ଡେରାଡୁନ:ଉତ୍ତରାଖଣ୍ଡର ଅନ୍ତର୍ଜାତୀୟ ସୀମାରେ ଚୀନର ଗତିବିଧିକୁ ନେଇ ବାରମ୍ବାର ଖବର ସାମ୍ନାକୁ ଆସିଛି । କିନ୍ତୁ ଗତ କିଛି ଦିନ ହେବ ଭାରତ-ନେପାଳ ସୀମାରେ ଏଭଳି ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ଫଳରେ ଉଭୟ ଦେଶ ମଧ୍ୟରେ ବିବାଦ ବୃଦ୍ଧି ପାଇଛି।
ସୂଚନା ଅନୁଯାୟୀ, ନେପାଳ ଗତ 12 ବର୍ଷ ଧରି ଚମ୍ବାବତ ସୀମାନ୍ତ ଅଞ୍ଚଳରେ ଭାରତର 5 ହେକ୍ଟର ଜମିକୁ ଦଖଲ କରିଆସୁଛି । ଯଦିଓ 2010 ମସିହାରେ ଏସସିବି ଦ୍ବାରା ଏହି ମାମଲାକୁ ନେଇ ଏକ ରିପୋର୍ଟ ଭାରତ ସରକାରଙ୍କୁ ପଠାଯାଇଥିଲା । କିନ୍ତୁ ଉତ୍ତରାଖଣ୍ଡ ବନ ବିଭାଗ ମଧ୍ୟ ରାଜ୍ୟ ସରକାରଙ୍କୁ ଏକ ରିପୋର୍ଟ ପ୍ରଦାନ କରିଛି । ଭାରତ-ନେପାଳ ମଧ୍ୟରେ ଉତ୍ତମ ସମ୍ପର୍କ ରହିଛି ଏବଂ ଭାରତ ପକ୍ଷରୁ ସମ୍ପର୍କ ସୁଦୃଢ କରିବାକୁ ଉଦ୍ୟମ ଜାରି ରହିଛି । କିନ୍ତୁ ଅନ୍ୟପଟେ ନେପାଳର ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି ।