ଓଡିଶା

odisha

ETV Bharat / bharat

ଅବ୍ୟବସ୍ଥା ଘେରରେ ଦେଶର ମିନି ଖଜୁରାହୋ ମନ୍ଦିର - ଅବ୍ୟବସ୍ଥା ଘେରରେ ବିହାରର ମିନି ଖଜୁରାହୋ ମନ୍ଦିର

ଭାରତର ଖଜୁରାହୋ ମନ୍ଦିର ତାର ଅଦ୍ଭୂତ କଳା ପାଇଁ ବିଶ୍ବ ପ୍ରସିଦ୍ଧ । ଏହି ମନ୍ଦିରରେ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ । ଅଧିକ ପଢନ୍ତୁ

ଅବ୍ୟବସ୍ଥା ଘେରରେ ବିହାରର ମିନି ଖଜୁରାହୋ ମନ୍ଦିର
ଅବ୍ୟବସ୍ଥା ଘେରରେ ବିହାରର ମିନି ଖଜୁରାହୋ ମନ୍ଦିର

By

Published : Apr 12, 2022, 9:37 AM IST

ପାଟନା: ଭାରତର ଖଜୁରାହୋ ମନ୍ଦିର ତାର ଅଦ୍ଭୂତ କଳା ପାଇଁ ବିଶ୍ବ ପ୍ରସିଦ୍ଧ । ଏହି ମନ୍ଦିରରେ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବିହାରରେ ମଧ୍ୟ ଏକ ମିନି ଖଜୁରାହୋ ମନ୍ଦିର ଅଛି । ଯାହା ଖୁବ୍ କମ୍ ଲୋକ ଜାଣନ୍ତି । ବିହାରର ରାଜଧାନୀ ପାଟନାଠାରୁ 26 କିଲୋମିଟର ଦୂରରେ ହାଜିପୁରର କୌନହାରା ଘାଟରେ ରହିଛି ଏହି ମନ୍ଦିର । ଯେଉଁଠାରେ ଇତିହାସ ବଖାଣୁଛି ବିଭିନ୍ନ କଳାକୃତି ।

ମନ୍ଦିରର କାଠ ସ୍ତମ୍ଭ ଉପରେ ବିଭିନ୍ନ ଚିତ୍ର ରହିଛି । ଏହାକୁ ବିହାରର ଖଜୁରାହୋ କୁହାଯାଏ । ପର୍ଯ୍ୟଟକମାନେ ଏହି ମନ୍ଦିର ଦେଖିବା ପାଇଁ ଦୂରଦୂରାନ୍ତରୁ ଆସନ୍ତି ଆଜି କିନ୍ତୁ ଏହା ଅବ୍ୟବସ୍ଥାରେ ରହିଛି ଯାହା ସ୍ଥାନୀୟ ଲୋକଙ୍କୁ ନିରାଶ କରିଛି। ନେପାଳ ରାଜାଙ୍କ ନିର୍ଦ୍ଦେଶରେ 18 ଶତାବ୍ଦୀରେ ଏହି ମନ୍ଦିର ନିର୍ମାଣ କରାଯାଇଥିଲା । କୁହାଯାଏ ନେପାଳର ରାଜା ଭାରତ ପାଇଁ ଏହି ଅଦ୍ଭୁତ ମନ୍ଦିର ନିର୍ମାଣ କରିଥିଲେ। ବିଶ୍ବାସ କରାଯାଏ ଯେ ଅଷ୍ଟାଦଶ ଶତାବ୍ଦୀରେ ନେପାଳର ରାଜାଙ୍କ ନିର୍ଦ୍ଦେଶରେ ନେପାଳ ସେନାର କମାଣ୍ଡର ମତ୍ତବର ସିଂ ଥାପା ଏହି ମନ୍ଦିର ନିର୍ମାଣ କରିଥିଲେ। ସେଥିପାଇଁ ଏହା ସାଧାରଣ ଲୋକଙ୍କ ମଧ୍ୟରେ 'ନେପାଳୀ ଛାଉଣି ' ଭାବରେ ମଧ୍ୟ ଲୋକପ୍ରିୟ । ନେପାଳ କଳା ଶୈଳୀର ଏହି ମନ୍ଦିରରେ କାଠର ବିଭିନ୍ନ ରଙ୍ଗରେ ଭଗବାନ ଶିବଙ୍କ ସୁନ୍ଦର କାରୁକାର୍ଯ୍ୟ କରାଯାଇଛି ।

ରେକର୍ଡ ଅନୁସାରେ 550 ବର୍ଷ ପୂର୍ବେ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ କରାଯାଇଥିଲା । ମନ୍ଦିର ନିର୍ମାଣରେ ଏକ ଲୁହା ସ୍ତମ୍ଭ, ପଥର ଚଟାଣ ଏବଂ କାଠ ବହୁଳ ଭାବରେ ବ୍ୟବହୃତ ହୋଇଛି । ମନ୍ଦିର ଭିତରେ ଏକ ପଥର ଶିବଲିଙ୍ଗ ରହିଛି । ବର୍ତ୍ତମାନ ମନ୍ଦିରର ରକ୍ଷଣାବେକ୍ଷଣ ଅଭାବ ଦେଖା ଦେଇଛି । ଚାରିଆଡେ କୁଢ କୁଢ ଆବର୍ଜନା ଗଦା ହୋଇଛି । ଅସାମାଜିକ ଲୋକଙ୍କ ଆଡ୍ଡା ସ୍ଥଳୀ ପାଲଟିଛି ମନ୍ଦିର । ଇତିହାସ ଓ କଳାକୃତିକୁ ବଞ୍ଚାଇ ରଖିଥିବା ଏ ମନ୍ଦିରର ରକ୍ଷଣାବେକ୍ଷଣର ଆବଶ୍ୟକତା ରହିଛି । ଏ ଦିଗରେ ପ୍ରଶାସନକୁ ଦୃଷ୍ଟି ଦେବାର ଆବଶ୍ୟକ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details