ନୂଆଦିଲ୍ଲୀ: ଭାରତରେ ପହଞ୍ଚିଲେ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବା । ତେବେ ସେ ତିନି ଦିନିଆ ଭାରତ ଗସ୍ତରେ ଆସିଥିବା ବେଳେ ଆଜି ସେ ଦିଲ୍ଲିରେ ପହଞ୍ଚିଛନ୍ତି । ଏଥିସହ ତାଙ୍କର ଏହା ସରକାରୀ ଗସ୍ତ ହୋଇଥିବା ବେଳେ ଭାରତ ଓ ନେପାଳ ମଧ୍ୟରେ ବିଭିନ୍ନ ଦ୍ବିପାକ୍ଷିକ ବିଷୟରେ ଆଲୋଚନା କରାଯିବ ।
ସେହିପରି ୨୦୨୧ ମସିହାରେ ଜୁଲାଇରେ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ଏହା ତାଙ୍କର ପ୍ରଥମ ବିଦେଶ ଗସ୍ତ । ତେବେ ତାଙ୍କର ଏହି ଗସ୍ତରେ ସେ ଭାରତ ଓ ନେପାଳ ମଧ୍ୟରେ ବିଭିନ୍ନ ଦ୍ବିପାକ୍ଷିକ ସମସ୍ୟା ନେଇ ଆଲୋଚନା ହେବ । ଏଥିସହ ସେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟ ଶଙ୍କରଙ୍କ ସହ ଆଲୋଚନା କରିବେ ।