ଓଡିଶା

odisha

ETV Bharat / bharat

TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - 9ଟା ବେଳର ବଡ଼ ଖବର

ନଜର ପକାନ୍ତୁ ଏହି ସମୟର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS @PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS @PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Jul 12, 2021, 9:15 PM IST

Updated : Jul 12, 2021, 9:44 PM IST

1.ଟିଭିରେ ରଥଯାତ୍ରା ଦେଖିଲେ ନବୀନ, ପୁରୀବାସୀଙ୍କୁ ଦେଲେ ଧନ୍ୟବାଦ

ଟିଭିରେ ଦେଖିଲେ ଘୋଷଯାତ୍ରା, ସେବାୟତଙ୍କ ସହ ପ୍ରଶାସନ ଓ ପୁରୀବାସୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ।

2. ସେପ୍ଟେମ୍ବର 12ରେ NEET ୟୁଜି ପରୀକ୍ଷା

ସେପ୍ଟେମ୍ବର 12 ରେ ହେବ ନିଟ (ୟୁଜି)ପରୀକ୍ଷା । ଏନେଇ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

3.କ୍ୟାନ୍ସର ହସ୍ପିଟାଲ ଓ କରୁଣାଶ୍ରୟ ପାଲିଏଟିଭ୍ କେୟାର ସେଣ୍ଟରର ଶିଳାନ୍ୟାସ କଲେ ନବୀନ

ରାଜ୍ୟ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆଜି ଏକ ଐତିହାସିକ ଦିନ । କ୍ୟାନ୍ସର ହସ୍ପିଟାଲ ଓ କରୁଣାଶ୍ରୟ ପାଲିଏଟିଭ କେୟାର ସେଣ୍ଟର ନିର୍ମାଣ ଲାଗି ସୋମବାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

4.ପୂର୍ବତନ CJIଙ୍କ ବିରୋଧରେ ଷଡଯନ୍ତ୍ର ମାମଲା, ଅଭିଯୁକ୍ତ ମୁକେଶ ଜୈନଙ୍କୁ ସର୍ତ୍ତମୂଳକ ଜାମିନ

ଭାରତର ପୂର୍ବତନ ବିଚାରପତି ଏସଏ ବୋବଡେଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଗିରଫ ମୁକେଶ ଜୈନଙ୍କୁ ଓଡିଶା ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ ।

5.ଶ୍ରୀଗୁଣ୍ଡିଚାରେ ପହଞ୍ଚିଲା ଶ୍ରୀଜୀଉଙ୍କ ତିନି ରଥ, ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ

ଗୁଣ୍ଡିଚା ମନ୍ଦିରରେ ଲାଗିଛି ତିନି ଠାକୁରଙ୍କ ରଥ । ମଙ୍ଗଳବାର ଅପରାହ୍ନରେ ଶ୍ରୀଜୀଉଙ୍କର ଆଡ଼ପ ମଣ୍ଡପ ବିଜେ ନୀତି ହେବ।

6.ଭିକ୍ଷୁକମୁକ୍ତ ଭୁବନେଶ୍ବର, ସ୍ବାଭିମାନ ସହ ବଞ୍ଚିବାକୁ ବାଟ ଦେଖାଇବ ଚକୁଳିଆ ପଣ୍ଡା ଉପାଖ୍ୟାନ

ସ୍ମାର୍ଟସିଟିକୁ ଭିକାରୀ ମୁକ୍ତ କରିବା ପାଇଁ ଅଭିନବ ଉପାୟରେ ସଚେତନତା ଅଭିଯାନ ଆରମ୍ଭ । ଭିକ୍ଷା ବୃତ୍ତି ନକରିବା ପାଇଁ ବୁଲି ବୁଲି ସଚେତନତା କରାଯାଇଛି ।

7.ମୌସୁମୀ ଅଧିବେଶନରେ ଆଗତ ହେବ ଜନସଂଖ୍ୟା ନିୟନ୍ତ୍ରଣ ବିଲ୍‌ ! କଣ ରହିଛି ବ୍ଲୁ ପ୍ରିଣ୍ଟ ?

ମୌସୁମୀ ଅଧିବେଶନରେ ପୁରା ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ବିଲ୍‌ ଉପରେ ହେବ ଚର୍ଚ୍ଚା । ଜନସଂଖ୍ୟା ନିୟନ୍ତ୍ରଣ ବିଲ୍‌କୁ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିସାରିଛନ୍ତି କେନ୍ଦ୍ର ସରକାର ।

8. ଲୋକସଭାରେ ବଦଳିବ କଂଗ୍ରେସର ନେତୃତ୍ବ, ରେସ୍‌ରେ G-23 ନେତା !

ଜୁଲାଇ 14ରେ ବସିବ କଂଗ୍ରେସର ସଂସଦୀୟ ରଣନୀତି ଗ୍ରୁପ ବୈଠକ । ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ ବସୁଥିବା ଏହି ବୈଠକରେ ଲୋକସଭାରେ ନେତୃତ୍ବ ପରିବର୍ତ୍ତନ ଉପରେ ନିଆଯାଇପାରେ ବଡ ନିଷ୍ପତ୍ତି ।

9.ଅଲମ୍ପିକ ମେଡାଲ ବିଜେତାଙ୍କ ପାଇଁ ଯୋଗୀ ସରକାରଙ୍କ ଲୋଭନୀୟ ପୁରସ୍କାର ଘୋଷଣା

ଟୋକିଓ ଅଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଲେ 6 କୋଟି, ରୌପ୍ୟ ବିଜେତାଙ୍କ 4 କୋଟି ଓ କାଂସ୍ୟ ପଦକ ବିଜେତା ଖେଳାଳିଙ୍କୁ 2 କୋଟି ପୁରସ୍କାର ଦେବେ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ।

10. ବିଜୟ ଖୁସିରେ ଘାସ ଖାଆନ୍ତି ଏହି ଖେଳାଳି...

ୱିମ୍ବଲଡନ ଫାଇନାଲରେ ଇଟାଲିର ମାଟ୍ଟେଓ ବେରେଟିନିଙ୍କୁ 6-7(4), 6-4, 6-4, 6-3 ସେଟ୍‌ରେ ହରାଇ ଷଷ୍ଠଥର ୱିମ୍ବଲଡନ ଟ୍ରଫି ହାତେଇଛନ୍ତି ସର୍ବିୟାନ ଟେନିସ ଷ୍ଟାର ନୋଭାକ ଜୋକଭିକ ।

Last Updated : Jul 12, 2021, 9:44 PM IST

ABOUT THE AUTHOR

...view details