ଓଡିଶା

odisha

ETV Bharat / bharat

କୋରୋନାରୁ ସୁସ୍ଥ ହୋଇଥିଲେ ନବଦମ୍ପତି, ସଡକ ଦୁର୍ଘଟଣାରେ ହାରିଲେ ଜୀବନ - road accident

ସଡକ ଦୁର୍ଘଟଣାରେ ଗଲା ନବଦମ୍ପତିଙ୍କ ଜୀବନ । ଗତ କିଛି ଦିନ ତଳେ କୋରୋନାରୁ ଆରୋଗ୍ୟ ଲାଭ କରିଥିଲେ ପତିପତ୍ନୀ । ଅଧିକ ପଢନ୍ତୁ...

newly married and covid recoverd couple died in an accident
ସଡକ ଦୁର୍ଘଟଣାରେ ଗଲା ନବଦମ୍ପତିଙ୍କ ଜୀବନ

By

Published : Jun 1, 2021, 12:58 PM IST

ଅମରାବତୀ: ସୁଖର ସଂସାର କରିବା ଆଗରୁ ଆଖି ବୁଜିଲେ ନବଦମ୍ପତି । ସଡକ ଦୁର୍ଘଟଣାରେ ଗଲା ଜୀବନ । ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ସ୍ରିକାକୁଲମ ଜିଲ୍ଲାରେ । ଉଭୟଙ୍କ ମୃତଦେଦ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ୟୋଗେଶ୍ବର ରାଓ ଓ ତାଙ୍କ ପତ୍ନୀ ରୋହିନି ବିଶାଖାପାଟଣା ଯାଉଥିବା ସମୟରେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା । ତେବେ, ଏହି ଦମ୍ପତି ଗତ କିଛି ଦିନ ପୂର୍ବରୁ କୋରୋନାରୁ ଆରୋଗ୍ୟ ଲାଭ କରିଥିଲେ । ରୋହିଣୀ ଗର୍ଭବତୀ ଥିବା ନେଇ ବହୁତ ଖୁସିଥିଲେ ୟୋଗେଶ୍ବର । ରୋହିଣୀଙ୍କର ଅଧିକ ଯତ୍ନ ନେବା ପାଇଁ ତାଙ୍କୁ ବିଶାଖାପାଟଣା ନେବା ସମୟରେ ଦୁର୍ଘଟଣା ଘଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details