ଓଡିଶା

odisha

ETV Bharat / bharat

Nepal air crash: ନେପାଳ ଏୟାର କ୍ରାସରେ ପ୍ରଧାନମନ୍ତ୍ରୀଙ୍କ ଶୋକ - ନେପାଳ ଏୟାର କ୍ରାସରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନେପାଳ ଏୟାର କ୍ରାସରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 5 ଭାରତୀୟଙ୍କ ସମତେ ପ୍ରାଣ ହରାଇଛନ୍ତି 68 । ଏବେ ବି ସର୍ଚ୍ଚ ଅପରେସନ ଜାରି । ଅଧିକ ପଢନ୍ତୁ

ନେପାଳ ଏୟାର କ୍ରାସରେ ପ୍ରଧାନମନ୍ତ୍ରୀଙ୍କ ଶୋକ
ନେପାଳ ଏୟାର କ୍ରାସରେ ପ୍ରଧାନମନ୍ତ୍ରୀଙ୍କ ଶୋକ

By

Published : Jan 15, 2023, 11:01 PM IST

ହାଇଦ୍ରାବାଦ:ନେପାଳ କାଠମାଣ୍ଡୁରେ ଘଟିଥିବା ବିମାନ ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ଏନେଇ ଟ୍ବିଟ କରିଛନ୍ତି । ପ୍ରଧାନମନ୍ତ୍ରୀ ଟ୍ବିଟରେ ଲେଖିଛନ୍ତି,‘‘ନେପାଳରେ ଘଟିଥିବା ଦୁଃଖଦ ବିମାନ ଦୁର୍ଘଟଣା ଅତ୍ୟନ୍ତ ଯନ୍ତ୍ରଣାଦାୟକ । ଏପରି ସମୟରେ ପୀଡିତ ପରିବାର ପ୍ରତି ମୋର ସମବେଦନା ଓ ଶୋକ ସନ୍ତପ୍ତ ପରିବାର ପାଇଁ ମୁଁ ପ୍ରାର୍ଥନା କରୁଛି ।

ଆଜି(ରବିବାର) ହୋଇଥିବା ଦୁର୍ଘଟଣାରେ ମୋଟ 68ଜଣଙ୍କ ପ୍ରାଣହାନୀ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ 5 ଜଣ ଭାରତୀୟ ନାଗରିକ । ସେମାନଙ୍କ ପରିଚୟ ସ୍ପଷ୍ଟ କରିବା ପାଇଁ ପ୍ରୟାସ ଜାରି ରହିଛି । ବର୍ତ୍ତମାନର ମୃତ୍ୟୁସଂଖ୍ୟା ନେଇ ନେପାଳ ବେସାମରିକ ଉଡାଣ ମନ୍ତ୍ରଣାଳୟ ସୂଚନା ଦେଇଛି । ଅନ୍ୟପଟେ ଭାରତୀୟ ନାଗରିକଙ୍କ ମୃତ୍ୟୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଶୋକ ପ୍ରକାଶ କରିଛି । ନେପାଳରେ ଅବସ୍ଥାପିତ ଭାରତୀୟ ଦୂତାବାସ ମଧ୍ୟ ଏକ ହେଲ୍ପଲାଇନ ନମ୍ବର ଜାରି କରିଥିଲା ।

ଆଜି ସଂଧ୍ୟା ସୁଦ୍ଧା ଉଦ୍ଧାର ଅପରେସନ ଜାରି ରହିଥିଲେ ସୁଦ୍ଧା, ସମସ୍ତ ମୃତଦେହ ଉଦ୍ଧାର କରାଯାଇପାରିନାହିଁ । ଅନ୍ଧାର ହୋଇଯିବା କାରଣରୁ ଉଦ୍ଧାର ଅପରେସନକୁ ସ୍ଥିଗତ ରଖାଯାଇଛି । ଆସନ୍ତାକାଲି ସକାଳୁ ପୁଣି ଥରେ ସର୍ଚ୍ଚ ଅପରେସନ ଆରମ୍ଭ ହେବ । ନେପାଳ ସେନା ଏହି ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନ ଜାରି ରଖିଛି । ବିମାନରେ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ 72 ଯାତ୍ରୀ ଥିବା ବେଳେ ପ୍ରାୟ ସମସ୍ତଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଥିଲେ ସୁଦ୍ଧା ସମସ୍ତ ମୃତଦେହ ଠାବ ହୋଇନଥିବାରୁ ଔପଚାରିକ ଭାବେ ନେପାଳ ସରକାର କିଛି ଘୋଷଣା କରିନାହାନ୍ତି । କାଲି ଅପରେସନ ଶେଷ ହେବା ପରେ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ନେଇ ଚୂଡାନ୍ତ ଘୋଷଣା କରାଯାଇପାରେ । ଅନ୍ୟପଟେ ବିମାନର ଦୁର୍ଘଟଣା ନେଇ ମଧ୍ୟ କୌଣସି କାରଣ ସାମ୍ନାକୁ ଆସିନଥିବା ବେଳେ ତଦନ୍ତ ଜାରି ରହିଛି ।

68ଜଣ ଯାତ୍ରୀ ଓ 4ଜଣ କ୍ରୁ ସଦସ୍ୟଙ୍କୁ ନେଇ ରାଜଧାନୀ କାଠମାଣ୍ଡୁ ବିମାନ ବନ୍ଦରରୁ ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦର ଅଭିମୁଖେ ଉଡାଣ ଭରିଥିବା ୟେତି ଏୟାରଲାଇନ୍ସ 9 ଏନଏନସି-72 ବିମାନଟି ପୂର୍ବାହ୍ନ 10ଟା 33ରେ ଦୁର୍ଘଟଣାର ଶିକାର ହୋଇଥିଲା । ପୋଖରା ବିମାନ ବନ୍ଦରରେ ଲ୍ୟାଣ୍ଡିଂ କରିବା ବେଳେ ବିମାନଟି ଖସି ପଡି ଜଳି ଯାଇଥିଲା । ତେବେ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନାହିଁ । ପ୍ରାୟ ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details