ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ କୋରୋନା । ଦିନକୁ ଦିନ ନୂଆ ନୂଆ ରେକର୍ଡ କରୁଛି ମହାମାରୀ । ଗତ 24 ଘଣ୍ଟା ମଧ୍ୟରେ ନୂଆ 2 ଲକ୍ଷ 34 ହଜାର 692 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହିତ 1341 ଜଣ କୋରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।
ତେବେ ଦେଶରେ କୋରୋନା ସଂକ୍ରମଣ ହୁହୁ ହୋଇ ବଢିଚାଲିଥିବା ବେଳେ ଦୈନିକ ଆକ୍ରାନ୍ତ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ଲକଡାଉନ୍, ସଟଡାଉନ, ନାଇଟ୍ କର୍ଫ୍ୟୁ ଆଦି ଲାଗିଥିଲେ ମଧ୍ୟ ସଂକ୍ରମଣ ଥମିବାର ନାଁ ଧରୁନି । ତେବେ ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1 କୋଟି 45 ଲକ୍ଷ 26 ହଜାର 609ରେ ପହଞ୍ଚିଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି 1 କୋଟି 26 ଲକ୍ଷ 71 ହଜାର 220 ଜଣ ।