ଓଡିଶା

odisha

2027 ସୁଦ୍ଧା ସବୁ ରେଳଯାତ୍ରୀଙ୍କୁ ମିଳିବ କନଫର୍ମ ଟିକେଟ, ଗଡିବ ଆଉ 3 ହଜାର ନୂଆ ଟ୍ରେନ

By ETV Bharat Odisha Team

Published : Nov 16, 2023, 7:26 PM IST

2027 ସୁଦ୍ଧା ସମସ୍ତ ରେଳଯାତ୍ରୀ ପାଇପାରିବେ କନଫର୍ମ ଟିକେଟ । ଭାରତୀୟ ରେଳରେ ଯୋଡି ହେବ ଆଉ 3 ହଜାର ନୂଆ ଟ୍ରେନ । ରେଳଯାତ୍ରୀ ସଂଖ୍ୟା ବାର୍ଷିକ 8 ଶହ କୋଟିରୁ ଏକ ହଜାର କୋଟିକୁ ବୃଦ୍ଧି କରିବା ଲକ୍ଷ୍ୟ । ଅଧିକ ପଢନ୍ତୁ

2027 ସୁଦ୍ଧା ସବୁ ରେଳଯାତ୍ରୀ ପାଇପାରିବେ କନଫର୍ମ ଟିକେଟ, ଯୋଡି ହେବ ଆଉ 3 ହଜାର ନୂଆ ଟ୍ରେନ
2027 ସୁଦ୍ଧା ସବୁ ରେଳଯାତ୍ରୀ ପାଇପାରିବେ କନଫର୍ମ ଟିକେଟ, ଯୋଡି ହେବ ଆଉ 3 ହଜାର ନୂଆ ଟ୍ରେନ

ନୂଆଦିଲ୍ଲୀ:ହଠାତ କୌଣସି ସ୍ଥାନକୁ ଟ୍ରେନରେ ଯାତ୍ରା କରିବାକୁ ହେଲେ କନଫର୍ମ ଟିକେଟ ଖଣ୍ଡେ ମିଳିବା ବର୍ତ୍ତମାନ ସମୟରେ ପ୍ରାୟତଃ ଅସମ୍ଭବ । ମାସ ମାସ ପୂର୍ବରୁ ଟିକେଟ କାଟିଲେ ମଧ୍ୟ, ତାହା କନଫର୍ମ ହେଉନାହିଁ । ପୂଜାପର୍ବାଣୀ ସମୟର କଥା ତ ଭିନ୍ନ । ରେଳବାଇ ଭିତ୍ତିଭୂମି ଅନୁସାରେ, ପ୍ରତ୍ୟେକ ଦିନ କୋଟି କୋଟି ଲୋକେ ବିଭିନ୍ନ ସ୍ଥାନକୁ ଯିବାଆସିବା କରନ୍ତି । ଯାହା ଫଳରେ ଯାତ୍ରୀଙ୍କ ସଂଖ୍ୟା ଅନୁପାତରେ ଟିକେଟର ଉପଲବ୍ଧତାରେ ସୀମିତତା କାରଣରୁ ଏପରି ସ୍ଥିତି ସୃଷ୍ଟି ହୁଏ । ତେବେ ଏପରି ସମସ୍ୟା 2027 ମସିହା ସୁଦ୍ଧା ଦୂର କରିବା ପାଇଁ ଲକ୍ଷ୍ୟ ରଖିଛି ଭାରତୀୟ ରେଳବାଇ । 2027 ସୁଦ୍ଧା ସମସ୍ତ ଯାତ୍ରୀଙ୍କୁ କନଫର୍ମ ଟିକେଟ ଉପଲବ୍ଧ କରାଯାଇ ପାରିବ । କାରଣ ଏହି ଅବଧି ମଧ୍ୟରେ ଭାରତୀୟ ରେଳବାଇରେ ପ୍ରାୟ 3 ହଜାର ନୂତନ ଟ୍ରେନ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି ।

