1. କୋଟିଆକୁ ନେଇ ଆନ୍ଧ୍ର-ଓଡିଶା ବିବାଦ । ଆଜି ସୁପ୍ରିମକୋର୍ଟରେ ଶୁଣାଣି ।
2. ରାଜ୍ୟ ବିଧାନସଭା ବଜେଟ ଅଧିବେଶନର ଆଜି ଦ୍ବିତୀୟ ଦିନ । ରାଜ୍ୟପାଳଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ହେବ ଆଲୋଚନା ।
3. ଆଜି କେରଳରେ ପ୍ରଧାନମନ୍ତ୍ରୀ ଶକ୍ତି ଏବଂ ସହରୀ କ୍ଷେତ୍ରର ପ୍ରମୁଖ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।
4. ଆଜି ବିଶ୍ବ ଭାରତୀ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ।
5. ଆଜି ଗୃହମନ୍ତ୍ରୀ ଅମିତ ଶାହାଙ୍କ ବେଙ୍ଗଲ ଗସ୍ତର ଦ୍ବିତୀୟ ଦିନ । ଭିନ୍ନ ଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ହେବେ ସାମିଲ ।