ଓଡିଶା

odisha

ETV Bharat / bharat

16 ଯାଏଁ ରିମାଣ୍ଡରେ ଗଲା ଆତଙ୍କୀ ଲିଙ୍କରେ ଗିରଫ ଛାତ୍ର, ଗତକାଲି ଗିରଫ କରିଥିଲା NIA - ଦିଲ୍ଲୀରେ ଇଞ୍ଜିନିୟରିଂ ଛାତ୍ରଙ୍କୁ ଗିରଫ କଲା NIA

ରିମାଣ୍ଡରେ ଗଲା ଆତଙ୍କୀ ଲିଙ୍କରେ ଦିଲ୍ଲୀରୁ ଗିରଫ ଛାତ୍ର । ଆଜି କୋର୍ଟରେ ହାଜର କରିବା ପରେ 16 ଯାଏଁ ରିମାଣ୍ଡରେ ନେଲା ଜାତୀୟ ତଦନ୍ତକାରୀ ସଂସ୍ଥା । ଗତକାଲି ଛାତ୍ରକୁ ଗିରଫ କରିଥିଲା NIA । ଅଧିକ ପଢନ୍ତୁ

16 ଯାଏଁ ରିମାଣ୍ଡରେ ଗଲା ଆତଙ୍କୀ ଲିଙ୍କରେ ଗିରଫ ଛାତ୍ର, ଗତକାଲି ଗିରଫ କରିଥିଲା NIA
16 ଯାଏଁ ରିମାଣ୍ଡରେ ଗଲା ଆତଙ୍କୀ ଲିଙ୍କରେ ଗିରଫ ଛାତ୍ର, ଗତକାଲି ଗିରଫ କରିଥିଲା NIA

By

Published : Aug 8, 2022, 3:59 PM IST

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ସଂଗଠନ ISIS ପାଇଁ ପାଣ୍ଠି ଯୋଗାଡରେ ସମ୍ପୃକ୍ତ ଥିବା ଅଭିଯୋଗରେ ଦିଲ୍ଲୀରୁ ଜାତୀୟ ତଦନ୍ତକାରୀ ସଂସ୍ଥା NIA ଦ୍ବାରା ଗିରଫ ଛାତ୍ର ମୋସିନ ମହମ୍ମଦକୁ ରିମାଣ୍ଡରେ ପଠାଇଛନ୍ତି କୋର୍ଟ । ଆଜି ତାଙ୍କୁ କୋର୍ଟରେ ହାଜର କରିଥିଲା ଏନଆଇଏ । ବେଲ ଖାରଜ ହେବା ସହ ତାଙ୍କୁ ଚଳିତମାସ (ଅଗଷ୍ଟ) 16 ତାରିଖ ଯାଏଁ ତଦନ୍ତକାରୀ ସଂସ୍ଥା ରିମାଣ୍ଡକୁ ପଠାଯାଇଛି । ଏହି ଅବଧି ମଧ୍ୟରେ ତାକୁ ଜେରା କରିବା ସହ ଅଧିକ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରିବ ସଂସ୍ଥା ।

ଏହା ମଧ୍ୟ ପଢନ୍ତୁ:-ISIS ଲିଙ୍କ ଅଭିଯୋଗରେ ଛାତ୍ରଙ୍କୁ ବାନ୍ଧିଲା NIA, ଅଭିଯୋଗକୁ ପରିବାରର ଖଣ୍ଡନ

ମୋସିନ ମହମ୍ମଦ ଜାମିଆ ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟର ଜଣେ ପ୍ରଥମ ବର୍ଷ ଇଞ୍ଜିନିୟରିଂ ଛାତ୍ର । ଗତକାଲି ତାଙ୍କୁ ତଦନ୍ତକାରୀ ସଂସ୍ଥା ଗିରଫ କରିଥିଲା । ସେ ଆତଙ୍କବାଦୀ ସଂଗଠନ ISIS ପାଇଁ ଅର୍ଥ ସଂଗ୍ରହ କରିଥିବା ବେଳେ କ୍ରିପ୍ଟୋକରେନ୍ସି ବ୍ୟବହାର କରି ବିଭିନ୍ନ ଦେଶରୁ ଆତଙ୍କବାଦୀ ସଂଗଠନ ସଞ୍ଚାଳିତ ହେଉଥିବା ସିରିଆକୁ ପଠାଇଥିବା NIA କହିଥିଲା । ତେବେ ଏପରି ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଥିଲେ ଗିରଫ ଛାତ୍ରଙ୍କ ପରିବାର । ତାଙ୍କୁ ମିଥ୍ୟାରେ ଫସାଇବାକୁ ଚେଷ୍ଟା କରାଯାଉଥିବା ଗିରଫ ଛାତ୍ରଙ୍କ ପରିବାର ପାଲଟା ଅଭିଯୋଗ କରିଥିଲେ । ଆଜି ତାଙ୍କୁ କୋର୍ଟରେ ହାଜର କରି ରିମାଣ୍ଡରେ ନେଇଛି ଏନଆଇଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details