ଶ୍ରୀନଗର:କାଶ୍ମୀରର ସଞ୍ଜୁଓ୍ବାନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଅନ୍ୟଜଣେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା NIA । ଗିରଫ ଅଭିଯୁକ୍ତର ନାମ ଅବିଦ ଅହମ୍ମଦ ମିର (Abid Ahmad Mir) ଓ ସେ ପୁଲଓ୍ବାମା ପୁତ୍ରିଗାମର ବାସିନ୍ଦା ବୋଲି ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି । ଗିରଫ ଅଭିଯୁକ୍ତ ବିରୋଧରେ କେସ ନମ୍ବର RC-03/2022/ ରୁଜୁ କରାଯାଇ ସହ ପଚରା ଉଚରା ଜାରି ରହିଛି ।
ପ୍ରାଥମିକ ତଦନ୍ତରୁ ଗିରଫ ଅଭିଯୁକ୍ତ ଅମିର ପାକିସ୍ତାନ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ (JeM)ର ସକ୍ରିୟ ସଦସ୍ୟ ଥିବା ସ୍ପଷ୍ଟ ହୋଇଛି । କିଛି ଦିନ ପୂର୍ବରୁ ଅନ୍ୟ ଜଣେ ଆତଙ୍କବାଦୀ ବିଲାଲ ଅହମ୍ମଦ ଓ୍ବାଗାକୁ ଗିରଫ ପରେ ଅମିର ସମ୍ପର୍କରେ ସୂଚନା ପାଇଥିଲା NIA । ତେବେ ଆଜି ତାକୁ ଗିରଫ କରିବାରେ ସଫଳତା ମିଳିଛି । ଅଭିଯୁକ୍ତ ବିରୋଧରେ ଭାରତୀୟ ଦଣ୍ଡ ବିଧି ଆଇନ (IPC)ର ଧାରା 120-B, 121-A, 302, 307, & 307 ଓ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ପାଇଁ ଆର୍ମ ଆକ୍ଟରେ ମାମଲା ରୁୁଜୁ ହୋଇଛି ।