ଓଡିଶା

odisha

ETV Bharat / bharat

NIAର ବଡ ଖୁଲାସା, ବେଙ୍ଗାଲୁରୁରେ ହେଉଥିଲା ISIS ପାଇଁ ଯୁବ ନିଯୁକ୍ତି - ଏଇଏସରେ ସାମିଲ ପାଇଁ ଯୁବ ନିଯୁକ୍ତି

ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଯାଞ୍ଚରୁ ଏକ ବିସ୍ଫୋଟକ ତଥ୍ୟ ସାମ୍ନାକୁ ଆସିଛି । ISIS ଆତଙ୍କବାଦୀ ସଂଗଠନରେ (Islamic State) ଯୁବକଙ୍କୁ ଭର୍ତ୍ତି ପାଇଁ ବେଙ୍ଗାଲୁରୁରେ ଏକ ବଡ ମଞ୍ଚ ପ୍ରସ୍ତୁତ କରାଯାଇଥିଲା । ଅଧିକ ପଢ଼ନ୍ତୁ

NIA Charge sheet revealed youth recruitment for ISIS in Bengaluru
ଏଇଏସରେ ସାମିଲ ପାଇଁ ଯୁବ ନିଯୁକ୍ତି, ଏନଆଇଏ ପକ୍ଷରୁ ଚାର୍ଜସିଟ ଦାଖଲ

By

Published : May 21, 2022, 3:25 PM IST

ବେଙ୍ଗାଲୁରୁ: ଜାତୀୟ ତଦନ୍ତକାରୀ ସଂସ୍ଥା (National Investigation Agency) ଯାଞ୍ଚରୁ ଏକ ବିସ୍ଫୋଟକ ତଥ୍ୟ ସାମ୍ନାକୁ ଆସିଛି । ISIS ଆତଙ୍କବାଦୀ ସଂଗଠନରେ (Islamic State) ଯୁବକଙ୍କୁ ଭର୍ତ୍ତି ପାଇଁ ବେଙ୍ଗାଲୁରୁରେ ଏକ ବଡ ମଞ୍ଚ ପ୍ରସ୍ତୁତ କରାଯାଇଥିଲା । ଏହି ସମ୍ବନ୍ଧରେ ଜାତୀୟ ଯାଞ୍ଚ ଏଜେନ୍ସି ଚାର୍ଜସିଟ୍‌ ଦାଖଲ କରିଛି । ଦାଖଲ ହୋଇଥିବା ଚାର୍ଜସିଟ ଅନୁଯାୟୀ, ଅଭିଯୁକ୍ତ ଜୋହାଇବ ମାନ୍ନା ଏବଂ ଅବଦୁଲ କାଦିର ପ୍ରାୟ 28 ଜଣ ଯୁବକଙ୍କୁ ବାଧ୍ୟତାମୂଳକ ଇସଲାମ ଧର୍ମ ଗ୍ରହଣ କରାଇଛନ୍ତି ।

ଏଇଏସରେ ସାମିଲ ପାଇଁ ଯୁବ ନିଯୁକ୍ତି, ଏନଆଇଏ ପକ୍ଷରୁ ଚାର୍ଜସିଟ ଦାଖଲ

ଉକ୍ତ ଯୁବକମାନଙ୍କୁ ଏକ ଡିନର ପାର୍ଟିରେ ନିମନ୍ତ୍ରଣ କରାଯାଇଥିଲା । ଯେଉଁଠାରେ ସେମାନଙ୍କୁ ISISରେ ଯୋଗଦେବାକୁ କୁହାଯାଇଥିଲା ଏବଂ ଆତଙ୍କବାଦ ବିଷୟରେ ବିବୃତି ରଖାଯାଇଥିଲା । ସିରିଆର ଜଣେ କୁଖ୍ୟାତ ଆତଙ୍କବାଦୀ ଭାବେ ପରିଚିତ ମହମ୍ମଦ ସାଜିଦ ସେଠାରେ ନିଜର ଭାଷଣ ରଖିଥିଲେ । ସେ ସହରରେ ତିନି ଦିନ ରହି ଯୁବକମାନଙ୍କୁ ISISରେ ଯୋଗଦେବାକୁ ପ୍ରବର୍ତ୍ତାଇଥିଲେ । ବେଙ୍ଗାଲୁରୁରୁ ସାଜିଦ ଫେରିବା ପରେ ଅନେକ ଯୁବକ କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରକୁ ଯାଇ ତାଙ୍କୁ ବିଦାୟ ଦେଇଥିଲେ ବୋଲି NIA ଚାର୍ଜସିଟରେ ଉଲ୍ଲେଖ କରିଛି।

ଅଗଷ୍ଟ 2020ରେ, NIA ବେଙ୍ଗାଲୁରୁର ଜଣେ ଡାକ୍ତର ଅବଦୁର ରେହମାନଙ୍କୁ ଗିରଫ କରିଥିଲା । ତଦନ୍ତବେଳେ ଦୁଇ ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ମିଳିଥିଲା । ଅଭିଯୁକ୍ତମାନେ ଭାରତୀୟ ଯୁବକଙ୍କୁ ISISରେ ନିୟୋଜିତ କରି ସିରିୟାକୁ ପଠାଇବା ପାଇଁ ଟଙ୍କା ସଂଗ୍ରହ କରିଥିଲେ । ତେବେ ଏହି ଘଟଣା ନେଇ ଏଜେନ୍ସି ପକ୍ଷରୁ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details