କାଠମାଣ୍ଡୁ: ନେପାଳର ମୁଖ୍ୟ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ । ଶାସକ ଓ ଆଇନଜୀବୀମାନେ ଦୁର୍ନୀତି ଅଭିଯୋଗରେ ମୁଖ୍ୟ ବିଚାରପତି ଚୋଲେନ୍ଦ୍ର ଶ୍ୟାମଶର ଜେ.ବି ରାଣାଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଆଣିବା ପରେ ଆଜି ସଂସଦରେ ଏହା ପାରିତ ହୋଇଛି । ଫଳରେ ଏକ ତୃତୀୟାଶଂ ଭୋଟ ସହ ପ୍ରଧାନ ବିଚାରପତି ଶ୍ୟାମଶର ଜେ.ବି ରାଣା ନିଜ ପଦ ହରାଇଛନ୍ତି ।
ସଂସଦ ସଚିବାଳୟର ମୁଖପାତ୍ର ରାଜନାଥ ପାଣ୍ଡେ କହିଛନ୍ତି ଯେ ଅପରାହ୍ନ 11 ଟାରେ ଏହି ପ୍ରସ୍ତାବ ଆଗତ ହୋଇଥିଲା । ତେବେ ପ୍ରସ୍ତାବ ଆଗତ ହୋଇ ଭୋଟିଂ ମାଧ୍ୟମରେ ପାରିତ ହେବା ପରେ ତାଙ୍କୁ ପଦରୁ ନିଲମ୍ବନ କରାଯାଇଛି । 2019 ଜାନୁୟାରୀ 2 ତାରିଖରେ ପ୍ରଧାନ ବିଚାରପତି ପଦ ଗ୍ରହଣ କରିଥିଲେ ରାଣା । ପରେ ତାଙ୍କ ବିରୋଧରେ ଏକାଧିକ ଥର ଦୁର୍ନୀତି ଅଭିଯୋଗ ଆସିବା ତାଙ୍କୁ ପଦରୁ ହଟାଇବା ପାଇଁ ଦାବି ଜୋର ଧରୁଥିଲା ।