ହାଇଦ୍ରାବାଦ:କିଛି ମାସର ବ୍ୟବଧାନ ପରେ ପୁଣି ଚୀନରେ କୋରୋନା ଭୂତାଣୁର ନୂତନ ଭ୍ୟାରିଏଣ୍ଟ (BF-7)ଦ୍ବାରା ସଂକ୍ରମିତଙ୍କ ସଂଖ୍ୟା ବଢିବା ପରେ ସାରା ବିଶ୍ବରେ ଉଦବେଗ ପ୍ରକାଶ ପାଇବାରେ ଲାଗିଛି । ଭାରତରେ ମଧ୍ୟ ବିଦେଶ ଫେରନ୍ତାଙ୍କ ଠାରେ ଏହି ନୂଆ ଭ୍ୟାରିଏଣ୍ଟ ଚିହ୍ନଟ ହେବା ସହ ସଂକ୍ରମଣ ନେଇ ଆଶଙ୍କା ବଢିଛି । ଏହାରି ମଧ୍ୟରେ କୋଭିଡର ଦୁଇଟି ପ୍ରଳୟଙ୍କାରୀ ଲହର ଦେଖିଥିବା ଭାରତରେ ଏହି ନୂଆ ଭୂତାଣୁ ସଂକ୍ରମଣ ନେଇ ପୂର୍ବ ଆକଳନ ପ୍ରକାଶ ପାଇଛି (covid situation prediction by export)।
ଆଗାମୀ 40ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ଆସନ୍ତାବର୍ଷ ଜାନୁଆରୀ ମଧ୍ୟଭାଗରେ ଦେଶରେ କୋଭିଡ ସଂକ୍ରମଣ ମାମଲା ଦୃତ ଗତିରେ ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି । ଏନେଇ ସରକାରୀ ସୂତ୍ରରୁ ଏପରି ଆଶଙ୍କାପୂର୍ଣ୍ଣ ପୂର୍ବାନୂମାନ କରାଯାଇଛି । ଗତ ଦୁଇ ବର୍ଷ ମଧ୍ୟରେ ମଧ୍ୟ ଆସିଥିବା ଲହର ଏକ ନିର୍ଦ୍ଦିଷ୍ଟ ସମୟରେ ମଧ୍ୟ ଦେଖିବାକୁ ମିଳିଥିଲା । ତେଣୁ କୋଭିଡ ଭୂତାଣୁର ନୂଆ ଭ୍ୟାରିଏଣ୍ଟ ଚିହ୍ନଟ ଓ ସଂକ୍ରମଣର ପୂର୍ବ ଧାରାକୁ ଦେଖି ଆସନ୍ତାବର୍ଷ ଜାନୁଆରୀ ମାସ ମଧ୍ୟ ଭାଗରେ ସଂକ୍ରମଣ ପିକ୍ ବା ଶୀର୍ଷ ଛୁଇଁପାରେ ବୋଲି ଆଶଙ୍କା କରାଯାଉଛି ।