ଓଡିଶା

odisha

ETV Bharat / bharat

‘ଆଗାମୀ ତିନି ସପ୍ତାହ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ’ - ବଢିବାରେ ଲାଗିଛି ସଂକ୍ରମଣ

କୋଭିଡ ସଂକ୍ରମଣକୁ ନେଇ ଆଗାମି ତିନି ସପ୍ତାହ ଭାରତ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ସିଏସଆଇଆର- ସିସିଏମବି ନିର୍ଦ୍ଦେଶକ ଡ. ରାକେଶ ମିଶ୍ର । ଲୋମାନଙ୍କୁ କଡାକଡି କୋଭିଡ ନିୟମ ମାନିବାକୁ ପଡିବ ବୋଲି କହିଛନ୍ତି ସିଏସଆଇଆର ମୁଖ୍ୟ । ଅଧିକ ପଢନ୍ତୁ...

ସିସିଏମବି ନିର୍ଦ୍ଦେଶକ
ସିସିଏମବି ନିର୍ଦ୍ଦେଶକ

By

Published : Apr 19, 2021, 12:07 PM IST

ହାଇଦ୍ରାବାଦ:ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି ସଂକ୍ରମଣ । କୋଭିଡ ସଂକ୍ରମଣକୁ ନେଇ ଆଗାମୀ ତିନି ସପ୍ତାହ ଭାରତ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ସିଏସଆଇଆର- ସିସିଏମବି ନିର୍ଦ୍ଦେଶକ ଡ. ରାକେଶ ମିଶ୍ର । ଲୋମାନଙ୍କୁ କଡାକଡି କୋଭିଡ ନିୟମ ମାନିବାକୁ ପଡିବ ବୋଲି କହିଛନ୍ତି ସିଏସଆଇଆର ମୁଖ୍ୟ ।

ଗଣମାଧ୍ୟମକୁ ସୂଚନା ଦେଇ ସିସିଏମବି ନିର୍ଦ୍ଦେଶକ ଲୋକଙ୍କୁ ଗୁରୁତ୍ବ ଦେଇ କହିଛନ୍ତି କୋରେନା ସଂକ୍ରମଣରୁ ବଞ୍ଚିବାକୁ ହେଲେ ଲୋକଙ୍କୁ ସମସ୍ତ ଗାଇଡଲାଇନକୁ କଡାକଡି ଭାବରେ ପାଳନ କରିବାକୁ ପଡିବ ବୋଲି । ଆଗାମୀ ତିନି ସପ୍ତାହ ଭାରତ ପାଇଁ ଅଧିକ ଗୁରୁତର ରହିବ ଲୋକଙ୍କୁ ନିଜର ଯତ୍ନ ନେବା ସହିତ ପ୍ରତିଶେଧକ ଗ୍ରହଣ କରିବାକୁ ପଡିବ ବୋଲି କହିଛନ୍ତି ଡ. ରାକେଶ ମିଶ୍ର ।

ହସ୍ପିଟାଲ ବେଡରେ ମୃତ୍ୟୁ ଅକ୍ସିଜେନ ସିଲିଣ୍ଡର ଏବଂ ଭ୍ୟାକ୍ସିନ ବିଷୟରେ ଡା. ମିଶ୍ର କହିଛନ୍ତି ଯଦି ପରିସ୍ଥିତି ଏହି ପରି ରହିବ ତେବେ ଆଗକୁ ଦେଶ ବିପର୍ଯ୍ୟସ୍ତ ଆଡକୁ ଗତି କରିବ । ଆମେ ଏହିପରି ପରିସ୍ଥିତି ଇଟାଲୀରେ ଦେଖିଛୁ । ଯେଉଁଠାରେ ଚିକିତ୍ସା ଅବହେଳା ଓ ଅକ୍ସିଜେନ ଅଭାବରୁ ଅନେକ ଲୋକ ନିଜର ଜୀବନ ହରାଇଥିଲେ । ଗତ ବର୍ଷ ସ୍ଥିତି ସମ୍ଭାଳିବାରେ ସ୍ବାସ୍ଥ୍ଯକର୍ମୀମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା ।

କୋରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଡା.ମିଶ୍ର କହିଛନ୍ତି କୋରୋନାର ଦ୍ବିତୀୟ ଲହର ଭୟଙ୍କର ହେଉଥିବା ଆଶା କରାଯାଉଛି । ଏହା ଲୋକଙ୍କୁ ଖୁବ ଜଲଦି ସଂକ୍ରମିତ କରୁଛି । ସଂକ୍ରମଣ ବୃଦ୍ଧି ପାଇବାକୁ କାରଣ ହେଲା ଲୋକମାନେ ମାସ୍କ ବ୍ୟବହାର କରୁନାହାନ୍ତି । ଆମକୁ ଏହାର ମୁକାବିଲା କରିବାକୁ ପ୍ରସ୍ତୁତ ରହିବାକୁ ପଡିବ ।

ଲୋକମାନଙ୍କ ଅଜାଣତରେ ସେମାନେ ସଂକ୍ରମିତ ହେଉଛନ୍ତି । ଏହା ପରେ ସେମାନେ ନିଜ ଘରକୁ ଫେରୁଛନ୍ତି । ଅଧିକାଂଶ ଗାଁରେ ଏହିପରି ହେଉଛି । ଫଳରେ ଅଧିକରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି । ଲୋକମାନଙ୍କୁ ଭ୍ୟାକ୍ସିନ ନେବାକୁ ଆହ୍ବାନ ଦେଇଛନ୍ତି ଡା. ରାକେଶ ମିଶ୍ର । ମାହାମାରୀକୁ ପ୍ରତିହତ କରିବାକୁ ହେଲେ ଆମକୁ ଅଧିକ ସଂଖ୍ୟାରେ ଟିକା ନେବାକୁ ପଡିବ ବୋଲି କହିଛନ୍ତି ସିସିଏମବି ନିର୍ଦ୍ଦେଶକ ।

@ANI

ABOUT THE AUTHOR

...view details