ନୂଆଦିଲ୍ଲୀ : କେନ୍ଦ୍ର ଆଣିଥିବା କୃଷି ଆଇନକୁ ନେଇ ପୁଣି ସରକାରଙ୍କୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । 3 କୃଷି ଆଇନକୁ ମୃତ୍ୟୁ ପରଓ୍ବାନା ବା ଚାଷୀଙ୍କ ଡେଥ ଓ୍ବାରେଣ୍ଟ ବୋଲି କହି ଶାଣିତ ଢଙ୍ଗରେ ଟାର୍ଗେଟ କରିଛନ୍ତି କେଜ୍ରିଓ୍ବାଲ ।
କୃଷି ଆଇନକୁ ଡେଥ୍ ୱାରେଣ୍ଟ କହିଲେ କେଜ୍ରିୱାଲ - 'death warrant statement of kejirwal
କେନ୍ଦ୍ର ଆଣିଥିବା କୃଷି ଆଇନକୁ ନେଇ ପୁଣି ସରକାରଙ୍କୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଅଧିକ ପଢନ୍ତୁ....
କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି ଏହି ଆଇନରେ ସରକାର ଚାଷୀ ମାନଙ୍କ ଜମି ଛଡ଼ାଇ 3 ରୁ 4 ପୁଞ୍ଜିପତିଙ୍କୁ ଦେବାକୁ ଚାହୁଁଛନ୍ତି। ଏହି ଆଇନ ଲାଗୁ ହେଲେ କୃଷକମାନେ ନିଜ ନିଜ ବିଲରେ ଶ୍ରମିକ ହୋଇଯିବେ । ଚାଷୀଙ୍କ ପରିଶ୍ରମର ଲାଭ କେବଳ କିଛି ହାତ ଗଣତି ଶିଳ୍ପପତି ପାଇବେ ବୋଲି କହି ସେ କେନ୍ଦ୍ରକୁ କଟାକ୍ଷ କରିଛନ୍ତି । ଏହା ସହ ଦିଲ୍ଲୀ ହିଂସା ଘଟଣାକୁ ନେଇ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ସିଏମ କେଜ୍ରିୱାଲ । ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ହୋଇଥିବା ହିଂସା ମଧ୍ୟ କେନ୍ଦ୍ରରେ ନେତୃତ୍ବାଧିନ ବିଜେପି ସରକାରର ଉଦ୍ଦେଶ୍ୟ ମୂଳକ ଷଡଯନ୍ତ୍ର ବୋଲି କହିଛନ୍ତି ଅରବିନ୍ଦ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