ହାଇଦ୍ରାବାଦ:ସମ୍ପ୍ରତି ସ୍ମାର୍ଟଯୁଗରେ OTT ପ୍ଲାର୍ଟଫର୍ମର ଚାହିଦା ବଢିଛି । ଟିଭି ଅପେକ୍ଷା ନିଜ ସ୍ମାର୍ଟଫୋନରେ ଫିଲ୍ମଠୁ ଆରମ୍ଭ କରି ଅନେକ ଶୋ' ଦେଖିବାକୁ ପସନ୍ଦ କରୁଛନ୍ତି ଯୁବପିଢି । ଏହାକୁ ଦୃଷ୍ଟିରେ ରଖି ଆମାଜନ ପ୍ରାଇମ ଭଳି ସଂସ୍ଥା ରିଚାର୍ଜ ପ୍ଲାନ ବଢାଇଥିବାବେଳେ Netflix ଭାରତରେ ନିଜ ଗ୍ରାହକଙ୍କ ପାଇଁ ଆଣି ଦେଇଛି ଭେଟି । ଦେଶରେ ପ୍ରାୟ ନେଟଫ୍ଲିକ୍ସ ସବସ୍କ୍ରାଇବର ୩୦୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ପ୍ଲାନ ପାଇବେ ବୋଲି ଜଣାପଡ଼ିଛି ।
ନେଟଫ୍ଲିକ୍ସ ଏଣିକି ପ୍ରତି ମାସରେ ୧୪୯ ଟଙ୍କାରୁ ଏହାର ପ୍ଲାନ ଆରମ୍ଭ କରିଛି । ପୂର୍ବରୁ ଏହାର ପ୍ଲାନ ପ୍ରତି ମାସରେ ୧୯୯ ଟଙ୍କାରୁ ଆରମ୍ଭ ହେଉଥିଲା । ତେବେ ଭାରତରେ ଅଧିକ ସବସ୍କ୍ରାଇବରଙ୍କୁ ସାମିଲ କରିବା ପାଇଁ ନେଟଫ୍ଲିକ୍ସ ଏଭଳି ପଦକ୍ଷେପ ନେଇଛି । କମ୍ପାନୀ ନିଜର ବେସିକ ପ୍ଲାନ(Basic Plan of Netflix) ପୂର୍ବରୁ ପ୍ରତି ମାସ ପାଇଁ ୪୯୯ ଟଙ୍କା ରଖିଥିବା ବେଳେ ବର୍ତ୍ତମାନ ପ୍ରାୟ ୩୦୦ ଟଙ୍କା କମାଇ ଏହାକୁ ୧୯୯ ଟଙ୍କାରେ ରଖିଛି । ଅର୍ଥାତ୍ ଏଣିକି ବେସିକ ପ୍ଲାନ ପାଇଁ ଗ୍ରାହକଙ୍କୁ ୪୯୯ ଟଙ୍କା ପରିବର୍ତ୍ତେ ମାତ୍ର ୧୯୯ ଟଙ୍କା ପୈଠ କରିବାକୁ ପଡ଼ିବ ।