ଓଡିଶା

odisha

ETV Bharat / bharat

ହାଇକୋର୍ଟରେ NHRC ରିପୋର୍ଟ; ବଙ୍ଗରେ ନାହିଁ ଆଇନ କାନୁନ - କୋଲକାତା ହାଇକୋର୍ଟ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରବର୍ତ୍ତୀ ହିଂସା । ଜାତୀୟ ମାନବାଧିକାର ଆୟୋଗ(NHRC) କୋଲକାତା ହାଇକୋର୍ଟଙ୍କୁ ହସ୍ତାନ୍ତର କରିଛି ରିପୋର୍ଟ । ରିପୋର୍ଟରେ ରାଜ୍ୟ ସରକାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ଅଧିକ ପଢନ୍ତୁ...

ହାଇକୋର୍ଟରେ NHRC ରିପୋର୍ଟ; ବଙ୍ଗରେ ଆଇନ ନୁହେଁ, ଚାଲିଛି ଶାସକର ଶାସନ
ହାଇକୋର୍ଟରେ NHRC ରିପୋର୍ଟ; ବଙ୍ଗରେ ଆଇନ ନୁହେଁ, ଚାଲିଛି ଶାସକର ଶାସନ

By

Published : Jul 15, 2021, 10:25 PM IST

କୋଲକାତା:ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ହିଂସା ଘଟଣାର ତଦନ୍ତ କରୁଥିବା ଜାତୀୟ ମାନବାଧିକାର ଆୟୋଗ(NHRC) କୋଲକାତା ହାଇକୋର୍ଟଙ୍କୁ ହସ୍ତାନ୍ତର କରିଛି ରିପୋର୍ଟ । ହିଂସା ସମୟରେ ହତ୍ୟା ଓ ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧର ଯାଞ୍ଚ ସିବିଆଇ ଦ୍ବାରା କରାଇବାକୁ କୋର୍ଟଙ୍କୁ ସୁପାରିଶ କରିଛି ଏନଏଚଆରସି ।

ଏହି ମାମଲାରେ ମକଦ୍ଦମା ରାଜ୍ୟ ବାହାରେ ଚଳାଇବାକୁ କମିଟି ନିଜ ସୁପାରିଶରେ କହିଛି । ରାଜ୍ୟରେ ସ୍ଥିତିକୁ ଆଇନର ଶାସନ ପରିବର୍ତ୍ତେ ଶାସକର ଶାସନର ପ୍ରଦର୍ଶନ ବୋଲି କହିଛି ମାନବାଧିକାର ଆୟୋଗ କମିଟି ।

ଏପଟେ ଏନଏଚଆରସି ରିପୋର୍ଟ ଲିକ ନେଇ ବର୍ଷିଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କମିଟି ନିଜ ନିଷ୍କର୍ସକୁ ମିଡିଆରେ ଲିକ୍‌ କରି ବିଜେପିର ରାଜନୈତିକ ପ୍ରତିଶୋଧରେ ଆଭିମୁଖ୍ୟ ନେଇ ଚାଲିଛି । ରାଜ୍ୟ ସରକାରଙ୍କ ମତକୁ ଧ୍ୟାନରେ ନରଖି କମିଟି ନିଷ୍କର୍ସରେ ପହଁଞ୍ଚିବାକୁ ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି ମମତା ।

ହାଇକୋର୍ଟର ପାଞ୍ଚ ଜଣିଆ ଖଣ୍ଡପୀଠଙ୍କ ନିର୍ଦ୍ଦେଶରେ ଏନଏଚଆରସି ଅଧ୍ୟକ୍ଷଙ୍କ ପକ୍ଷରୁ ଗଠିତ କମିଟି ଏହା ମଧ୍ୟ କହିଛି ଯେ ଏହି ମାମଲାଗୁଡ଼ିକର ଶୁଣାଣି ରାଜ୍ୟ ବାହାରେ କରାଯିବା ଉଚିତ। ହିଂସା ଘଟଣାର ବିଶ୍ଳେଷଣରେ ପୀଡିତଙ୍କ ଦୁଃଖ ପ୍ରତି ରାଜ୍ୟ ସରକାରଙ୍କ ଭୟାବହତା ଦର୍ଶାଉଥିବା ରିପୋର୍ଟରେ କୁହାଯାଇଛି ।

ଜୁନ 13ରେ କୋର୍ଟରେ ଦାଖଲ ହୋଇଥିବା ରିପୋର୍ଟରେ କୁହାଯାଇଛି ଯେ ହତ୍ୟା, ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧ ସିବିଆଇକୁ ହସ୍ତାନ୍ତର କରାଯିବା ଉଚିତ ଏବଂ ଏହି ମାମଲାଗୁଡ଼ିକର ବିଚାର ରାଜ୍ୟ ବାହାରେ କରାଯିବା ଦରକାର ।

ABOUT THE AUTHOR

...view details