ନୂଆଦିଲ୍ଲୀ: ଦେଶବାସୀ ସାକ୍ଷୀ ରହିବେ। ଭାରତ ଇତିହାସ ଲେଖିବ । ଇଂରେଜଙ୍କ ସଂକେତ ସଫା ହେବ । ଆତ୍ମନିର୍ଭର ଭାରତର ନୂଆ ସଂସଦ ଉଦଘାଟନ ହେବ। ଦେଶବାସୀଙ୍କ ଶ୍ରମ ଓ ସଂକଳ୍ପ ସାର୍ଥକ ହେବ । ସ୍ବଦେଶୀ ସଂସଦରୁ ଏଣିକି ଭାରତ ଶାସନ ହେବ। ଆଜି ନୂଆ ସଂସଦ ଭବନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉଦଘାଟନ ଉତ୍ସବକୁ ବର୍ଜନ କରିଥିବା 21 ଟି ରାଜନୈତିକ ଦଳ ଏଥିରେ ଅନୁପସ୍ଥିତ ରହିବେ ।
ଉଦଘାଟନ ହେବ ନୂଆ ସଂସଦ ଭବନ, ସାକ୍ଷୀ ରହିବ ଦେଶ ଏହାବି ପଢନ୍ତୁ- New Parliament Building: ବଢିବ କି ସାଂସଦଙ୍କ ସଂଖ୍ୟା ? ନୂଆ ସଂସଦ ନିର୍ମାଣ ପରେ ଜୋରଦାର ଚର୍ଚ୍ଚା
ଉଦଘାଟନ ହେବ ନୂଆ ସଂସଦ ଭବନ, ସାକ୍ଷୀ ରହିବ ଦେଶ ନୂତନ ସଂସଦ ଭବନ ଉଦଘାଟନ ପାଇଁ ଭବ୍ୟ କାର୍ଯ୍ୟକ୍ରମ ଅୟୋଜିତ ହେଉଛି । ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦଘାଟନ ହେବା ପୂର୍ବରୁ ରବିବାର ସକାଳୁ ପୂଜାର୍ଚନା ଆରମ୍ଭ ହେବ। ପରେ ସର୍ବଧର୍ମ ପ୍ରାର୍ଥନା ହେବ । ଉଦଘାଟନୀ ଉତ୍ସବରେ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀ, 25 ଟି ଦଳର ସାଂସଦ ଓ ଦଳୀୟ ପ୍ରତିନିଧି, ସରକାରୀ ଅଧିକାରୀ, ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିବେ ।
ପ୍ରଥମେ କଣ ହେବ:- ମିଳିଥିବା ସୂଚନା ଅନୁସାରେ ସକାଳ 7 ଟାରୁ ପୂଜା ଆରମ୍ଭ ହେବ । ପୂଜାସ୍ଥଳରେ ତାମିଲନାଡୁର ଆସିତିବା ସ୍ବତନ୍ତ୍ର ପଣ୍ଡିତ ଗଣ ସେଙ୍ଗୋଲର ପୂଜାର୍ଚନା କରି ପ୍ରଧାନମନ୍ତ୍ରୀଙ୍କୁ ହସ୍ତାନ୍ତର କରିବେ । ପ୍ରଧାନମନ୍ତ୍ରୀ ସେଙ୍ଗୋଲ ବା ରାଜଦଣ୍ଡକୁ ନେଇ ନୂଆ ସଂସଦ ଭବନ ଲୋକସଭା ବାଚସ୍ପତିଙ୍କ ଆସନ ପାର୍ଶ୍ବରେ ସ୍ଥାପନ କରିବେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ, ଲୋକସଭା ବାଚସ୍ପତି ଓମ ବିର୍ଲା, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡା, ରାଜ୍ୟସଭା ଉପାଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ରହିବେ ।
ଉଦଘାଟନ ହେବ ନୂଆ ସଂସଦ ଭବନ, ସାକ୍ଷୀ ରହିବ ଦେଶ କଣ ରହିଛି ବ୍ୟବସ୍ଥା:- ତ୍ରିକଣୀ ଭାବେ ନିର୍ମିତ ହୋଇଥିବା ଏହି ଚାରି ମହଲା ବିଶିଷ୍ଟ ନୂଆ ସଂସଦ ଭବନ 64 ହଜାର 500 ବର୍ଗ ମିଟରରେ ଛିଡା ହୋଇଛି । ସଂସଦ ଭବନର ତିନୋଟି ଦ୍ବାର ରହିଛି । ଜ୍ଞାନ ଦ୍ବାର, ଶକ୍ତି ଦ୍ବାର ଓ କର୍ମ ଦ୍ବାର । ଭବନରେ ସର୍ବାଧିକ ସୌରଶକ୍ତି ବ୍ୟବହାର ହେବ । ବିଶୁଦ୍ଧ ବାୟୁ ପ୍ରବାହ ପାଇଁ ବିଶେଷ ବ୍ୟବସ୍ଥା ରହିଛି । ନୂଆ ସଂସଦ ଭବନରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଛି । ଏହା ସେସ୍ମିକ ଜୋନ-5କୁ ନଜରରେ ରଖି ନିର୍ମାଣ କରାଯାଇଛି । ଏହା ସମ୍ପୂର୍ଣ୍ଣ ଭାବେ ଭୂକମ୍ପ ନିରୋଧୀ କୋଠା ।
