ଓଡିଶା

odisha

ETV Bharat / bharat

ଦୁଇ ଆତଙ୍କବାଦୀଙ୍କୁ ଗିରଫ କଲା NIA - ଦୁଇ ଆତଙ୍କବାଦୀଙ୍କୁ ଗିରଫ କଲା NIA

ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କଲା NIA । ଜାମ୍ମୁରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତି ନେଇ ଦୁଇଜଣଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

NIA arrests two LeM terrorists from Bihar, Jammu
ଦୁଇ ଆତଙ୍କବାଦୀଙ୍କୁ ଗିରଫ କଲା NIA

By

Published : Jul 23, 2021, 7:13 AM IST

ନୂଆଦିଲ୍ଲୀ: ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କଲା ଏନଆଇଏ (NIA) । ଜାମ୍ମୁରେ ଆତଙ୍କବାଦୀ କାର୍ଯ୍ୟକଳାପ କରିବା ପାଇଁ ଲସ୍କର-ଇ-ମୁସ୍ତାଫା (ଲେଏମ୍)ର ସଦସ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଷଡଯନ୍ତ୍ରରେ ସମ୍ପୃକ୍ତି ନେଇ ଦୁଇଜଣଙ୍କୁ ଗିରଫ କରାଯାଇଛି ।

ଏନଆଇଏର ସୂଚନା ଅନୁଯାୟୀ, ଗିରଫ ହୋଇଥିବା ଆତଙ୍କୀମାନେ ହେଲେ ମହମ୍ମଦ ଆରମାନ ଅଲ୍ଲୀ (20) ଏବଂ ମୋହଦ ଏହସାନୁଲ୍ଲା (23) ବୋଲି ଜଣାପଡିଛି । ଉଭୟଙ୍କୁ ବିହାର ଏବଂ ଜାମ୍ମୁରୁ ଗିରଫ କରାଯାଇଛି । ଏହି ମାମଲା ଚଳିତ ବର୍ଷ ଫେବୃଆରୀ 6ରେ ଜମ୍ମୁର ଗଙ୍ଗିଆଲ ପୋଲିସ ଷ୍ଟେସନରେ ପଞ୍ଜିକୃତ ହୋଇଥିଲା ।

ଏନଆଇଏ କହିଛି ଯେ,ମହମ୍ମଦ ଆରମାନ ଅଲ୍ଲୀଙ୍କୁ ବିହାରର ସରାନର ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା । ଏବଂ ତାଙ୍କୁ ଜାମ୍ମୁର ଏନଆଇଏ ସ୍ପେଶାଲ କୋର୍ଟରେ ହାଜର କରିବା ପାଇଁ ଟ୍ରାଞ୍ଜିଟ ରିମାଣ୍ଡରେ ନିଆଯାଇଥିଲା।

ଆତଙ୍କବାଦୀ ଗୋଷ୍ଠୀ ଭାରତର ସାର୍ବଭୌମତ୍ୱ, ଅଖଣ୍ଡତା ଏବଂ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜାମ୍ମୁ କାଶ୍ମୀରରେ ଆକ୍ରମଣର ଯୋଜନା କରୁଥିଲେ ଉଭୟେ । ଏନେଇ ଚଳିତ ବର୍ଷ ମାର୍ଚ୍ଚ ୨ରେ ଏହି ମାମଲା ପଞ୍ଜୀକୃତ କରି ତଦନ୍ତ ଦାୟିତ୍ୱ ଗ୍ରହଣ କରିଥିବା ଏନଆଇଏ କହିଛି । ଏଥିରେ କୁହାଯାଇଛି ଯେ ଗିରଫ ହୋଇଥିବା ଉଭୟ ଆତଙ୍କୀ ମିଳିତ ଷଡଯନ୍ତ୍ରକାରୀ । ବିହାରରୁ ମୋହାଲି ଏବଂ ଅମ୍ବାଲା ପର୍ଯ୍ୟନ୍ତ ଦୁଇଟି ବେଆଇନ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ପରିବହନରେ ସମ୍ପୃକ୍ତ ଥିବା ଅନୁସନ୍ଧାନରୁ ଜଣାପଡିଛି। ଏହି ଅସ୍ତ୍ରଶସ୍ତ୍ରକୁ ଜମ୍ମୁ-କଶ୍ମୀରର ଅଭିଯୁକ୍ତ ହିଦୟତ ଉଲ୍ଲା ମଲିକଙ୍କ ନିକଟକୁ ପଠାଯାଉ ଥିବା ଏନଆଇଏ କହିଛି। ଏହି ମାମଲାରେ ଅଧିକ ତଦନ୍ତ ଚାଲିଛି ।

@ANI

ABOUT THE AUTHOR

...view details