ଓଡିଶା

odisha

ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ଦିନର ବଡ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...
ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

By

Published : May 21, 2021, 7:04 AM IST

Updated : May 21, 2021, 7:23 AM IST

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

1. ଆଜି 4 ଜିଲ୍ଲା ବାଲେଶ୍ବର, ଜଗତସିଂହପୁର, କେନ୍ଦ୍ରାପଡା ଓ ନୟାଗଡରେ ଟୀକାକରଣ ବନ୍ଦ ।

2. ରଥ ନିର୍ମାଣର 6ଷ୍ଠ ଦିନ । ଆଜି ଆରମ୍ଭ ହେବ ତୁମ୍ଭରେ ସୂତା ବାଡ଼ିଆ କାର୍ଯ୍ୟ ।

3. ଆଜିଠୁ ମେ 31 ପର୍ଯ୍ୟନ୍ତ ମହିଳା ଆୟୋଗର ସମସ୍ତ ଶୁଣାଣି ସ୍ଥଗିତ ।

4. ଆଜି ରାଜ୍ୟର ଲକଡାଉନ-2ର ଦ୍ବିତୀୟ ଦିନ । ସଂକ୍ରମଣ କମାଇବା ପାଇଁ ଜାରି ରହିଛି ଚେକିଂ ଓ ବ୍ଲକିଂ ।

5. ଆଜି ବାରଣାସୀରେ ଡାକ୍ତର, ପାରାମେଡିକାଲ କର୍ମଚାରୀ ଓ କୋରୋନା ଯୋଦ୍ଧାଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି ।

6. ଆଜି କୋଭିଡକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ।

7. ଆଜି ଜୀବାଣୁ ନିରୀକ୍ଷଣ ନେଟୱର୍କ ଲଞ୍ଚ କରିବ ୟୁକେ । କୋଭିଡର ନୂଆ ଷ୍ଟ୍ରେନ ଅନ୍ୟ ମହାମାରୀକୁ ଶୀଘ୍ର ଚିହ୍ନଟ କରିବାରେ ହେବ ସହାୟକ ।

8. ଆଜି ରାଜ୍ୟରେ ମହାମାରୀକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ।

9. ଆଜି ଅନ୍ତର୍ଜାତୀୟ ଚା' ଦିବସ । ଦେଶରେ ସ୍ବାସ୍ଥ୍ୟ, ସଂସ୍କୃତି ଏବଂ ସାମାଜିକ ଅର୍ଥନୈତିକ ବିକାଶରେ ଏହି ମୃଦୁ ପାନୀୟର ରହିଛି ଅନେକ ଅବଦାନ ।

10. ଆଜି ରାଜ୍ୟରେ ପାଗ ଶୁଖିଲା ରହିବ । ବାତ୍ୟା 'ୟସ୍‌' ପ୍ରଭାବରେ 25ରୁ ଆରମ୍ଭ ହେବ ପ୍ରବଳ ବର୍ଷା ।

Last Updated : May 21, 2021, 7:23 AM IST

ABOUT THE AUTHOR

...view details