ରେଳ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଦେଶରେ ଏବେ ଦୈନିକ 10,748 ଟ୍ରେନ ଯାତାୟତ କରୁଛି । ଆସନ୍ତା 3 ବର୍ଷ ମଧ୍ୟରେ ଏହି ସଂଖ୍ୟାକୁ 13,000କୁ ବୃଦ୍ଧି କରାଯିବ । ଅର୍ଥାତ ବିଭିନ୍ନ ଜୋନରେ ଆଉ 3 ହଜାର ନୂତନ ଟ୍ରେନ ସାମିଲ ହେବେ । କେବଳ ନୂତନ ଟ୍ରେନ ନୁହେଁ ବରଂ ଧାରଣାକୁ ମଧ୍ୟ ବୃଦ୍ଧି କରାଯାଉଛି । ନୂଆ ଲାଇନ ବିଛାଯାଉଛି । ନିକଟରେ ଦେଶର ବିଭିନ୍ନ ରେଳ ଜୋନରେ 4 ରୁ 5 ହଜାର କି.ମି ନୂଆ ଟ୍ରାକ ବିଛାଯାଇଛି । ତେଣୁ ଆସନ୍ତା 3ରୁ 4 ବର୍ଷ ମଧ୍ୟରେ ପ୍ରାୟ 3 ହଜାର ନୂଆ ଟ୍ରେନ ଟ୍ରାକରେ ଗଡିବାକୁ ଯାଉଛି । ଏହା ପରେ ଯାତ୍ରା ପାଇଁ ଟିକେଟ ଉପଲବ୍ଧତା ବଢିବ । ତେଣୁ ଆଉ ମାସ ମାସ ଧରି କନଫର୍ମ ଟିକେଟ ପାଇଁ ଅପେକ୍ଷା କରିବାକୁ ପଡିବ ନାହିଁ ।

ଏହା ମଧ୍ୟ ପଢନ୍ତୁ :- ସମ୍ପର୍କୀୟଙ୍କ ସହ କଥା ହେଲେ ଟନେଲରେ ଫସିଥିବା ଶ୍ରମିକ, କହିଲେ ମୁଁ ଭଲ ଅଛି

ରେଳବାଇର ତଥ୍ୟ ଅନୁସାରେ ଏବେ ଦେଶରେ ବାର୍ଷିକ 800 କୋଟି ଯାତ୍ରୀ ରେଳରେ ଯାତ୍ରା କରୁଛନ୍ତି । ଏହି ସଂଖ୍ୟାକୁ ଆଗାମି ଦିନରେ 1,000 କୋଟିରେ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି । ବିଭିନ୍ନ ରୁଟରେ ଟ୍ରାଭେଲ ଟାଇମରେ ହ୍ରାସ କରାଯିବା ଓ ଟ୍ରେନର ଗତି ବଢାଇବା ଉପରେ ପ୍ରାଧାନ୍ୟ ଦିଆଯାଉଛି । ଟ୍ରାକ ଓ ଅନ୍ୟାନ୍ୟ ଭିତ୍ତିଭୂମି ସୁଦୃଢୀକରଣ ପରେ ରେଳସେବାରେ ଟ୍ରାଫିକ ସମସ୍ୟା ହ୍ରାସ ପାଇବ । ତେଣୁ ପୂର୍ବାପେକ୍ଷା କମ ସମୟରେ ଯାତ୍ରା ସମ୍ପୂର୍ଣ୍ଣ ହୋଇପାରିବ । ସେହିପରି ନୂଆ ଟ୍ରେନ ସାମିଲ ହେବା ପରେ ଟିକେଟ ସମସ୍ୟା ମଧ୍ୟ ହ୍ରାସ ପାଇବ । ଏହା କାରଣରୁ ରେଳଯାତ୍ରୀଙ୍କ ସଂଖ୍ୟା ମଧ୍ୟ ପୂର୍ବାପେକ୍ଷା ବଢିବ ଓ ଏହି ସଂଖ୍ୟା ତୁଳନାତ୍ମକ ଭାବେ 8 ଶହ କୋଟିରୁ 1000 କୋଟିରେ ପହଞ୍ଚିବା ନେଇ ଲକ୍ଷ୍ୟ ରଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details