ଓଡିଶା

odisha

ETV Bharat / bharat

Ukraine war: ସ୍ଥାନାନ୍ତରଣ ପାଇଁ ସ୍ବତନ୍ତ୍ର ଟ୍ରେନ ଚଳାଇଲା ୟୁକ୍ରେନ, ପଶ୍ଚିମ ସୀମାନ୍ତଙ୍କୁ ଯିବାକୁ ଭାରତୀୟଙ୍କୁ ପରାମର୍ଶ - ଭାରତୀୟ ଦୂତାବାସର ନୂଆ ନିର୍ଦ୍ଦେଶାବଳୀ

ସ୍ଥାନାନ୍ତରଣ ପାଇଁ ପଶ୍ଚିମ ସୀମାନ୍ତକୁ ସ୍ବତନ୍ତ୍ର ଟ୍ରେନ ଚଳାଇଲା ୟୁକ୍ରେନ ରେଳବାଇ। ପଶ୍ଚିମ ସୀମାନ୍ତକୁ ଯାତ୍ରା କରିବା ପାଇଁ ଭାରତୀୟଙ୍କୁ ପରାମର୍ଶ ଦେଲା ଦୂତାବାସ । ଅଧିକ ପଢନ୍ତୁ

Ukraine war: ସ୍ଥାନାନ୍ତରଣ ପାଇଁ ସ୍ବତନ୍ତ୍ର ଟ୍ରେନ ଚଳାଇଲା ୟୁକ୍ରେନ, ପଶ୍ଚିମ ସୀମାନ୍ତଙ୍କୁ ଯାତ୍ରା କରିବା ପାଇଁ ଭାରତୀୟଙ୍କୁ ପରାମର୍ଶ
Ukraine war: ସ୍ଥାନାନ୍ତରଣ ପାଇଁ ସ୍ବତନ୍ତ୍ର ଟ୍ରେନ ଚଳାଇଲା ୟୁକ୍ରେନ, ପଶ୍ଚିମ ସୀମାନ୍ତଙ୍କୁ ଯାତ୍ରା କରିବା ପାଇଁ ଭାରତୀୟଙ୍କୁ ପରାମର୍ଶ

By

Published : Feb 28, 2022, 5:39 PM IST

କିବ:ୟୁକ୍ରେନରୁ ଭାରତୀୟଙ୍କୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଅପରେସନ ଗଙ୍ଗା ଜାରି ରହିଥିବା ବେଳେ ସେଠାରେ ଥିବା ଭାରତୀୟଙ୍କ ପାଇଁ ଏକ ସଦ୍ୟତମ ନିର୍ଦ୍ଦେଶାବଳୀ ଜାରି କରିଛି କିଭରେ ଅବସ୍ଥାପିତ ଭାରତୀୟ ଦୂତାବାସ । ନିର୍ଦ୍ଦେଶାବଳୀରେ କୁହାଯାଇଛି, ବର୍ତ୍ତମାନ କିଭ ସହରରେ ସପ୍ତାହନ୍ତ କର୍ଫ୍ୟୁ ପ୍ରତ୍ୟାହାର କରାଯାଇଛି ।

ସୁରକ୍ଷିତ ସ୍ଥାନାନ୍ତରଣ ପାଇଁ ୟୁକ୍ରେନ ରେଳବାଇ ପଶ୍ଚିମ ୟୁକ୍ରେନର ବିଭିନ୍ନ ସ୍ଥାନ ଅଭିମୁଖେ କିଛି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବାର ବ୍ୟବସ୍ଥା କରିଛି । ବର୍ତ୍ତମାନ ଭାରତୀୟ ନାଗରିକମାନେ ୟୁକ୍ରେନର ପଶ୍ଚିମ ସୀମାନ୍ତ ଅଭିମୁଖେ ଯାତ୍ରା ଆରମ୍ଭ କରନ୍ତୁ । ଭାରତୀୟମାନେ ନିକଟସ୍ଥ ରେଳ ଷ୍ଟେସନକୁ ଯାଇ ପଶ୍ଚିମ ୟୁକ୍ରେନକୁ ଯାଉଥିବା ଟ୍ରେନରେ ଯାତ୍ରା କରିବା ପାଇଁ ନିର୍ଦ୍ଦେଶାବଳୀରେ କୁହାଯାଇଛି ।

ପଶ୍ଚିମ ସୀମାନ୍ତରେ ଥିବା ପଡୋଶୀ ଦେଶ ପୋଲାଣ୍ଡ, ରୋମାନିଆ, ସ୍ଲୋଭାକିଆ ଓ ହଙ୍ଗେରୀ ଦେଇ ଭାରତୀୟଙ୍କୁ ସୁରକ୍ଷିତ ଏୟାରଲିଫ୍ଟ କରିବା ପାଇଁ ‘ଅପରେସନ ଗଙ୍ଗା’ ଜାରି ରହିଛି । ତେବେ ପୂର୍ବ ୟୁକ୍ରେନରେ ସ୍ଥିତି ସାଙ୍ଘାତିକ ଥିବାବେଳେ ପଶ୍ଚିମ ପ୍ରାନ୍ତକୁ ଯାତ୍ରା କରିବା ପାଇଁ ଭାରତୀୟଙ୍କୁ ନିର୍ଦ୍ଦେଶ ଦେଇଛି ଦୂତାବାସ ।

ANI

ABOUT THE AUTHOR

...view details