ନୂଆଦିଲ୍ଲୀ:ଆକ୍ସନ ମୁଡରେ ଜାତୀୟ ଅନୁସନ୍ଧାନ ଏଜେନ୍ସି । ଆତଙ୍କବାଦୀ, ସ୍ମଗଲର ଓ ଗ୍ୟାଙ୍ଗଷ୍ଟାର ଉପରେ ଆକ୍ସନ ନେଇଛି ଏନଆଇଏ (National Investigation Agency)। ଦେଶର ପ୍ରାୟ 5 ରାଜ୍ୟରେ 50ରୁ ଅଧିକ ସ୍ଥାନରେ ଏନଆଇଏ ଚଢାଉ କରିଛି । ଦେଶ ତଥା ବିଦେଶରେ ଥିବା ଆତଙ୍କବାଦୀ ଲିଙ୍ଗ, ଗ୍ୟାଙ୍ଗଷ୍ଟାର ଓ ଡ୍ରଗ୍ସ ଚୋରା ଚାଲାଣକାରୀ କାର୍ଯ୍ୟକୁ ପଣ୍ଡ କରିବାକୁ ଏହି ଛାପା ମାରିଛି ଏନଆଇଏ ।
ସୂଚନା ମୁତାବକ, ଦିଲ୍ଲୀ ଏନସିଆର ସମେତ ପଞ୍ଜାବ, ହରିୟାଣା ଓ ରାଜସ୍ଥାନରେ ଏନଆଇଏ ଚଢାଉ ଜାରି ରଖିଛି । ହରାୟାଣାର ୧୦ ଜିଲ୍ଲା, ପଞ୍ଜାବର ୩ ରୁ୪ ଜିଲ୍ଲାରେ ଏନ୍ଆଇଏର ରେଡ୍ ଜାରି ରହିଛି । ଏହା ପୂର୍ବରୁ ଅକ୍ଟୋବର 14ରେ ଏନଆଇଏ ଡ୍ରଗ୍ସ କାରବାର ମାମଲାରେ ଜମ୍ମୁ କାଶ୍ମୀର ପୁଞ୍ଜ ଜିଲ୍ଲା ସହିତ ଅନେକ ସ୍ଥାନରେ ତଲାସି ନେଇଥିଲା । ଏନଆଇଏ ମୁତିବାକ ଏ ନେଇ କାହାକୁ ଗିରଫ କରାଯାଇନାହିଁ । ଚଳିତ ବର୍ଷ ସୁରକ୍ଷାବଳ ପଡୋଶୀ ଦେଶ ପାକିସ୍ତାନରୁ ଭାରତ ସୀମାକୁ 191 ଡ୍ରୋନର ଅବୈଧ ଅନୁପ୍ରବେଶ ଦେଖିବାକୁ ମିଳିଛି । ଯାହା ଦେଶର ସୁରକ୍ଷା ଉପରେ ବଡ ବିପଦ ଆଣିଛି ।