ଓଡିଶା

odisha

By

Published : Jan 23, 2021, 9:40 PM IST

ETV Bharat / bharat

ସିଙ୍ଘୁ ସୀମାରେ ପହଞ୍ଚିଲା ହଜାର ହଜାର ଟ୍ରାକ୍ଟର

ସିଙ୍ଘୁ ସୀମାରେ ପହଞ୍ଚିବାରେ ଲାଗିଛି ହଜାର ହଜାର ସଂଖ୍ୟାରେ ଟ୍ରାକ୍ଟର । ଅଧିକ ପଢନ୍ତୁ.....

ସିଙ୍ଘୁ ସୀମାରେ ପହଞ୍ଚିବାରେ ଲାଗିଛି ହଜାର ହଜାର ଟ୍ରାକ୍ଟର
ସିଙ୍ଘୁ ସୀମାରେ ପହଞ୍ଚିବାରେ ଲାଗିଛି ହଜାର ହଜାର ଟ୍ରାକ୍ଟର

ନୂଆଦିଲ୍ଲୀ: ସିଙ୍ଘୁ ସୀମାରେ ପହଞ୍ଚିବାରେ ଲାଗିଛି ହଜାର ହଜାର ସଂଖ୍ୟାରେ ଟ୍ରାକ୍ଟର । ସାଧାରଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ରାଲିକୁ ଦିଲ୍ଲୀ ପୋଲିସ ପକ୍ଷରୁ ଅନୁମତି ମିଳିବା ପରେ କୃଷକ ମାନେ ଆୟୋଜନ ଆରମ୍ଭ କରିଦେଇଥିବା ଜଣା ପଡିଛି । କୃଷକମାନେ କହିଛନ୍ତି ଯେ ଏହିପରି ଗଣତନ୍ତ୍ର ଦିବସ ପରେଡ ପାଇଁ ହଜାର ହଜାର ନୂତନ ଟ୍ରାକ୍ଟର ଆସୁଛନ୍ତି।

ସିଙ୍ଘୁ ସୀମାରେ ପହଞ୍ଚିବାରେ ଲାଗିଛି ହଜାର ହଜାର ଟ୍ରାକ୍ଟର

ଟ୍ରାକ୍ଟର ଗୁଡିକ ସାମ୍ନା ଭାଗରେ ବିଶେଷ ଧରଣର ଯନ୍ତ୍ରାଂଶ ମଧ୍ୟ ଲାଗିଥିବା ସୂଚନା ଦେଇଛନ୍ତି । ତେବେ ଏହି ସବୁ ଯନ୍ତ୍ରାଂଶ ସାହାଯ୍ୟରେ ପୋଲିସ ବନ୍ଦ କରିଥିବା ରାସ୍ତା ଖୋଲିବା ସହଜ ହେବ ବୋଲି କୃଷକ ସଂଗଠନ ପକ୍ଷରୁ କୁହାଯାଇଛି । କୃଷକ ମାନେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ଦ୍ବାରା ଆୟୋଜିକ ହେବାକୁ ଥିବା ଏହି ଟ୍ରାକ୍ଟର ରାଲି ସମ୍ପୁର୍ଣ୍ଣ ଶାନ୍ତିପୂର୍ଣ୍ଣ ରହିବ । ଗଣତନ୍ତ୍ର ଦିବସରେ କୌଣସି ପ୍ରକାର ବାଧା ସୃଷ୍ଚି ହେବା ପରି କାର୍ଯ୍ୟ କୃଷକ ମାନେ କରିବେ ନାହିଁ ବୋଲି କହିଛନ୍ତି ।

ତେବେ ରାଲିକୁ ନେଇ ଚୂଡାନ୍ତ ଆଲୋଚନା କ୍ରମାଗତ ଭାବେ ଚାଲିଛି । କୌଣସି ଚୁଡାନ୍ତ ନିଷ୍ପତ୍ତି ଏଯାଏଁ ନିଆଯାଇନଥିବା ବେଳେ ବରିଷ୍ଠ ପୋଲିସ ଅଧିକାରୀ ଓ କୃଷକ ନେତାଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details