ଓଡିଶା

odisha

ETV Bharat / bharat

Terror link: କାଶ୍ମୀରର ବିଭିନ୍ନ ସ୍ଥାନରେ NIA ରେଡ - କାଶ୍ମୀର ପୋଲିସ

କାଶ୍ମୀରର ବିଭିନ୍ନ ସ୍ଥାନରେ ଚଢାଉ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା (NIA) । ଆତଙ୍କୀ ଲିଙ୍କରେ ଚାଲିଛି ଚଢାଉ । ସାମିଲ ଅଛନ୍ତି CRPF ଅଧିକାରୀ ଓ ସ୍ଥାନୀୟ ପୋଲିସ । ଅଧିକ ପଢନ୍ତୁ

Terror links: କାଶ୍ମୀରର ବିଭିନ୍ନ ସ୍ଥାନରେ NIA raids
Terror links: କାଶ୍ମୀରର ବିଭିନ୍ନ ସ୍ଥାନରେ NIA raids

By

Published : Nov 25, 2021, 7:54 PM IST

ଶ୍ରୀନଗର:ଆଜି (ଗୁରୁବାର)କାଶ୍ମୀର ଉପତ୍ୟକାର ବିଭିନ୍ନ ସ୍ଥାନରେ ଚଢାଉ ସହ ସର୍ଚ୍ଚ ଅପରେସନ ଜାରି ରଖିଛି ଜାତୀୟ ଅନୁସନ୍ଧାନ ଏଜେନ୍ସି (NIA) । NIA ଅଧିକାରୀ, CRPF ଅଧିକାରୀ ଓ ସ୍ଥାନୀୟ ପୋଲିସର ମିଳିତ ଟିମ କିଛି ଗ୍ରୁପରେ ଭାଗ ହୋଇ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କାଶ୍ମୀରର ଜଣେ ବେସରକାରୀ ଶିକ୍ଷକ ତଥା JEI କାର୍ଯ୍ୟକର୍ତ୍ତା ମହମ୍ମଦ ଶାଫି ଶାହାଙ୍କ ବାସଭବନ ସମେତ ସୟଦ ଅହମ୍ମଦ ଶାହ ନାମକ ଜଣେ ବେସରକାରୀ କର୍ମଚାରୀ, କାଶ୍ମୀର ସରକାରଙ୍କ କୃଷି ସମ୍ବନ୍ଧିତ ବିଭାଗରେ କାର୍ଯ୍ୟ କରୁଥିବା ରିଆଜ ଅହମ୍ମଦ ମୀର ଏବଂ ମହମ୍ମଦ ତଲିଫ ଶାହ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଏହି ଚଢାଉ କରାଯାଇଛି ।

ସୂଚନାନୁସାରେ, ଏକାଧିକ ସ୍ଥାନରେ ଚଢାଉ ଜାରି ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ପ୍ରକୃତ କରାଣ ସମ୍ପର୍କରେ ପୋଲିସ କିଛି ସ୍ପଷ୍ଟ ସୂଚନା ପ୍ରଦାନ କରୁନାହିଁ । କିନ୍ତୁ ଏହା ଆତଙ୍କୀ ସଂଗଠନ ଓ ଗତିବିଧି ସହ ଜଡିତ କାର୍ଯ୍ୟକଳାପ ନେଇ ଚଢାଉ ଚାଲିଥିବା ଅନୁମାନ କରାଯାଉଛି । ଏହି ସମୟରେ କ୍ରାଲପୋରାର ମାନବାଧିକାର କର୍ମୀ ପରଭେଜ ଇମ୍ରୋଜଙ୍କ ବାସଭବନରେ ମଧ୍ୟ ଏହି ଚଢାଉ କରାଯାଇଥିବା ସୂଚନା ମିଳିଛି । ତେବେ ଇମ୍ରୋଜଙ୍କ ବାସଭବନରେ ହୋଇଥିବା ଚଢାଉକୁ ଖଣ୍ଡନ କରିଛନ୍ତି ପରିବାର ଲୋକ । ଏପରି କିଛି ପୋଲିସ କାର୍ଯ୍ୟାନୁଷ୍ଠାନ ହୋଇ ନଥିବାବେଳେ ଏହା କେବଳ ଏକ ଗୁଜବ ବୋଲି କହିଛି ଇମ୍ରୋଜଙ୍କ ପରିବାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details