ଓଡିଶା

odisha

ETV Bharat / bharat

ବର୍ଷାରେ ଉବୁଟୁବୁ ବେଙ୍ଗାଲୁରୁ: ଟ୍ରାକ୍ଟରରେ ଅଫିସ୍ ପହଞ୍ଚିଲେ ଆଇଟି କର୍ମଚାରୀ - T professionals take tractor rides to reach office

ପ୍ରବଳ ବର୍ଷାରେ ବେହାଲ ବେଙ୍ଗାଲୁରୁ ସହର । ରାସ୍ତାଘାଟରେ ପାଣି ଚାଲୁଥିବାରୁ ଟ୍ରାକ୍ଟରରେ ଅଫିସ୍ ଗଲେ ଆଇଟି କର୍ମଚାରୀ । ଅଧିକ ପଢନ୍ତୁ

ବର୍ଷାରେ ଉବୁଟୁବୁ ବେଙ୍ଗାଲୁରୁ: ଟ୍ରାକ୍ଟରରେ ଅଫିସ୍ ପହଞ୍ଚିଲେ ଆଇଟି କର୍ମଚାରୀ
ବର୍ଷାରେ ଉବୁଟୁବୁ ବେଙ୍ଗାଲୁରୁ: ଟ୍ରାକ୍ଟରରେ ଅଫିସ୍ ପହଞ୍ଚିଲେ ଆଇଟି କର୍ମଚାରୀ

By

Published : Sep 6, 2022, 1:27 PM IST

ବେଙ୍ଗାଲୁରୁ:ବର୍ଷାରେ ଉବୁଟୁବୁ ହେଉଛି ସ୍ମାର୍ଟସିଟି ବେଙ୍ଗାଲୁରୁ । ଲଗାଣ ବର୍ଷା ଯୋଗୁଁ ଭାରତର ସିଲିକନ ଭ୍ୟାଲି କୁହାଯାଉଥିବା ବେଙ୍ଗାଲୁରୁ ଅବସ୍ଥା ବେହାଲ୍ ହୋଇଯାଇଛି । ରାସ୍ତାଘାଟ, ଗଳିକନ୍ଦି ସବୁଠି ଆଣ୍ଠୁଏ ଉଚ୍ଚର ପାଣି । ରାଜରାସ୍ତା ଜଳାର୍ଣ୍ଣବ ରହିଥିବାରୁ ଯାନବାହନ ଯାତାୟତ ଏବଂ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହେଉଛି । ଅଫିସ୍ ଯାଉଥିବା କର୍ମଚାରୀ ଘଣ୍ଟା ଘଣ୍ଟା କାଳ ଟ୍ରାଫିକ୍ ଜାମ୍ ସମସ୍ୟା ଭୋଗୁଛନ୍ତି । ଏପରି ସ୍ଥିତିରେ ଅଫିସ୍‌ରେ ପହଞ୍ଚିବାକୁ ବାଧ୍ୟ ହୋଇ କର୍ମଚାରୀମାନେ ଟ୍ରାକ୍ଟର ଯୋଗେ ଯାତ୍ରା କରୁଛନ୍ତି । ବେଙ୍ଗାଲୁରୁ ସହରରେ କିଛି ଆଇଟି କର୍ମଚାରୀ ଟ୍ରାକ୍ଟରରେ ଅଫିସ ଯାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି(IT professionals reach office by tractor)।

