ଓଡିଶା

odisha

ETV Bharat / bharat

ଆତଙ୍କବାଦ ଲିଙ୍କ୍‌ରେ PDP ନେତା ୱାହିଦ ପର୍ରାକୁ ଗିରଫ କଲା NIA - PDP ନେତା ୱହିଦ ପର୍ରା

ଜମ୍ମୁ ଓ କାଶ୍ମୀର ଆତଙ୍କବାଦ ଲିଙ୍କ୍‌ ମାମଲାରେ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି(PDP) ଯୁବମୋର୍ଚ୍ଚା ଅଧ୍ୟକ୍ଷ ୱାହିଦ ଉର ରେହମାନ ପର୍ରାକୁ ଗିରଫ କରିଛି ଜାତୀୟ ସୁରକ୍ଷା ଏଜେନ୍ସି (NIA) । ଅଧିକ ପଢନ୍ତୁ...

ଆତଙ୍କବାଦ ଲିଙ୍କ୍‌ରେ PDP ନେତା ୱହିଦ ପର୍ରାକୁ ଗିରଫ କଲା NIA
ଆତଙ୍କବାଦ ଲିଙ୍କ୍‌ରେ PDP ନେତା ୱହିଦ ପର୍ରାକୁ ଗିରଫ କଲା NIA

By

Published : Nov 25, 2020, 7:30 PM IST

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀର ଆତଙ୍କବାଦ ଲିଙ୍କ୍‌ ମାମଲାରେ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି(PDP) ଯୁବମୋର୍ଚ୍ଚା ଅଧ୍ୟକ୍ଷ ୱାହିଦ ଉର ରହେମାନ ପର୍ରାକୁ ଗିରଫ କରିଛି ଜାତୀୟ ସୁରକ୍ଷା ଏଜେନ୍ସି (NIA) । ଦୁଇ ଦିନର ଜେରା ପରେ ପର୍ରାକୁ ଗିରଫ କରିଛି ଏନଆଇଏ ।

ଏନଆଇଏ ପର୍ରାକୁ ସୋମବାର ଦିଲ୍ଲୀ ମୁଖ୍ୟାଳୟରେ ପଚାରାଉଚୁରା କରିଥିଲା । ନିକଟରେ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀର ଜିଲ୍ଲା ବିକାଶ ପରିଷଦ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଥିଲା ପର୍ରା । କେବଳ ଏତିକି ନୁହେଁ ନିକଟରେ ହୋଇଥିବା ଗୁପକାର ବୈଠକରେ ମଧ୍ୟ ସେ ସାମିଲ ହୋଇଥିବା ଜଣାପଡିଛି ।

ଦକ୍ଷିଣ କାଶ୍ମୀରର ଖାସ କରି ଆତଙ୍କବାଦ ଦ୍ବାରା ପ୍ରଭାବିତ ପୁଲୱାମାରେ ପିଡିପିର ପୂନରୁଦ୍ଧାରରେ ବିଶେଷ ଭୂମିକା ଗ୍ରହଣ କରିଥିବା ପର୍ରା, ପିଟିଆଇକୁ କହିଛନ୍ତି ଯେ ଏନଆଇଏ ତାକୁ ରାଜନୈତିକ କ୍ୟାରିୟର ଏବଂ ପିଡିପି ରାଜନୀତି ବିଷୟରେ ପଚାରିଛି। ପ୍ରଥମ ଦିନ ଏନଆଇଏ ପର୍ରାକୁ ପ୍ରାୟ ସାତ ଘଣ୍ଟା ଧରି ପଚରାଉଚରା କରିଥିଲା ।

ପର୍ରା ଜମ୍ମୁ କାଶ୍ମୀରର ନିଲମ୍ବିତ ଡିଏସପି ଦଭିନ୍ଦର ସିଂ ଆତଙ୍କବାଦ ମାମଲା ସହ ଜଡିତ ଥିବା ଅଭିଯୋଗ ହୋଇଛି। ଏହା ବ୍ୟତୀତ ପର୍ରାର ଗିରଫ ହୋଇଥିବା ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ନିବିଦ ବାବୁ ଓ ତା ସହଯୋଗୀ ଇରଫାନ ମୀର ସହ ସମ୍ପର୍କ ଥିବା ଅଭିଯୋଗ ରହିଛି। ଦ୍ବିତୀୟ ଦିନରେ ପଚରାଉଚରା ବେଳେ ଦବନ୍ଦର ସିଂ ମାମଲାର ଟଙ୍କା ନେଣଦେଣ ଦିଗ ସମ୍ପର୍କରେ ଏନଆଇଏ ପର୍ରାକୁ ପ୍ରଶ୍ନ କରିଥିଲା।

ABOUT THE AUTHOR

...view details