ଓଡିଶା

odisha

ଆଜି ଶପଥ ନେବେ ମାଣିକ ସରକାରଙ୍କ ନୂଆ କ୍ୟାବିନେଟ୍‌ ମନ୍ତ୍ରୀ

ଆଜି ମାଣିକଙ୍କ ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ସମାରୋହ । ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ୧୧ ବିଧାୟକ । ଅଧିକ ପଢନ୍ତୁ

By

Published : May 16, 2022, 8:53 AM IST

Published : May 16, 2022, 8:53 AM IST

Manik Saha Cabinet expands: ଆଜି ମନ୍ତ୍ରୀ ଭାବେ ଶପଥ ନେବେ ୧୧ବିଧାୟକ
Manik Saha Cabinet expands: ଆଜି ମନ୍ତ୍ରୀ ଭାବେ ଶପଥ ନେବେ ୧୧ବିଧାୟକ

ଅଗରତାଲା:ତ୍ରିପୁରାରେ ଆରମ୍ଭ ହୋଇଛି ମାଣିକ ସାହାଙ୍କ ରାଜ । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆଜି ମାଣିକଙ୍କ ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ସମାରୋହ(Manik Saha Led Tripura Govt) । ଅଗରତାଲାରେ ଥିବା ରାଜ୍ୟପାଳ ଭବନରେ ମଧ୍ୟାହ୍ନ ୧୨ଟା ସମୟରେ ୧୧ ଜଣ ବିଧାୟକଙ୍କୁ ମନ୍ତ୍ରୀ ଭାବେ ରାଜ୍ୟପାଳ ସତ୍ୟଦେଓ ନାରାୟଣ ଆର୍ଯ୍ୟ ଆଜି ଶପଥ ପାଠ କରାଇବେ । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ମାଣିକ ସାହା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ଓ ବହୁ ବରିଷ୍ଠ ନେତା ଉପସ୍ଥିତ ରହିବେ ।

ଶପଥ ଗ୍ରହଣ ନେବାକୁ ଥିବା ୧୧ ବିଧାୟକଙ୍କ ମଧ୍ୟରୁ ୯ଜଣ ବିଜେପିର ହୋଇଥିବା ବେଳେ ୨ ଜଣ IPFTଦଳର ରହିଛନ୍ତି । ଶୁକ୍ରବାର ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ବିପ୍ଳବ ଦେବ ଇସ୍ତଫା ଦେବାର କିଛି ଘଣ୍ଟା ପରେ BJP ବିଧାୟକ ଦଳ ନୂଆ ମୁଖ୍ୟମନ୍ତ୍ରୀ ଭାବେ ମାଣିକ ସାହାଙ୍କ ନାଁରେ ମୋହର ମାରିଥିଲା । ଗତକାଲି ରାଜ ଭବନରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ସତ୍ୟଦେଓ ନାରାୟଣ ଆର୍ଯ୍ୟ ଶପଥପାଠ କରାଇଥିଲେ । ଫଳରେ ତ୍ରିପୁରାର ଏକାଦଶତମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ମାଣିକ ସାହା ।

ABOUT THE AUTHOR

...view details