କାଠମାଣ୍ଡୁ: ଭାରତ ଓ ଦକ୍ଷିଣ ଏସିଆ ଦେଶମାନଙ୍କରେ ବଢୁଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ବିଭିନ୍ନ ପଡୋଶୀ ଦେଶର ସୀମାରେ ଥିବା ଏଣ୍ଚ୍ରିପଏଣ୍ଟ ସିଲ କଲେ ନେପାଳ ସରକାର । ନେପାଳ ସୀମାକୁ ଲାଗିଥିବା ଏକାଧିକ ଦେଶର ସୀମାର ପ୍ରାୟ 22ଟି ପଏଣ୍ଟକୁ ନେପାଳ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି । ଦକ୍ଷିଣ ଏସିଆ ଦେଶମାନଙ୍କରେ ସଂକ୍ରମଣ ବଢୁଥିବା ଦେଖି ନେପାଳ ପ୍ରଶାସନ ଏପର ନିଷ୍ପତ୍ତି ନେଇଥିବା ସୂଚନା ରହିଛି । କିନ୍ତୁ ମଧ୍ୟରେ ଭାରତ ଓ ନେପାଳ ସୀମାରେ ଥିବା 13 ପୋଷ୍ଟ ମଧ୍ୟରେ ଯାତାୟତ ପୂର୍ବ ଭଳି ସ୍ବାଭାବିକ ରହିଛି ।
ଭାରତରେ କୋରୋନା ଭାଇରସର ଦୈନିକ ସଂକ୍ରମଣ ସଂଖ୍ୟା 4 ଲକ୍ଷ ଟପିଥିବାବେଳେ ମୃତ୍ୟୁ ସଂଖ୍ୟା 2 ଲକ୍ଷ 11 ହଜାର 8 ଶହ 53ରେ ପହଞ୍ଚିଛି । ସେହିପରି ଦେଶରେ ବର୍ତ୍ତମାନ ସମୁଦାୟ ସଂକ୍ରମଣ ପ୍ରାୟ 2 କୋଟିରେ ପହଞ୍ଚିଛି ।