ୍ନ ଛିଡା କରିଥିଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ।

ABOUT THE AUTHOR

...view details