ଓଡିଶା

odisha

ETV Bharat / bharat

Oath Ceremony: ଆଜି ଶପଥ ନେଲେ ମଣିପୁର ନବନିର୍ବାଚିତ ବିଧାୟକ, କାଲି ନେବେ ଗୋଆ ପ୍ରତିନିଧି - Pramod Sawant on Oath ceremony of Goa MLAs

ଆଜି(ସୋମବାର) ମଣିପୁର ବିଧାନସଭା ହଲ୍‌ରେ ଶପଥ ନେଲେ ନବନିର୍ବାଚିତ ବିଧାୟକ । ଆସନ୍ତାକାଲି (ମଙ୍ଗଳବାର) ଗୋଆରେ ହେବ ବିଧାୟକଙ୍କ ଶପଥ ପାଠ ସମାରୋହ । ଅଧିକ ପଢନ୍ତୁ

Oath Ceremony: ଶପଥ ନେଲେ ମଣିପୁର ନବନିର୍ବାଚିତ ବିଧାୟକ
Oath Ceremony: ଶପଥ ନେଲେ ମଣିପୁର ନବନିର୍ବାଚିତ ବିଧାୟକ

By

Published : Mar 14, 2022, 1:01 PM IST

ନୂଆଦିଲ୍ଲୀ:ଶେଷ ହୋଇଛି ବିଧାନସଭା ନିର୍ବାଚନ । ଜନାଦେଶରେ ନିର୍ବାଚିତ ହୋଇଛନ୍ତି ବିଧାୟକ । ଆଜି(ସୋମବାର) ବିଧାସନଭା ଅଧିବେଶନ ଆରମ୍ଭ ହୋଇଥିବା ବେଳେ ମଣିପୁରରେ ନବନିର୍ବାଚିତ ବିଧାୟକମାନେ ଶପଥ ପାଠ କରିଛନ୍ତି । ମଣିପୁର ବିଧାନସଭା ହଲ୍‌ରେ କାମଚଳା ବାଚସ୍ପତି ଏସ ରାଜେନ ସମସ୍ତଙ୍କୁ ଶପଥ ପାଠ କରାଇଛନ୍ତି ।

ମଣିପୁରର କାମଚଳା ବାଚସ୍ପତି ଏସ. ରାଜେନ ନୂତନ ଭାବେ ନିର୍ବାଚିତ ସଦସ୍ୟମାନଙ୍କୁ ସୋମବାର ସକାଳେ ଶପଥ ପାଠ କରାଇଛନ୍ତି । ସମାରୋହ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଗତକାଲି ରାଜ୍ୟପାଳ ଏଲ ଗଣେଶ ୧୧ତମ ମଣିପୁର ବିଧାନସଭା ଗୃହକୁ ଭଙ୍ଗ କରିଥିଲେ । ରାଜ୍ୟପାଳ ଏସ ରାଜେନଙ୍କୁ କାମଚଳା ବାଚସ୍ପତି ଭାବେ ନିଯୁକ୍ତି ଦେଇଥିଲେ ଓ ସେ ରବିବାର ଶପଥ ପାଠ କରିଥିଲେ । ଏହାପରେ ମଣିପୁର ବିଧାନସଭା ସଚିବ ନବ ନିର୍ବାଚିତ ବିଧାୟକଙ୍କୁ ସୋମବାର ଶପଥ ପାଠ ସମାରୋହରେ ସମସ୍ତ ସାର୍ଟିଫିକେଟ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ସେପଟେ ଗୋଆରେ ଶନିବାର ସନ୍ଧ୍ୟାରେ ବିଧାନସଭା ଗୃହକୁ ଭଙ୍ଗ କରିଥିଲେ ରାଜ୍ୟପାଳ ପି.ଏସ ଶ୍ରୀଧରନ ପିଲାଇ । ଗୋଆରେ ନବନିର୍ବାଚିତ ବିଧାୟକ ଗଣେଶ ଗୋଆଁକରଙ୍କୁ କାମଚଳା ବାଚସ୍ପତି ଭାବେ ଚୟନ କରାଯାଇଛି । ସେ ଗୋଆ ରାଜ୍ୟପାଳଙ୍କ ଭବନରେ କାମଚଳା ବାଚସ୍ପତି ଭାବେ ଶପଥ ନେଇଛନ୍ତି । ଆସନ୍ତାକାଲି ଗୋଆରେ ନବନିର୍ବାଚିତ ମୋଟ ୩୯ ଜଣ ବିଧାୟକ ଶପଥ ପାଠ କରିବେ ବୋଲି ସୂଚନା ଦେଇଛନ୍ତି ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ପ୍ରମୋଦ ସାୱନ୍ତ ।

@ANI

ABOUT THE AUTHOR

...view details