ବେଙ୍ଗାଲୁରୁ: ଆସନ୍ତା ଜାନୁଆରୀ 11 ତାରିଖରେ ଏୟାର ଇଣ୍ଡିଆର ମହିଳା ପାଇଲଟ୍ ଦଳ ଏକ ନୂତନ ଇତିହାସ ରଚିବାକୁ ଯାଉଛନ୍ତି । ଏୟାର ଇଣ୍ଡିଆ କମ୍ପାନୀ ବିଶ୍ବର ସର୍ବପ୍ରଥମ ଅଧିକ ଦୂରତ୍ବ ବିଶିଷ୍ଟ ବିମାନ ଯାତ୍ରାର ଉଡାଣ ଭରିବାକୁ ଯାଉଛି । ତେବେ ଏହି ବିମାନ ଯାତ୍ରାରେ ସମସ୍ତ କାର୍ଯ୍ୟ କେବଳ ମହିଳା ପାଇଲଟଙ୍କ ଦ୍ବାରା କରାଯିବ। କୌଣସି ପୁରୁଷ କର୍ମଚାରୀ ଏହି ବିମାନ ଯାତ୍ରାରେ ସାମିଲ ହେବେ ନାହିଁ ବୋଲି ଜଣାପଡି଼ଛି ।
ଏୟାର ଇଣ୍ଡିଆ ପ୍ରଥମ ଥର ପାଇଁ ଉତ୍ତର ପୋଲରୁ ଦକ୍ଷିଣ ଭାରତ ପର୍ଯ୍ୟନ୍ତ ଏକ ଦୀର୍ଘ ବିମାନ ଯାତ୍ରା ଆସନ୍ତା ଜାନୁଆରୀ 11 ତାରିଖରୁ ଆରମ୍ଭ କରିବ। କ୍ୟାପଟେନ ଜୋୟା ଅଗ୍ରୱାଲ ଏହି ବିମାନକୁ ନିର୍ଦ୍ଦେଶ ଦେବେ। ତାଙ୍କ ସହ ଅନ୍ୟ କ୍ୟାପଟେନଙ୍କ ମଧ୍ୟରେ ଥାନମାଇ ପାପାଗାରୀ, କ୍ୟାପଟେନ ସୋଲୱାନେ ଆକାଂକ୍ଷା ଏବଂ ଶିବାନୀ ମାନହସ ରହିବେ। ଏୟାର ଇଣ୍ଡିଆର ଦୀର୍ଘତମ ନନସ୍ଟପ ସାନ୍ ଫ୍ରାନ୍ସିସ୍କୋ (SFO)-ବେଙ୍ଗାଲୁରୁ ବିମାନ ଯାତ୍ରାରେ କେବଳ ମହିଳା କର୍ମଚାରୀମାନେ କାର୍ଯ୍ୟ କରିବେ । କକ୍ପିଟ୍ କ୍ରୁ(ବିମାନ ପରିଚାଳନାର ନିର୍ଦ୍ଦେଶ ଦେଉଥିବା କ୍ୟାପଟେନ)ଙ୍କଠାରୁ ଆରମ୍ଭ କରି କ୍ୟାବିନ କ୍ରୁ, ଚେକ୍ ଇନ୍ କ୍ରୁ, ଗ୍ରାହକଙ୍କ ଯତ୍ନ ନେଉଥିବା କର୍ମଚାରୀ, ଏୟାର ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ଗ୍ରାଉଣ୍ଡ ମ୍ୟାନେଜମେଣ୍ଟ ଭଳି ସମ୍ପୂର୍ଣ୍ଣ ବିମାନ କାର୍ଯ୍ୟ କେବଳ ମହିଳା କର୍ମଚାରୀଙ୍କ ଦ୍ବାରା ପରିଚାଳନା କରାଯିବ ।