ଓଡିଶା

odisha

ETV Bharat / bharat

ହାଇଦ୍ରାବାଦରେ ନିର୍ମାଣ ହେବ ବିଶ୍ବ ସ୍ତରୀୟ ଫିଲ୍ମ ସିଟି - ପ୍ରାୟ 10 ଲକ୍ଷ ଲୋକ ଫିଲ୍ମ ଇଣ୍ଡଷ୍ଟ୍ରି ଉପରେ ନିର୍ଭରଶୀଳ

ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ବିଶ୍ବ ସ୍ତରୀୟ ଫିଲ୍ମ ସିଟି ପ୍ରତିଷ୍ଠିତ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ଅଧିକ ପଢନ୍ତୁ...

New world-class film city with airstrip to come up in Hyderabad
ହାଇଦ୍ରାବାଦ ହେବ ବିଶ୍ବ ସ୍ତରୀୟ ଚଳଚ୍ଚିତ୍ର ସହର

By

Published : Nov 8, 2020, 9:31 AM IST

Updated : Nov 8, 2020, 10:02 AM IST

ହାଇଦ୍ରାବାଦ: ହାଇଦ୍ରାବାଦରେ ନିର୍ମାଣ ହେବ ବିଶ୍ବସ୍ତରୀୟ ଫିଲ୍ମସିଟି । ଯେଉଁଠାରେ ଏୟାରଷ୍ଟ୍ରିପର ସୁବିଧା ଉପଲବ୍ଧ ଥିବ । ଏନେଇ ଘୋଷଣା କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ଏଥିପାଇଁ 1500ରୁ 2000ଏକର ଜମି ଅଧିଗ୍ରହଣ ହୋଇଥିବା ସୂଚନା ମିଳିଛି ।

ପ୍ରସ୍ତାବିତ ଫିଲ୍ମ ସିଟି ସମସ୍ତ ଭିତ୍ତିଭୂମିର ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ତେଲେଙ୍ଗାନା ସରକାର । ଭବିଷ୍ୟତର ଆବଶ୍ୟକତାର ପୂରଣ ପାଇଁ ନୂତନ ଜ୍ଞାନକୌଶଳ ସହ ଷ୍ଟୁଡିଓର ପ୍ରତିଷ୍ଠା ପାଇଁ ଚଳଚ୍ଚିତ୍ର ପ୍ରସ୍ତୁତ କରୁଥିବା କମ୍ପାନୀଗୁଡିକୁ ଜମି ବଣ୍ଟନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ରାଓ ।

ପ୍ରସିଦ୍ଧ ରାମୋଜି ଫିଲ୍ମ ସିଟିକୁ ଆହୁରି ବିକଶିତ ଓ ବିସ୍ତାର କରିବାକୁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ରାଓ । ସେ ଆହୁରି କହିଛନ୍ତି ଦେଶର ବିଭିନ୍ନ ପ୍ରାନ୍ତରୁ ଏଠାରେ ଲୋକମାନେ ବସବାସ କରୁଛନ୍ତି । ଚଳଚ୍ଚିତ୍ର ସୁଟିଂ ତଥା ଅନ୍ୟାନ୍ୟ ଚଳଚ୍ଚିତ୍ର ନିର୍ମାଣ କାର୍ଯ୍ୟକଳାପ ପାଇଁ ଏଠାରେ ସୁବିଧା ସୃଷ୍ଟି କରାଯାଇପାରିବ ।

ହାଇଦ୍ରାବାଦରେ ଜୀବିକା ନିର୍ବାହ ପାଇଁ ପ୍ରାୟ 10 ଲକ୍ଷ ଲୋକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଫିଲ୍ମ ଇଣ୍ଡଷ୍ଟ୍ରି ଉପରେ ନିର୍ଭରଶୀଳ, ଯେଉଁମାନେ ଲକଡାଉନ୍ ସମୟରେ ବେଶ୍ ପ୍ରବାହିତ ହୋଇଛନ୍ତି । କୋରୋନା ଗାଇଡଲାଇନକୁ ମାନି ସମସ୍ତ ସିନେମା ହଲକୁ ପୁନଃ ଖୋଲିବାକୁ ପ୍ରସ୍ତୁତି ଚାଲିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

@IANS

Last Updated : Nov 8, 2020, 10:02 AM IST

ABOUT THE AUTHOR

...view details