କାଠମାଣ୍ଡୁ: 4 ଭାରତୀୟଙ୍କ ସମେତ ମୋଟ 22 ଯାତ୍ରୀଙ୍କୁ ନେଇ ଉଡାଣ ଭରିବା ପରେ ନିଖୋଜ ହୋଇଯାଇଥିବା ନେପାଳ ବିମାନ ମୁସ୍ତାଙ୍ଗରେ ଠାବ ହୋଇଥିବା ପ୍ରାଥମିକ ଭାବେ ସୂଚନା ମିଳିଛି । ତେବେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି ନା ସୁରକ୍ଷିତ ରହିଛି ତାହା ବର୍ତ୍ତମାନ ସୁଦ୍ଧା ସରକାରୀ ଭାବେ ସ୍ପଷ୍ଟ ହୋଇପାରିନଥିବା ବେଳେ ଘଟଣାସ୍ଥଳକୁ ସେନା ଓ ଉଦ୍ଧାରକାରୀ ଟିମ ଯାତ୍ରା ଆରମ୍ଭ କରିଥିବା ନେପାଳର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
Nepal aircraft Missing: ଦୁର୍ଘଟଣାଗ୍ରସ୍ତ ଅବସ୍ଥାରେ ନିଖୋଜ ବିମାନ ଠାବ ! ଘଟଣାସ୍ଥଳକୁ ଗଲା ଉଦ୍ଧାରକାରୀ ଟିମ - ନିଖୋଜ ବିମାନ ଠାବ
ନିଖୋଜ ନେପାଳ ବିମାନ ମୁସ୍ତାଙ୍ଗରେ ଠାବ ସୂଚନା । ଦୁର୍ଘଟଣାଗ୍ରସ୍ତ ହୋଇଥିବା ସନ୍ଦେହ । ଘଟଣାସ୍ଥଳକୁ ଗଲା ଉଦ୍ଧାରକାରୀ ଟିମ । ଅଧିକ ପଢନ୍ତୁ
Nepal aircraft Missing: ଦୁର୍ଘଟଣାଗ୍ରସ୍ତ ଅବସ୍ଥାରେ ନିଖୋଜ ବିମାନ ଠାବ, ମୃତାହାତ ନେଇ ମିଳନି ସୂଚନା
ବିମାନ ଠାବ ହୋଇଥିବା ସ୍ଥାନର ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ସେନାକୁ ମିଳିଥିବା ସୂଚନା ଅନୁସାରେ ମୁସ୍ତାଙ୍ଗ ନିକଟବର୍ତ୍ତୀ ଲେଚମୀ ନଦୀ ନିକଟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଖସି ପଡିଛି । ସୂଚନା ପାଇବା ପରେ ସେନା ଘଟଣାସ୍ଥଳ ଅଭିମୁଖେ ଉଭୟ ସଡକ ପଥ ଓ ଆକାଶ ମାର୍ଗରେ ଯାତ୍ରା କରିଛନ୍ତି । ଦୁର୍ଘଟଣା ନେଇ ନେପାଳ ଉଡାଣ ବିଭାଗ କିମ୍ବା ସେନା ସରକାରୀ ଭାବେ କିଛି କହିନଥିବା ବେଳେ ଆଉ କିଛି ସମୟ ମଧ୍ୟରେ ଚିତ୍ର ସୂଚନା ସ୍ପଷ୍ଟ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