ନୂଆଦିଲ୍ଲୀ: ଭାରତରେ ଧୀରେ ଧୀରେ ବଢି ଚାଲଛି କୋରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ପୁଣି ୧୦ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏହାକୁ ମିଶାଇ ଦିଲ୍ଲୀରେ ମୋଟ ୨୦ ଜଣ ଓମିକ୍ରନ ଭାରିଆଣ୍ଟରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।
ତେବେ ସୂଚନା ଥାଉ କି କୋରୋନା ମହାମାରୀ ଆରମ୍ଭ ହେବା ପରେ ଦକ୍ଷିଣ ଆଫ୍ରିକାରେ ଭାଇରସ SARC-COV-2ର ହେଉଥିବା ପରିବର୍ତ୍ତନ ଉପରେ ନଜର ରଖିଛି ଏକ ଟିମ । ଭାଇରସର ଏହି ନୂଆ ରୂପକୁ ବି.୧.୧.୫୨୯ ଭାବେ ଚିହ୍ନଟ କରାଯାଇଥିବା ବେଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(World Health Organization) ଏହାକୁ ଓମିକ୍ରନ ନାମ ଦେଇଛି । ଏହା ଅଧିକ ଚିନ୍ତାଜନକ ହୋଇପାରେ ବୋଲି କହିଛି ସଂଗଠନ ।
ଏହା ବି ପଢନ୍ତୁ: Omicron Scare: ଦେଶରେ ୮୭କୁ ବଢିଲା ଓମିକ୍ରନ ମାମଲା