ଓଡିଶା

odisha

By

Published : Jan 20, 2022, 3:21 PM IST

ETV Bharat / bharat

Brahmos Missile: ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ନୂଆ ଟେକ୍ନୋଲୋଜିରେ ବିକଶିତ ବ୍ରହ୍ମୋସ ସୁପରସୋନିକ୍‌ କ୍ରୁଜ ମିସାଇଲ ସଫଳ ପରୀକ୍ଷଣ । ବାଲେଶ୍ବରର ଚାନ୍ଦିପୁର ସମନ୍ବିତ ପରୀକ୍ଷଣ କେନ୍ଦ୍ରରୁ ଏହି ଟେଷ୍ଟ କରାଯାଇଥିଲା । ଅଧିକ ପଢ଼ନ୍ତୁ

BrahMos supersonic cruise କ୍ଷେପଣାସ୍ତ୍ରର ସଫଳର ପରୀକ୍ଷଣ
BrahMos supersonic cruise କ୍ଷେପଣାସ୍ତ୍ରର ସଫଳର ପରୀକ୍ଷଣ

ନୂଆଦିଲ୍ଲୀ:ଗୁରୁବାର ନୂଆ ଟେକ୍ନୋଲୋଜିରେ ବିକଶିତ ବ୍ରହ୍ମୋସ ସୁପରସୋନିକ୍‌ କ୍ରୁଜ ମିସାଇଲର ସଫଳ ପରୀକ୍ଷଣ ହୋଇଛି । ବାଲେଶ୍ବରର ଚାନ୍ଦିପୁର ସମନ୍ବିତ ପରୀକ୍ଷଣ କେନ୍ଦ୍ରରୁ ଏହି ସୁପରସୋନିକ ମିସାଇଲର ସଫଳ ବ୍ୟବହାରିକ ପରୀକ୍ଷଣ କରାଯାଇଛି । ଭାରତର DRDO ଓ ଋଷିଆର NPOM ପକ୍ଷରୁ ମିଳିତ ଭାବରେ ଏହି ମିସାଇଲକୁ ବିକଶିତ କରାଯାଇଛି ।

ଏହି ଅତ୍ୟାଧୁନିକ ମିସାଇଲକୁ ସ୍ଥଳ, ଜଳ ଓ ଆକାଶ ମାର୍ଗରୁ ଲଞ୍ଚ୍‌ କରି ହେବ । ଦୁଇଟି ଭାରିଏଣ୍ଟ ଉପରେ ଲକ୍ଷ୍ୟ ରଖି ଏହାକୁ ବିକଶିତ କରାଯାଇଛି । ପ୍ରଥମଟି ହେଉଛି Anti-Ship ଓ ଦ୍ବିତୀୟଟି ହେଉଛି Land-Attack roles । ବହୁ ପୂର୍ବରୁ ଏହି ମିସାଇଲ ଭାରତୀୟ ନୌସେନା ଓ ସ୍ଥଳସେନାରେ ସାମିଲ ହୋଇ ସକ୍ରିୟ ଭାବରେ କାର୍ଯ୍ୟ କରି ଆସୁଛି । ଏହାକୁ ନେଇ DRDO ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ଏହି ମିସାଇଲ ପରୀକ୍ଷଣ ପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଟ୍ବିଟ୍‌ କରି ଶୁଭେଚ୍ଛା ଜ୍ଞାପନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ବିଟ୍‌ କରି DRDOକୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ମେକ୍‌ ଇନ୍‌ ଇଣ୍ଡିଆ ପରିକଳ୍ପନାରେ ତିଆରି ଅତ୍ଯାଧୁନିକ ମିସାଇଲ ବ୍ରିହ୍ମୋସ ସୁପରସୋନିକ୍‌ ।

ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଟ୍ବିଟ୍‌ କରି କୁହାଯାଇଛି ଯେ, "ସ୍ବଦେଶୀ ଜ୍ଞାନ କୌଶଳରେ ବିକଶିତ ବ୍ରିହ୍ମୋସ ସୁପରସୋନିକ୍‌ ଅତ୍ଯାଧୁନିକ କ୍ଷେପଣାସ୍ତ୍ରର ଚାନ୍ଦିପୁରରେ ସଫଳ ପରୀକ୍ଷଣ ହୋଇଛି ।"

ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍‌ କରି କହିଛନ୍ତି ଯେ, "ଚାନ୍ଦିପୁର ସମନ୍ବିତ ପରୀକ୍ଷଣ କେନ୍ଦ୍ରରୁ ବ୍ରହ୍ମୋସ ସୁପରସୋନିକ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି । ଏଥିପାଇଁ ମୁଁ DRDOକୁ ଶୁଭେଚ୍ଛା ଜ୍ଞାପନ କରୁଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details