ଭୁବନେଶ୍ବର: ନାଇଜର ନାମଲେଖା ପାଇଁ ଆଜିଠାରୁ ନ୍ୟାସନାଲ ଏଣ୍ଟାରାନ୍ସ ସ୍କ୍ରିନିଂ ଟେଷ୍ଟ ବା NEST ପରୀକ୍ଷା । ଏହି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ଦେଶରେ ୪୦ ହଜାର ଛାତ୍ରଛାତ୍ରୀ ୧୨୦ଟି କେନ୍ଦ୍ରରେ ପରୀକ୍ଷା ଦେବେ । ସେଥି ମଧ୍ୟରୁ ଓଡିଶାର ୩୩ଟି କେନ୍ଦ୍ରରେ ୯ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା । ୨ଟି ସିଟିଂରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ପ୍ରଥମ ସିଟିଂ ସକାଳ ୯ଟାରୁ ଆରମ୍ଭ ହୋଇ ୧୨ଟା ୩୦ରେ ଶେଷ ହେବ ଏବଂ ଦ୍ବିତୀୟ ସିଟିଂ ଦିନ ୨ଟା ୩୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ।
ଆଜିଠୁ NEST ପରୀକ୍ଷା - ନାଇଜର ନାମଲେଖା
ନାଇଜର ନାମଲେଖା ପାଇଁ ଆଜି ଠାରୁ ନ୍ୟାସନାଲ ଏଣ୍ଟାରାନ୍ସ ସ୍କ୍ରିନିଂ ଟେଷ୍ଟ ବା NEST ପରୀକ୍ଷା ।
ଆଜିଠୁ NEST ପରୀକ୍ଷା
କୋଭିଡ ନିୟମ ଅନୁଯାଇ ପରୀକ୍ଷା କରାଯିବା ନେଇ କହିଛନ୍ତି ନେଷ୍ଟ ସଂଯୋଜକ ପ୍ରଫେସର ରବିଚନ୍ଦ୍ର । ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇବ । www.nestexam.in ଲିଙ୍କରେ ପରୀକ୍ଷାଫଳ ପ୍ରକାଶ ପାଇବ । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଏହି ଲିଙ୍କରେ ନିଜର ଫଳାଫଳ ଦେଖିପାରିବେ । ନେଷ୍ଟରେ ରାଙ୍କ ହାସଲ କରିବା ପରେ ଭୁବନେଶ୍ବର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଇଫ ସାଇନ୍ସ ଏଜୁକେସନ ଆଣ୍ଡ ରିସର୍ଚ୍ଚ ଓବଂ ମୁମ୍ବାଇ ବିଶ୍ବବିଦ୍ୟାଳୟରେ ଥିବା ଆଣବିକ ଶକ୍ତି ଉତ୍କର୍ଷ କେନ୍ଦ୍ରରରେ ନାମ ଲେଖାଇପାରିବେ ଛାତ୍ରଛାତ୍ରୀ ।