ଓଡିଶା

odisha

By

Published : Mar 14, 2022, 7:10 PM IST

ETV Bharat / bharat

ଶ୍ବାସ ଦେଇ ନବଜାତକକୁ ବଞ୍ଚାଇଲେ ମହିଳା ଡାକ୍ତର, ନେଟିଜେନ୍ସ କଲେ ବାଃ ବାଃ

ଉତ୍ତରପ୍ରଦେଶର ଏକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନବଜାତକ ପାଇଁ ଦେବଦୂତ ସାଜିଲେ ଡାକ୍ତରାଣୀ । ପ୍ରତିକୂଳ ପରିସ୍ଥିତିର ସାମନା କରି ଦୃଢ ପ୍ରଚେଷ୍ଟା ଫଳରେ ଫେରାଇ ଆଣିଲେ ନବଜାତର ଜୀବନ । ଆଉ ଏହା ପରେ ଖୁସିରେ ତାଙ୍କ ମୁଖମଣ୍ଡଳ ହୋଇ ଉଠିଲା ଉଜ୍ଜ୍ବଳ । ଏହି ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ତାଙ୍କୁ ଅନେକ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ

ଶ୍ବାସ ଦେଇ ନବଜାତକୁ ବଞ୍ଚାଇଲେ ମହିଳା ଡାକ୍ତର, ନେଟିଜେନ୍ସ କଲେ ବାଃ ବାଃ
ଶ୍ବାସ ଦେଇ ନବଜାତକୁ ବଞ୍ଚାଇଲେ ମହିଳା ଡାକ୍ତର, ନେଟିଜେନ୍ସ କଲେ ବାଃ ବାଃ

ଲକ୍ଷ୍ନୌ:ନବଜାତ ପାଇଁ ଦେବଦୂତ ସାଜିଲେ ଡାକ୍ତରାଣୀ । ନିଜ ମୁହଁ ଦ୍ବାରା ଶିଶୁର ପାଟିରେ ଶ୍ବାସ ଭରି ବଞ୍ଚାଇଲେ କୋମଳମତି ଶିଶୁର ଜୀବନ । ଦୁନିଆକୁ ଦେଖିବା ପୂର୍ବରୁ କ୍ଷଣିକ ମଧ୍ୟରେ ଦୁନିଆକୁ ଅଲବିଦା କହିବାକୁ ଯାଉଥିବା ଶିଶୁକୁ ସେ ଦେଇଛନ୍ତି ଜୀବନଦାନ । ଅକ୍ସିଜେନ ମେସିନର ଅଭାବ ଯୋଗୁଁ ଶିଶୁଟି ଜୀବନ ହାରିବାକୁ ବସିଥିବାବେଳେ ସେ ଏହି ପ୍ରତିକୂଳ ପରିସ୍ଥିତିର ସାମନା କରି ହୋଇଛନ୍ତି ସଫଳ । ଏହି ସମୟର ଦୃଶ୍ୟ ସୋସିଆଲ ମିଡ଼ିଆରେ ଏବେ ଭାଇରାଲ ହେବା ସହିତ ଅନେକ ସାହାସୀ ମହିଳା ଡାକ୍ତରଙ୍କୁ ପ୍ରଶଂସା କରିଛନ୍ତି ।

ଶ୍ବାସ ଦେଇ ନବଜାତକୁ ବଞ୍ଚାଇଲେ ମହିଳା ଡାକ୍ତର, ନେଟିଜେନ୍ସ କଲେ ବାଃ ବାଃ

ଘଟଣାଟି ଉତ୍ତରପ୍ରଦେଶ ଏତ୍ମାଦୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଘଟିଛି । ଏଠାରେ ଖୁସବୁ ନାମରେ ଜଣେ ମହିଳା ଏକ ଶିଶୁକୁ ଜନ୍ମ ଦେଇଥିଲେ । କିନ୍ତୁ ନବଜାତକୁ ଶ୍ବାସକ୍ରିୟାରେ କଷ୍ଟ ହୋଇଥିଲା । ଅପରେସନ ଥିଏଟରରେ ପ୍ରସବ କରାଉଥିବା ଡକ୍ଟର ସୁରେଖା ଚୌଧୁରୀ ନବଜାତକୁ ଅକ୍ସିଜେନ ମେସିନ ଦ୍ବାରା ଅମ୍ଳଜାନ ଦେବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ଠିକ ସମୟରେ ଏହି ମେସିନଟି କାମ କରିନଥିଲା । ଏହି ସମୟରେ ଡକ୍ଟର ସୁରେଖା ନବଜାତର ପାଟିରେ ଶ୍ବାସ ଭର୍ତ୍ତି(Mouth to Mouth Respiration) କରାଇଥିଲେ ।

ଭିଡ଼ିଓରେ ଦେଖିବାକୁ ମିଳିଛି ଯେ ଡକ୍ଟର ସୁରେଖା ନବଜାତକୁ ନିଜ ପାଟିରେ ଶ୍ବାସ ଦେବା ସହିତ ଛାତିକୁ ପମ୍ପିଂ କରୁଛନ୍ତି । ତାଙ୍କର ଅଦମ୍ୟ ସାହସ ଓ ପ୍ରଚେଷ୍ଟା ଶେଷରେ ଶିଶୁର ଜୀବନ ବଞ୍ଚାଇପାରିଛି । ନବଜାତର ଶ୍ବାସ ଫେରିବା ପରେ ଡକ୍ଟର ସୁରେଖାଙ୍କ ମୁଖମଣ୍ଡଳ ଖୁସିରେ ଉଜ୍ଜ୍ବଳମୟ ହୋଇଉଠିଥିଲା । ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସମସ୍ତେ ଏହି ଡାକ୍ତରାଣୀଙ୍କୁ ଖୁବ ପ୍ରଶଂସା କରିଛନ୍ତି ।

ଡକ୍ଟର ସୁରେଖାଙ୍କ କହିବାନୁସାରେ ପ୍ରୋଲାଉନ ଲେବର ପାଇଁ ନବଜାତକୁ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ ହୋଇଥିଲା । ମାତ୍ର ସଠିକ ସମୟରେ ମେସିନ କାମ ନ କରିବା ପରେ ସେ ମୁହଁରେ ଶ୍ବାସ ଦେବା ପାଇଁ ପ୍ରୟାସ କରିଥିଲେ । ଏପରି କରିବାର ପ୍ରାୟ ୭ ମିନିଟ ପରେ ଶିଶୁଟି ଶ୍ବାସକ୍ରିୟା କରିବା ସହ କାନ୍ଦି ଉଠିଥିଲା । ଏହି ପଦ୍ଧତି ଆପଣେଇ ସେ ପୂର୍ବରୁ ମଧ୍ୟ ଅନେକ ଶିଶୁଙ୍କ ଜୀବନ ବଞ୍ଚାଇଛନ୍ତି । ତେବେ ତାଙ୍କ ପାଇଁ ଏହା କୌଣସି ସଫଳତାଠୁ କମ ନୁହେଁ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details