ବିମାନ ବନ୍ଦର ନିକଟସ୍ଥ ୟେମାଲୁରୁ ଅଞ୍ଚଳରେ ଥିବା ଆଇଟି କମ୍ପାନୀଗୁଡିକରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଟ୍ରାକ୍ଟର ଯାତାୟତର ଏକମାତ୍ର ଭରସା ପାଲଟିଛି । ଏନେଇ ଆଇଟି ଫାର୍ମରେ କାର୍ଯ୍ୟରତ ଜଣେ ମହିଳା କହିଛନ୍ତି, ''ଆମେ ଅଫିସରୁ ଏକାଧିକ ଛୁଟି ନେଇପାରିବୁ ନାହିଁ । ଆମ କାର୍ଯ୍ୟ ପ୍ରଭାବିତ ହେଉଛି । ତେଣୁ ଯାତାୟତ ପାଇଁ ଟ୍ରାକ୍ଟରକୁ ବିକଳ୍ପ ଭାବେ ବାଛିଛୁ । ୫୦ ଟଙ୍କା ଦେଇ ଆମେ ଟ୍ରାକ୍ଟର ଯୋଗେ ଅଫିସରେ ପହଞ୍ଚୁଛୁ ।'' ଅନ୍ୟପଟେ ବର୍ଷା ଏବଂ ଜଳବନ୍ଦୀ ସମସ୍ୟା ଯୋଗୁଁ ଆଇଟି କମ୍ପାନୀଗୁଡିକ ପ୍ରାୟ ୨୨୫ କୋଟିର କ୍ଷତି ସହିଲେଣି । ଏହି କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ କରାଯିବ ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ କମ୍ପାନୀଗୁଡିକୁ ଆଶ୍ବାସନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଗଣମାଧମ୍ୟକୁ କହିଛନ୍ତି, ଆମେ ଆଇଟି କମ୍ପାନୀଗୁଡିକୁ ଆଲୋଚନା ପାଇଁ ଡାକିବୁ । ଜଳବନ୍ଦୀ ଯୋଗୁଁ କମ୍ପାନୀଗୁଡିକ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାଗୁଡିକ ବାବଦରେ ସେମାନଙ୍କ ସହ ଆଲୋଚନା କରିବୁ । ଏଥିସହିତ ବର୍ଷା କାରଣରୁ ହୋଇଥିବା କ୍ଷୟକ୍ଷତି ଏବଂ ଏହାର କ୍ଷତିପୂରଣ ଦିଗରେ ମଧ୍ୟ ଚର୍ଚ୍ଚା କରିବୁ ।

ଏହାମଧ୍ୟ ପଢନ୍ତୁ:ଆଜି ସୁପ୍ରିମକୋର୍ଟରେ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନର ଶୁଣାଣି

ବେଙ୍ଗାଲୁରୁର ବିମାନ ବନ୍ଦର ନିକଟସ୍ଥ ୟେମାଲୁରୁ ଅଞ୍ଚଳ ସମେତ ସହରର ଅଧିକାଂଶ ସ୍ଥାନ ଜଳବନ୍ଦୀ ରହିଛି । ଯେଉଁ କାରଣରୁ ଟ୍ରାଫିକ୍ ଜାମ୍ ସମସ୍ୟା ଉପୁଜୁଛି । ଜଣେ ସ୍ଥାନୀୟ କହିଛନ୍ତି, ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ରାସ୍ତାକଡ ଡିଭାଇଡର ସହ ସମାନ ରହିଛି । ପାଣି ଭିତରେ ଗାଡି ଚଳାଇବାରେ ଅସୁବିଧା ହେଉଛି । ଦୋକାନ ବଜାର ଭିତରେ ପାଣି ପଶିବା ସହ ଆପାର୍ଟମେଣ୍ଟରେ ମଧ୍ୟ ପାଣି ଚାଲୁଛି ।'' ତେବେ ଏହି ଜଳବନ୍ଦୀ ସମସ୍ୟା କେବଳ ଆଜିର ନୁହେଁ, ପ୍ରତିବର୍ଷ ବର୍ଷା ପରେ ରାସ୍ତାଘାଟ ଏପରି ଭାବେ ଜଳାର୍ଣ୍ଣବ ରହେ । ଦୁର୍ବଳ ଡ୍ରେନେଜ ବ୍ୟବସ୍ଥା କାରଣରୁ ଏଭଳି ସ୍ଥିତି ଉପୁଜେ ବୋଲି ବୋଲି ଅନ୍ୟ ଜଣେ ବ୍ୟକ୍ତି କହିଛନ୍ତି ।

For All Latest Updates

ABOUT THE AUTHOR

...view details