ଓଡିଶା

odisha

ETV Bharat / bharat

Gangster Terror Cases: 8 ରାଜ୍ୟର 70 ସ୍ଥାନରେ NIA ରେଡ୍

ଗ୍ୟାଙ୍ଗଷ୍ଚାର ଆତଙ୍କବାଦୀ ମାମଲା ନେଇ 8 ରାଜ୍ୟରେ ଛାପା ମାରିଛି ଜାତୀୟ ଅନୁସନ୍ଧାନକାରୀ ଏଜେନ୍ସିଂ । ଅଧିକ ପଢନ୍ତୁ

By

Published : Feb 21, 2023, 9:48 AM IST

Gangster Network Cases
ଗ୍ୟାଙ୍ଗଷ୍ଚାର ନେଟୱାର୍କ ମାମଲା

ନୂଆଦିଲ୍ଲୀ:ଆକ୍ସନ ମୁଡରେ ଏନଆଇଏ । ଉତ୍ତର ଭାରତୀୟ ରାଜ୍ୟର ବିଭିନ୍ନ ସ୍ଥାନରେ ଜାତୀୟ ଅନୁସନ୍ଧାନକାରୀ ଏଜେନ୍ସି ଛାପା ମାରିଛି । 8 ରାଜ୍ୟର ପ୍ରାୟ 70ଟି ସ୍ଥାନରେ ଏନଆଇଏ ରେଡ କରିଛି । ଗ୍ୟାଙ୍ଗଷ୍ଚାର ଆତଙ୍କବାଦୀ ମାମଲା ଓ ଆତଙ୍କୀବାଦକୁ ପାଣ୍ଠି ଯୋଗାଣ ମାମଲାକୁ ନେଇ ଏହି ଚଢାଉ ହୋଇଥିବା ଅନୁମାନ କରାଯାଉଛି ।

ପଞ୍ଜାବ, ହରିୟାଣା, ରାଜସ୍ଥାନ, ଉତ୍ତରପ୍ରଦେଶ, ଦିଲ୍ଲୀ, ଚଣ୍ଡିଗଡ, ଗୁଜୁରାଟ ଓ ମଧ୍ୟପ୍ରଦେଶ ଆଦି 8 ରାଜ୍ୟରେ ଆତଙ୍କବାଦୀଙ୍କ ସହ ଲିଙ୍କ ଥିବା ବିଭିନ୍ନ ଗ୍ୟାଙ୍ଗଷ୍ଟାରଙ୍କ ଠିକଣାରେ ଏନଆଇଏ ଛାପା ମାରିଛି । ପଞ୍ଜାବର 30 ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରଖିଛି ଏନଆଇଏ । ଗ୍ୟାଙ୍ଗଷ୍ଚାର ଆତଙ୍କବାଦୀ ମାମଲା ଓ ଅପରାଧିକ କାର୍ଯ୍ୟକଳାପ ନେଇ ଏନଆଇଏର ଏହା ଚତୁର୍ଥ ରେଡ୍ । ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ଲିଙ୍କ ଥିବା ସନ୍ଦେହରେ ଏହି ଚଢାଉ କରାଯାଉଛି । ଏହି ଗ୍ୟାଙ୍ଗର 4 ଜଣ ସଦସ୍ୟ ଗତବର୍ଷ ନଭେମ୍ବରର ପଞ୍ଜାବର ରୁପାନଗରରେ ଚଢାଉ ସମୟରେ ଧରା ପଡିଥିଲେ ।

ହତ୍ୟା ଓ ବେଆଇନ ଅସ୍ତ୍ରଶସ୍ତ୍ର କାରବାର ନେଇ ଏମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଗତବର୍ଷ ନଭେମ୍ବରରେ ପଞ୍ଜାବର ତାରା ତରନ, ଫାଜିତା, ଲୁଧିଆନା, ମୋହାଲି ଜିଲ୍ଲାରେ ଏନଆଇଏ ଛାପା ମାରିଥିଲା । ସେହି ସମୟରେ ରାଜସ୍ଥାନ ଓ ଦିଲ୍ଲୀର କିଛି ସ୍ଥାନରେ ମଧ୍ୟ ରେଡ କରିଥିଲା । ଆତଙ୍କବାଦୀ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିବାକୁ ଜାତୀୟ ଅନୁସନ୍ଧାନକାରୀ ଏଜେନ୍ସିଂ ବିଭିନ୍ନ ସମୟରେ ନିରନ୍ତର ରେଡ ଜାରି ରଖିଛି ।

ଏହା ବି ପଢନ୍ତୁ...ପ୍ରଧାନମନ୍ତ୍ରୀଙ୍କ ଦିବଂଗତ ପିତାଙ୍କୁ ନେଇ କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ, ଘେରିଲା ବିଜେପି

ପ୍ରକାଶଥାଉ କି, ଫେବୃଆରୀ 15 ତାରିଖରେ ତାମିଲନାଡୁ କୋଏମ୍ବାଟୁର କାର ବିସ୍ଫୋରଣ ଘଟଣାରେ 3 ରାଜ୍ୟରେ ଏନଆଇଏ ରେଡ କରିଥିଲା । ତାମିଲନାଡୁ, କର୍ଣ୍ଣାଟକ ଓ କେରଳର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ଜାତୀୟ ଅନୁସନ୍ଧାନକାରୀ ଏଜେନ୍ସିଂ । ଏହା ପର୍ବରୁ ନଭେମ୍ବର 10 ତାରିଖରେ ତାମିଲନାଡୁର 45ଟି ସ୍ଥାନରେ ରେଡ କରିଥିଲା ।

ଗତବର୍ଷ ଅକ୍ଟୋବର 23 ତାରିଖରେ ତାମିଲନାଡୁ କୋଏମ୍ବାଟୁର ସହର ଆକ୍ରମ ଅଞ୍ଚଳରେ ଏକ କାରରେ ବିସ୍ଫୋରଣ ହୋଇଥିଲା । କାରରେ ଏଲପିଜି ସିଲିଣ୍ଡର ରଖାଯାଇ ବିସ୍ଫୋରଣ ଘଟାଯାଇଥିଲା । ଏଥିରେ ଜଣେ 29 ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଆଇଏସଆଇଏସ ସମର୍ଥକଙ୍କ ସମ୍ପୃକ୍ତି ଥିବା ନେଇ ଏନଆଇଏ ଚଢାଉ କରିଥିଲା ।

ABOUT THE AUTHOR

...view details