ଓଡିଶା

odisha

ଆସନ୍ତା ସପ୍ତାହରେ ଭାରତ ଆସିବେ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର

By

Published : Mar 25, 2022, 10:25 AM IST

ଆସନ୍ତା ସପ୍ତାହରେ ତିନି ଦିନିଆ ଭାରତ ଗସ୍ତରେ ଆସିବେ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବା। ଅଧିକ ପଢ଼ନ୍ତୁ

nepal pm bahadur deuba will visit india next week
ଆସନ୍ତା ସପ୍ତାହରେ ତିନି ଦିନିଆ ଭାରତ ଗସ୍ତରେ ନେପାଳ ପ୍ରଧାନମନ୍ତ୍ରୀ ବାହାଦୂର ଦେଉବା

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ତିନି ଦିନିଆ ଭାରତ ଗସ୍ତରେ ଆସିବେ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବା। ଏନେଇ ଚୂଡାନ୍ତ କାର୍ଯ୍ୟସୂଚୀ ସ୍ଥିର କରାଯାଇ ନଥିବା ବେଳେ ଏପ୍ରିଲ 1ରୁ 3 ତାରିଖ ଯାଏଁ ଗସ୍ତ କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି।

ପ୍ରଧାନମନ୍ତ୍ରୀ ଶେର ବାହାଦୂର ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିବେ। ମୋଦିଙ୍କ ନିମନ୍ତ୍ରଣରେ ଦେଉବା ଭାରତ ଆସୁଛନ୍ତି। ତେବେ ତାଙ୍କ ଗସ୍ତ ନେଇ ଏଯାଏଁ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିନାହିଁ । ଗତ ବର୍ଷ ଜୁଲାଇରେ ନେପାଳ ପ୍ରଧାନମନ୍ତ୍ରୀ ଭାବେ ଶେର ବାହାଦୂର ଦାୟିତ୍ବ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ବିଦେଶ ଗସ୍ତ ହେବ।

@ANI

ABOUT THE AUTHOR

...view details