ଓଡିଶା

odisha

ETV Bharat / bharat

Coimbatore Blast Case: ତାମିଲନାଡୁ ସମେତ 3 ରାଜ୍ୟରେ NIAର ଚଢାଉ - ବିସ୍ଫୋରଣ ଘଟଣାରେ ଏନଆଇଏ ଚଢାଉ

କୋଏମ୍ବାଟୁର କାର ବିସ୍ଫୋରଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏନଆଇଏ । ତାମିଲନାଡୁ, କର୍ଣ୍ଣାଟକ ଓ କେରଳ ବିଭିନ୍ନ ସ୍ଥାନରେ ଚଢାଉ କରିଛି ଜାତୀୟ ଅନୁସନ୍ଧାନକାରୀ ଏଜେନ୍ସିଂ । ଅଧିକ ପଢନ୍ତୁ

Coimbatore Blast Case
3 ରାଜ୍ୟରେ NIAର ଚଢାଉ

By

Published : Feb 15, 2023, 10:49 AM IST

ନୂଆଦିଲ୍ଲୀ:ତାମିଲନାଡୁର କୋଏମ୍ବାଟୁର ବିସ୍ଫୋରଣ ଘଟଣାରେ ବଡ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ଜାତୀୟ ତଦନ୍ତକାରୀ ଏଜେନ୍ସିଂ । 3 ରାଜ୍ୟ କେରଳ, କର୍ଣ୍ଣାଟକ ଓ ତାମିଲନାଡୁରେ ପାଖାପଖି 60 ସ୍ଥାନରେ ଏନଆଇଏ ଚଢାଉ କରିଛି । ବିସ୍ଫୋରଣ ଘଟଣାରେ ISIS ସନ୍ଦିଗ୍ଧଙ୍କ ତଲାସରେ ଏହି ଚଢାଉ ହୋଇଥିବା ସୂଚନା ମିଳିଛି । ଏବେ ବି ଚଢାଉ ଜାରି ରହିଛି ।

କେରଳ, ତାମିଲନାଡୁ ଏବଂ କର୍ଣ୍ଣାଟକର 60ରୁ ଅଧିକ ସ୍ଥାନରେ ଏହା ସଙ୍ଗରେ ଏନଆଇଏ ଛାପା ମାରିଛି । ଅଧିକାଂଶ ସ୍ଥାନରେ ସନ୍ଦିଗ୍ଧ ISIS ସମର୍ଥକଙ୍କ ସମ୍ବନ୍ଧ ଥିବା ନେଇ ଚଢାଉ ହୋଇଛି । ବିଭିନ୍ନ ନିଷିଦ୍ଧାଞ୍ଚଳରେ ଚଢାଉ କରି ଗୁରୁତ୍ବପୂର୍ଣ୍ଣ ଦଲିଲ ଜବତ କରିଛି ତଦନ୍ତକାରୀ ଦଳ । ବିଶେଷ କରି ISIS ଆତଙ୍କୀ ସଂଗଠନ ଅନ୍ଦୋଳନକୁ ସମର୍ଥନ କରାଯାଉଥିବା ସ୍ଥାନରେ ରେଡ୍‌ ହୋଇଛି । ଚେନ୍ନାଇ, କୋଏମ୍ବାଟୁର, ମାୟିଲାଡୁଥୁରାଇ, ତିରୁନେଲଭେଲି ଓ ଟେନକାସୀ ଜିଲ୍ଲାରେ ଚଢାଉ ହୋଇଛି ।

Coimbatore car cylinder blast case

ଗତବର୍ଷ 23 ଅକ୍ଟୋବରରେ କୋଏମ୍ବାଟୁରରେ ଏକ କାରରେ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ଏହି ଘଟଣାର ଜଣେ କାର ଚାଳକଙ୍କ ମୃତ୍ୟୁ ହୋଇଥିଲା । ରିପୋର୍ଟ ଅନୁସାରେ ଏହି ବିସ୍ଫୋରଣ ଘଟଣାରେ 11 ଜଣଙ୍କୁ ଗରିଫ କରାଯାଇଥିଲା । ଏହି ସହିତ ସନ୍ଦିଗ୍ଧ ଆତଙ୍କବାଦୀ ଜେମ୍ସ ମୁବୀନର ମୃତ୍ୟୁ ହୋଇଥିଲା । ବିସ୍ଫୋରଣରେ ମାଷ୍ଟରମାଇଣ୍ଡ ଗିରଫ ସମସ୍ତେ କୋଏମ୍ବାଟୁରବାସୀ ଥିଲେ । ଏନଆଇଏ ସୂଚନାଅନୁସାରେ ଆତଙ୍କୀ ଆକ୍ରମଣକୁ ସଫଳ କରିବା ପୂର୍ବରୁ ଅଭିଯୁକ୍ତମାନେ ଷଡଯନ୍ତ୍ର ରଚିଥିଲେ । ସମସ୍ତ ଅଭିଯୁକ୍ତ ମୁହମ୍ମଦ ଅଜହଋଦିନ, ଅଫସର ଖାନ, ମୁହମ୍ମଦ ଥଲା, ମୁହମ୍ମଦ ରିୟାସ, ଫିରୋଡ ଇରାମଲ, ମହମ୍ମଦ ନବାଜ ଇସାଇଲ, ଫିରୋଜ ଇସମାଲ, ଉମର ଫାରୁକ, ଫିରୋଜ ଖାନ, ସୋନବର ଅଲ୍ଲୀ, ମହମ୍ମତ ତାରିଖଙ୍କୁ ଗିରଫ କରାଯାଇ କାରଗାରରେ ରଖାଯାଇଥିଲା ।

ଏହା ବି ପଢନ୍ତୁ...Air India-Boeing deal: ବାଇଡେନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ସିଲିଣ୍ଡରେ ଗ୍ୟାସ ଭର୍ତ୍ତି କରି ଏକ ବଡ ଧରଣର ବିସ୍ଫୋରଣ ପାଇଁ ଷଡଯନ୍ତ୍ର କରାଯାଇଥିଲା । ମାତ୍ର ଏହି ବିଫଳ ହୋଇଥିଲା । ଅଭିଯୁକ୍ତଙ୍କ ପାଖରୁ ବିଭିନ୍ନ ବିସ୍ଫେରକ ସାମଗ୍ରୀ ଜବତ କରିଥିଲା । ଯେଉଁଥିରେ ନାଇଟ୍ରେଟ, ସଲଫର, ଗ୍ୟାସ ସିଲିଣ୍ଡର ସହିତ ଇସଲାମି ବିଚାରଧାରା ବିବରଣୀ ଓ ନୋଟ୍‌ବୁକ୍‌ ଭଳି ସାମଗ୍ରୀ ରହିଥିଲା ।

ABOUT THE AUTHOR

...view details