ଓଡିଶା

odisha

ଭାରତ ଆସିବେ ନେପାଳ ସେନା ମୁଖ୍ୟ ଜେନେରାଲ ପ୍ରଭୁ ରାମ ଶର୍ମା

By

Published : Oct 29, 2021, 10:58 AM IST

ଭାରତ ଆସିବେ ନେପାଳ ସେନା ମୁଖ୍ୟ ଜେନେରାଲ ପ୍ରଭୁ ରାମ ଶର୍ମା । ଆସନ୍ତା ନଭେମ୍ବର ଦ୍ବିତୀୟ ସପ୍ତାହରେ ସେ ଭାରତ ଗସ୍ତରେ ଆସିବେ । ଅଧିକ ପଢନ୍ତୁ...

ଭାରତ ଆସିବେ ନେପାଳ ସେନା ମୁଖ୍ୟ ଜେନେରାଲ ପ୍ରଭୁ ରାମ ଶର୍ମା
ଭାରତ ଆସିବେ ନେପାଳ ସେନା ମୁଖ୍ୟ ଜେନେରାଲ ପ୍ରଭୁ ରାମ ଶର୍ମା

ନୂଆଦିଲ୍ଲୀ: ଭାରତ ଆସିବେ ନେପାଳ ସେନା ମୁଖ୍ୟ ଜେନେରାଲ ପ୍ରଭୁ ରାମ ଶର୍ମା । ଆସନ୍ତା ନଭେମ୍ବର ଦ୍ବିତୀୟ ସପ୍ତାହରେ ସେ ଆସିବେ । ନଭେମ୍ବର 9 ରୁ 12 ମଧ୍ୟରେ ସେ ଭାରତ ଗସ୍ତ କରିବାର ସୂଚନା ମିଳିଛି । ଗସ୍ତ ସମୟରେ ଜେନେରାଲ ପ୍ରଭୁ ରାମ ଶର୍ମା ଭାରତୀୟ ସେନାର ଜେନେରାଲ ମାନ୍ୟତା ପ୍ରଦାନ କରାଯିବ । ସେ ତାଙ୍କ ପ୍ରତିପକ୍ଷ ଜେନେରାଲ ଏମଏମ ନରୱାଣେ ଏବଂ ଅନ୍ୟାନ୍ୟ ସେନା ଅଧିକାରୀଙ୍କ ସହ ସାକ୍ଷାତ କରିବେ ।

ଅକ୍ଟୋବର 28ରୁ ଆରମ୍ଭ ହୋଇଥିବା ବେଙ୍ଗାଲୁରୁରେ ବରିଷ୍ଠ ଅଧିକାରୀଙ୍କ ଦୁଇ ଦିନିଆ ପରାମର୍ଶଦାତା ବୈଠକରେ ଦ୍ୱିପାକ୍ଷିକ ସୁରକ୍ଷା ସମ୍ବନ୍ଧରେ ମଧ୍ୟ ଚର୍ଚ୍ଚା କରାଯିବ । ଏହାସହ ପ୍ରତିରକ୍ଷା ତାଲିମ ଏବଂ ଦକ୍ଷତା ବିକାଶ ସହ ଭାରତ ଏବଂ ନେପାଳ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ନେପାଳ-ଭାରତ ଦ୍ୱିପାକ୍ଷିକ ପରାମର୍ଶଦାତା ଗୋଷ୍ଠୀର ସୁରକ୍ଷା ପ୍ରସଙ୍ଗରେ ଅକ୍ଟୋବର 28 ଓ 29 ରୁ ବେଙ୍ଗାଲୁରୁରେ ବୈଠକ ଆରମ୍ଭ ହୋଇଛି । ଏନେଇ ନେପାଳ ସେନା ଦ୍ବାରା ଜାରି ହୋଇଥିବା ଏକ ପ୍ରେସ ବିଜ୍ଞପ୍ତି ଯୋଗେ ସୂଚନା ଦିଆଯାଇଛି । ଦୁଇ ବର୍ଷ ପୂର୍ବେ ନୂଆଦିଲ୍ଲୀରେ ଏହି ବୈଠକ ଅନୁଷ୍ଠିତ ହେବାର ଥିଲା । କିନ୍ତୁ ମହାମାରୀ ହେତୁ ଏହାକୁ ସ୍ଥଗିତ ରଖାଯାଇଥିଲା ।

ନେପାଳର ଏକ ପ୍ରତିନିଧୀ ଦଳ ବୈଠକରେ ଭାଗ ନେବାକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବଙ୍କ ନେତୃତ୍ୱରେ ବେଙ୍ଗାଲୁରୁ ଗସ୍ତ କରିବେ । ସେହିପରି ଭାରତ ପକ୍ଷରୁ ମଧ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ଗସ୍ତ କରିବ । ତାଲିମ ଏବଂ ଦକ୍ଷତା ବିକାଶ ସହ ଜଡିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପାଇଁ ଅଂଶଗ୍ରହଣ କରିବ । ଦ୍ୱିପାକ୍ଷିକ ସୁରକ୍ଷା ସହ ଜଡିତ ଆଲୋଚନା ପାଇଁ 2003ରେ ନେପାଳ-ଭାରତ ଦ୍ୱିପାକ୍ଷିକ ପରାମର୍ଶଦାତା ଗୋଷ୍ଠୀ ଗଠନ କରାଯାଇଥିଲା ।

ABOUT THE AUTHOR

...view details