ଓଡିଶା

odisha

ETV Bharat / bharat

କିଏ ହେବ ଉତ୍ତରାଖଣ୍ଡ ନୂଆ ମୁଖ୍ୟମନ୍ତ୍ରୀ ? ସନ୍ଧ୍ୟାରେ ହେବ ସ୍ପଷ୍ଟ - ଆଜି ସନ୍ଧ୍ୟାରେ ସ୍ପଷ୍ଟ ହେବ ଉତ୍ତରାଖଣ୍ଡ ସିଏମ ଚେହେରା

ଉତ୍ତରାଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ କିଏ ହେବ, ତାକୁ ନେଇ ରବିବାର ଦିନ ସାରା ଚର୍ଚ୍ଚା ଜାରି ରହିଥିଲା । ବିଜେପି ହାଇକମାଣ୍ଡ ରାଜ୍ୟର ଦାୟିତ୍ଵଭାର କାହାକୁ ଦେବେ ଏହାର ଖୁଲାସା ଆଜି ହେବ । ଅଧିକ ପଢନ୍ତୁ

ସନ୍ଧ୍ୟାରେ ସ୍ପଷ୍ଟ ହେବ ଉତ୍ତରାଖଣ୍ଡ ସିଏମ ଚେହେରା
ସନ୍ଧ୍ୟାରେ ସ୍ପଷ୍ଟ ହେବ ଉତ୍ତରାଖଣ୍ଡ ସିଏମ ଚେହେରା

By

Published : Mar 21, 2022, 9:22 AM IST

ଡେରାଡୁନ: କିଏ ବସିବ ଦେବଭୂମି ଗାଦିରେ ତାକୁ ନେଇ ସସପେନ୍ସ ଲାଗି ରହିଛି । ଉତ୍ତରାଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ କିଏ ହେବ, ତାକୁ ନେଇ ରବିବାର ଦିନ ସାରା ଚର୍ଚ୍ଚା ଜାରି ରହିଥିଲା । ବିଜେପି ହାଇକମାଣ୍ଡ ରାଜ୍ୟର ଦାୟିତ୍ଵଭାର କାହାକୁ ଦେବେ ଏହାର ଖୁଲାସା ଆଜି ହେବ । ଏହାରି ଭିତରେ ଆଜି (ସୋମବାର) ପୂର୍ବାହ୍ନ ୧୧ଟାରେ ଶପଥ ନେବେ ନବ ନିଯୁକ୍ତ ବିଧାୟକ । ବିଜେପି ବିଧାୟକ ଦଳ ବୈଠକ ବସି ନୂଆ ନେତା ବଛାଯିବ । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ପର୍ଯ୍ୟବେକ୍ଷକ ବୈଦେଶିକ ରାଷ୍ଟ୍ର ମନ୍ତ୍ରୀ ମୀନାକ୍ଷି ଲେଖି ବୈଠକରେ ଉପସ୍ଥିତ ରହିବେ ।

କିଏ ହେବ ସିଏମ ଅଙ୍କ ଛିଣ୍ଡୁ ନଥିବାବେଳେ ନୂଆ ସରକାର ଗଠନ ପାଇଁ ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା ଚାଲିଥିଲା । ଗତାକାଲି (ରବିବାର) ପୁଷ୍କର ସିଂ ଧାମି, ଉତ୍ତରାଖଣ୍ଡ ବିଜେପି ମୁଖ୍ୟ ମଦନ କୌଶିକ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ । ଏହା ସହିତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପ୍ପି ନଡା, ଦଳୀୟ ନେତା ବିଏଲ ସନ୍ତୋଷ ମଧ୍ୟ ଶାହଙ୍କ ବାସଭବନରେ ଉପସ୍ଥିତ ଥିଲେ ।

ରାଜ୍ୟର ସରକାର ଗଠନ ପ୍ରଣାଳୀ ଜାରି ରହିଛି । ବିଜେପି କେନ୍ଦ୍ରୀୟ ନେତା ସିଏମ ଚେହେରା ଘୋଷଣା କରିବେ ବୋଲି କହିଛନ୍ତି ପୁଷ୍କର ସିଂ ଧାମି । ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ଉତ୍ତରାଖଣ୍ଡରେ ୭୦ଟି ଆସନରୁ ବିଜେପି ୪୭ ସିଟ ହାତେଇଛି । କଂଗ୍ରେସ ପ୍ରାର୍ଥୀ ଭୁୱନ ଚନ୍ଦ୍ର କର୍ପି ୬ ହଜାର ୫୭୯ ଭୋଟରେ ଧାମିଙ୍କୁ ପରାସ୍ତ କରିଥିଲେ । ଧାମି ସମୁଦାୟ ୪୧ ହଜାର ୫୯୮ ଭୋଟ ପାଇଥିବାବେଳେ କର୍ପି ୪୮ ହଜାର ୧୭୭ ଭୋଟ ପାଇଥିଲେ ।

ଆସନ୍ତା ୨୩ ତାରିଖ ପୂର୍ବାହ୍ନ ୧୧ଟାରେ ପ୍ୟାରେଡ ଗ୍ରାଉଣ୍ଡରେ ଶପଥ ଉତ୍ସବ ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ଓ ୧୧ କ୍ୟାବିନେଟ ମନ୍ତ୍ରୀ ଶପଥ ନେବାର କାର୍ଯ୍ୟକ୍ରମ ରହିଛି ।

@ANI

ABOUT THE AUTHOR

...view details