ଓଡିଶା

odisha

ETV Bharat / bharat

ଆପ୍‌ ନେତାଙ୍କ ନୂଆ ଅବତାର: Lakme Fashion Weekରେ ସାଜିଲେ ଶୋ’ ଟପ୍ପର - ଯୁବ ସାଂସଦ ରାଘବ ଚଢ଼ା

ଲାଖମେ ଫ୍ୟାଶନ୍ ୱିକ୍‌ର ଫ୍ୟାଶନ ଶୋ ରେ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌)ର ନେତା ତଥା ପଞ୍ଜାବରୁ ରାଜ୍ୟସଭା ପାଇଁ ପାର୍ଟି ପକ୍ଷରୁ ଚୟନିତ ହୋଇଥିବା ରାଘବ ଚଢ୍ଢା ରାମ୍ପ ୱାକ୍ କରିଛନ୍ତି । ଅଧିକ ପଢନ୍ତୁ

Lakme Fashion Weekରେ ରାମ୍ପ ୱାକ୍‌ କଲେ ରାଘବ ଚଢା
Lakme Fashion Weekରେ ରାମ୍ପ ୱାକ୍‌ କଲେ ରାଘବ ଚଢା

By

Published : Mar 28, 2022, 11:24 AM IST

ନୂଆଦିଲ୍ଲୀ: ଲାଖମେ ଫ୍ୟାଶନ୍ ୱିକ୍‌ରେ (Lakme Fashion Week 2022) ଆପ୍‌ ନେତାଙ୍କ ନୂଆ ଅବତାର ଦେଖିବାକୁ ମିଳିଛି । ଆମ ଆଦ୍‌ମୀ ପାର୍ଟି (ଆପ୍) ନେତା ତଥା ପଞ୍ଜାବର ରାଜ୍ୟସଭା ସାଂସଦ ରାଘବ ଚଢ଼ା ରାମ୍ପରେ ୱାକ୍ କରିଛନ୍ତି। ଆପ ନେତା ରାଘବ ଚଢା ଡିଜାଇନର ପୱନ ସଚଦେବଙ୍କ ଶୋ’ରେ ଭାଗ ନେଇ ତାଙ୍କ କଷ୍ଟ୍ୟୁମ ପିନ୍ଧିଥିଲେ। ସେ ସୋ’ ଟପର ଭାବେ ରାମ୍ପ ୱାକ୍ କରିଥିଲେ।

ମାଟିଆ ରଙ୍ଗର ବେଲ୍ଟ ସାଙ୍ଗକୁ କଳା ସୁଟରେ ଷ୍ଟାଇଲିସ ଲାଗୁଛନ୍ତି ନବନିର୍ବାଚିତ ସାଂସଦ ରାଘବ । ଅଭିନେତା ଅପାରଶକ୍ତି ଖୁରାନାଙ୍କ ସହ ସେ ରାମ୍ପରେ ଚାଲିଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ୟୁଜର ବି ବେଶ ପସନ୍ଦ କରୁଛନ୍ତି ।

Lakme Fashion Weekରେ ରାମ୍ପ ୱାକ୍‌ କଲେ ରାଘବ ଚଢା

33 ବର୍ଷୀୟ ରାଘବ ପଞ୍ଜାବର ସର୍ବକନିଷ୍ଠ ସଦସ୍ୟ ଭାବେ ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି । ରାଜ୍ୟସଭାକୁ ମନୋନୀତ ପରେ ଦିଲ୍ଲୀ ବିଧାନସଭାରୁ ଇସ୍ତଫା ଦେଇଛନ୍ତି ରାଘବ । ତେବେ ନିକଟରେ ବିଧାନସଭା ନିର୍ବାଚନ ପାଇଁ ପଞ୍ଜାବ ଦାୟିତ୍ବ ଏହି ଆପ୍‌ ନେତାଙ୍କୁ ମିଳିଥିଲା । ଆପ୍‌ର ବିପୁଳ ବିଜୟ ପାଇଁ ରାଘବଙ୍କୁ ଶ୍ରେୟ ମଧ୍ୟ ମିଳିଛି ।

Lakme Fashion Weekରେ ରାମ୍ପ ୱାକ୍‌ କଲେ ରାଘବ ଚଢା

ମାର୍ଚ୍ଚ 31 ରେ ପଞ୍ଜାବର 5 ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ପଞ୍ଜାବରେ ହୋଇଥିବା ବିଶାଳ ବିଜୟ ପରେ AAP ସମସ୍ତ 5 ଟି ସିଟ୍ ଜିତିବ ବୋଲି ଆଶା କରାଯାଉଛି । ଏଭଳି ପରିସ୍ଥିତିରେ ରାଘବ ଚଢାଙ୍କ ସମେତ ସମସ୍ତ 5 ପ୍ରାର୍ଥୀ ରାଜ୍ୟସଭାରେ ପହଞ୍ଚିବା ପ୍ରାୟ ନିଶ୍ଚିତ ବୋଲି ବିବେଚନା କରାଯାଉଛି। 117 ସିଟ୍ ବିଶିଷ୍ଟ ରାଜ୍ୟରେ AAP 92 ଟି ସିଟ୍ ଜିତିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details