ନୂଆଦିଲ୍ଲୀ: ତିହାର ଜେଲରେ କଏଦୀଙ୍କ ଉପରେ ତୀକ୍ଷ୍ମ ନଜର ରଖିବା ପାଇଁ ନୂଆ ପଦକ୍ଷେପ ନେଇଛନ୍ତି ଜେଲ୍ କର୍ତ୍ତୃପକ୍ଷ । ଜେଲ୍ରେ କଏଦୀଙ୍କ ମୋବାଇଲ ବ୍ୟବହାର ଉପରେ ନଜର ରଖିବା ପାଇଁ ସୁରକ୍ଷାକୁ ଆହୁରି ଜୋରଦାର କରାଯାଉଛି । ଏଥିପାଇଁ ନୂଆ ଟେକ୍ନିକାଲ ସିଷ୍ଟମର (new technical safety systems) ବ୍ୟବହାର କରାଯାଉଛି । ଏନେଇ ସୂଚନା ଦେଇଛନ୍ତି ତିହାର ଜେଲର AIG HPS ସରନ ।
ସରନଙ୍କ କହିବାନୁଯାୟୀ, "ମାଣ୍ଡୋଲି ଜେଲ୍ରେ ଏକ ଜାମର ଲଗାଯାଇଛି । ବିଶେଷ କରି ଏହା ଜେଲ୍ ନମ୍ବର 13, 14 ଏବଂ 15 ପାଇଁ ଅଟେ । ଏହା ସହିତ ମୋବାଇଲ ବ୍ୟବହାର ବନ୍ଦ କରିବା ପାଇଁ ତିହାର ଜେଲ୍ରେ 3ଟି ଜାମର ଲଗାଯାଇଛି । ଏହି ନୂଆ ସିଷ୍ଟମ ହେଲା ହରମୋନିୟସ୍ କଲ୍ ବ୍ଲକିଂ ସିଷ୍ଟମ୍(Harmonious Call Blocking System) । ଏହି ଜାମ୍ରେ ଲାଗିଥିବା ଆଣ୍ଟିନା ଏତେ ଶକ୍ତ ଯେ, ଯଦି କେହି କୌଣସି ସ୍ଥାନକୁ କଲ୍ କରିବା ପାଇଁ ଚେଷ୍ଟା କରେ ତାହେଲେ ଫୋନ ଲାଗିବ ନାହିଁ ।"
ସୂଚନାଅନୁସାରେ, ବର୍ତ୍ତମାନର 4G ଏବଂ 5G ସେବା ଯୋଗୁଁ ବ୍ୟବହୃତ ହେଉଥିବା ପୁରୁଣା ଟେକ୍ନୋଲୋଜି ଜେଲ୍ରେ ଫୋନ କଲ୍ ରୋକିବାକୁ ସମ୍ଭବ ହୋଇପାରୁନାହିଁ । ତେବେ ଏହାକୁ ରୋକିବା ପାଇଁ ତିହାର ଜେଲ୍ କର୍ତ୍ତୃପକ୍ଷ ମଧ୍ୟ ଉଦ୍ୟମ କରୁଥିବା କଥା କହିଛନ୍ତି ।