ଉଦଘାଟନ ହେବ ନୂଆ ସଂସଦ ଭବନ, ସାକ୍ଷୀ ରହିବ ଦେଶ ହାଇ ସିକ୍ୟୁରିଟିରେ ନୂଆ ସେଣ୍ଟ୍ରାଲ ଦିଲ୍ଲୀ :- ପୁରା ସଂସଦ ମାର୍ଗକୁ ଦିଲ୍ଲୀ ପୋଲିସ ଏ ସ୍ପେଶାଲ ଫୋର୍ସ ସୁରକ୍ଷା ଦେଉଛନ୍ତି । ସଂସଦ ପରିସର ଓ ଏହାର ଆଖପାଖ ଅଞ୍ଚଳକୁ କଡା ସୁରକ୍ଷା ବଳରେ ରଖାଯାଇଛି । ଆଜି ଉଦଘାଟନୀ ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମାଗମକୁ ଦେଖି ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାକୁ ବ୍ୟାପକ କରାଯାଉଇଛି । ସାଧାରଣ ଲୋକଙ୍କ ଯେମିତି ଅସୁବିଧା ନହେବ ତାହାକୁ ନିଶ୍ଚିତ କରାଯାଇଛି । ଦିଲ୍ଲୀ ପୋଲିସ ଓ ସ୍ପେଶାଲ ଫୋର୍ସ ମିଳିତ ଭାବେ ପୁରା ସୁରକ୍ଷା ଓ ଟ୍ରାଫିକ ପରିଚାଳନା ଦାୟିତ୍ବରେ ଅଛନ୍ତି । ସମଗ୍ର ଦିଲ୍ଲୀକୁ ସିସିଟିଭି ସର୍ଭେଲାନ୍ସରେ ରଖାଯାଇଛି । ସେଣ୍ଟ୍ରାଲ ଦିଲ୍ଲୀର ସୁରକ୍ଷା, ଆଇନ ଶୃଙ୍ଖଳା ଓ ଟ୍ରାଫିକ ପରିଚାଳନା ପାଇଁ ଦିଲ୍ଲୀ ପୋଲିସ ବ୍ୟାପକ ବ୍ୟବସ୍ଥା କରିଛି ।
ଉଦଘାଟନ ହେବ ନୂଆ ସଂସଦ ଭବନ, ସାକ୍ଷୀ ରହିବ ଦେଶ ଏହାବି ପଢନ୍ତୁ- Watch: ପ୍ରଧାନମନ୍ତ୍ରୀଙ୍କୁ ରାଜଦଣ୍ଡ ହସ୍ତାନ୍ତର କଲେ ଅଧିନମ ମଠ ମହନ୍ତ
ଉଦଘାଟନ ହେବ ନୂଆ ସଂସଦ ଭବନ, ସାକ୍ଷୀ ରହିବ ଦେଶ ଉଦଘାଟନୀ କାର୍ଯ୍ୟକ୍ରମ:-
- ସକାଳ 7.30 ରୁ ଆରମ୍ଭ ହେବ ପୂଜା । ପୂଜାପାଇଁ ମହାତ୍ମାଗାନ୍ଧୀଙ୍କ ଷ୍ଟାଚ୍ୟୁ ପାଖରେ ପୂଜା ମଣ୍ଡପ ନିର୍ମାଣ ହୋଇଛି ।
- ସକାଳ 8.30 ରେ ସେଙ୍ଗୋଲ ବା ରାଜଦଣ୍ଡକୁ ଲୋକସଭା ବାଚସ୍ପତିଙ୍କ ଆସନ ପାର୍ଶ୍ବରେ ସ୍ଥାପନ ।
- ସକାଳ 9.30 ରେ ସର୍ବଧର୍ମ ପ୍ରାର୍ଥନା ସଭା । ପାର୍ଲାମେଣ୍ଟ ଲବିରେ ହେବ ସର୍ବଧର୍ମ ପ୍ରାର୍ଥନା ସଭା । ଏଥିରେ ସବୁ ଧର୍ମରୁ ଧର୍ମ ପ୍ରଚାରକ ଓ ପଣ୍ଡିତ ଉପସ୍ଥତି ରହିବେ ।
- ମଧ୍ୟାହ୍ନ 12 ଟାରେ ଦୁଇଟି କ୍ଷୁଦ୍ର ଫିଲ୍ମର ସ୍କ୍ରିନିଂ ହେବ । ଏହାପରେ ଅଧିକୃତ ଅତିଥି ସମ୍ବୋଧିତ କରିବେ ।
- ଅପରାହ୍ନ 1 ଟା ରେ ପ୍ରଧାନମନ୍ତ୍ରୀ 75 ଟଙ୍କିଆ କଏନର କରିବେ ଉନ୍ମୋଚନ ।
- 1.10 ରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରକୁ କରିବେ ସମ୍ବୋଧନ ।