ନୂଆଦିଲ୍ଲୀ:ଇଣ୍ଡିଆ ଗେଟ୍ ନିକଟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ପରେ ଦେଶର କୋଣଅନୁକୋଣରରେ ଏହାକୁ ସ୍ବାଗତ କରାଯାଉଛି । ଏହିପରିପ୍ରେକ୍ଷୀରେ ମୂର୍ତ୍ତିକୁ ନେଇ ଏକ ବଡ ଖୁଲାସା କରିଛନ୍ତି କାରିଗର ଅଦୈତ୍ୟ ଗଡନାୟକ । ସେ କହିଛନ୍ତି ନେତାଜୀଙ୍କ ପ୍ରତିମୂର୍ତ୍ତି ଓଡିଶାର ଆରଧ୍ୟ ଦେବ ପ୍ରଭୁ ଜଗନ୍ନାଥଙ୍କ ରଙ୍ଗ ପରି ହେବ ।
ମୂର୍ତ୍ତିର ରଙ୍ଗକୁ ନେଇ ଗଡନାୟକ କହିଛନ୍ତି ଯେ, ପ୍ରଭୁ ଜଗନ୍ନାଥଙ୍କ ରଙ୍ଗ କଳା । ଦେଶର ପ୍ରବେଶ ଦ୍ବାରରେ ସେହି ରଙ୍ଗ ପରି ଏକ ପ୍ରତିମୂର୍ତ୍ତି ନିଶ୍ଚିତ ଏକ ଶକ୍ତି ଯୋଗାଇବ । ଗଡନାୟକ ଆହୁରି ମଧ୍ୟ କହିଛନ୍ତି, ଏହି ପ୍ରତିମୂର୍ତ୍ତିର 28 ଫୁଟ ଲମ୍ବ ଏବଂ 8x8 ଫୁଟ ଗ୍ରାନାଇଟ୍ ସ୍ଲାବରୁ ଖୋଦିତ କରାଯିବ । ମୁଁ ଚାହେଁ ଗ୍ରାନାଇଟ୍ ଜେଟ୍ ବ୍ଲାକ୍ ହେଉ ।
ଏହା ମଧ୍ୟ ପଢନ୍ତୁ:-ଇଣ୍ଡିଆ ଗେଟରେ ନେତାଜୀଙ୍କ ହୋଲୋଗ୍ରାମ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ
ତିନୋଟି ସ୍ଥାନ- ମୈସୁରୁ, ବେଙ୍ଗାଲୁରୁ ଏବଂ ତେଲେଙ୍ଗାନାରୁ ଗ୍ରାନାଇଟ୍ ଆଣିବାକୁ ବନ୍ଦୋବସ୍ତ କରାଯାଇଛି । ସଠିକ୍ ସ୍ଲାବ୍ ବାଛିବା ପାଇଁ ଖୁବଶୀଘ୍ର ସ୍ଥାନ ପରିଦର୍ଶନ କରିବି ବୋଲି ଗଡନାୟକ କହିଛନ୍ତି।
ସେ କହିଛନ୍ତି, “ମୁଁ ଓଡିଶାର ଏବଂ ବହୁତ ଭାଗ୍ୟବାନ ଯେ, ଏପରି ଏକ ମହାନ ବ୍ୟକ୍ତିତ୍ୱଙ୍କ ପ୍ରତିମୂର୍ତ୍ତି ଖୋଦିତ କରିବାର ସୁଯୋଗ ମୋତେ ମିଳିଛି ଏବଂ ଯେଉଁ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବି ସେ ମଧ୍ୟ ମୋ ରାଜ୍ୟର । ଏହି ପ୍ରତିମୂର୍ତ୍ତି ଅଗଷ୍ଟ ୧୫ ସୁଦ୍ଧା ପ୍ରସ୍ତୁତ ହୋଇଯିବ ଏବଂ ସ୍ବାଧୀନତା ଦିବସରେ ଉନ୍ମୋଚିତ ହେବ ବୋଲି ଗଡନାୟକ କହିଛନ୍ତି ।