ଓଡିଶା

odisha

ETV Bharat / bharat

2020 ଶିକ୍ଷାନୀତିକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ରାହୁଲ - ରାହୁଲ ଗାନ୍ଧୀ

ଶିକ୍ଷକ ଓ ଛାତ୍ରମାନଙ୍କ ବିନା ପରାମର୍ଶରେ ଜାତୀୟ ଶିକ୍ଷା ନୀତି 2020ର ସଂଶୋଧନକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିରୋଧ କରିବା ସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଅଧିକ ପଢନ୍ତୁ...

2020 ଶିକ୍ଷାନୀତିକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ରାହୁଲ
2020 ଶିକ୍ଷାନୀତିକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ରାହୁଲ

By

Published : Feb 28, 2021, 7:30 PM IST

ଚେନ୍ନାଇ: ଶିକ୍ଷକ ଓ ଛାତ୍ରମାନଙ୍କ ବିନା ପରାମର୍ଶରେ ଜାତୀୟ ଶିକ୍ଷା ନୀତି 2020ର ସଂଶୋଧନକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିରୋଧ କରିବା ସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି । ସମାଜରେ ଏକ ନିର୍ଦ୍ଦିଷ୍ଟ ଚିନ୍ତାଧାରା ବା ବିଚାରଧାରାକୁ ଭାରତୀୟ ସମାଜରେ ପ୍ରବେଶ କରାଇବା ପାଇଁ ବିଜେପି ଦ୍ବାରା ଏହି ଶିକ୍ଷାନୀତି ବ୍ୟବହାର କରିବାକୁ ଯାଉଛି ବୋଲି ଅଭିଯୋଗ କରିଛନ୍ତି ରାହୁଲ । ତାମିଲନାଡୁ ଗସ୍ତରେ ଥିବା ବେଳେ ସେ ଏପରି ପ୍ରସଙ୍ଗରେ କେନ୍ଦ୍ର ଉପରେ ବର୍ଷିଥିବା ଦେଖିବାକୁ ମିଳିଛି ।

ଏକ ଶିକ୍ଷା ବ୍ୟବସ୍ଥା ଆମର ଛାତ୍ରଛାତ୍ରୀଙ୍କ ପାଇଁ ଅଟେ ଏବଂ ଏହା ଆମ ଶିକ୍ଷକମାନଙ୍କ ଦ୍ବାରା ପରିଚାଳିତ ହୋଇଥାଏ । ଯଦି ସରକାର ଶିକ୍ଷା ବ୍ୟବସ୍ଥା ପାଇଁ କୌଣସି ନୀତି ପ୍ରସ୍ତୁତ କିମ୍ବା ପରିବର୍ତ୍ତନ କରିବାକୁ ଯାଉଛନ୍ତି, ତେବେ ଏହା ଛାତ୍ର ଓ ଶିକ୍ଷାବିତଙ୍କଙ୍କ ସହ ଆଲୋଚନା କରିବା ସହ ପରାମର୍ଶ ନେବାକୁ ପଡିବ । ଦୁର୍ଭାଗ୍ୟବଶତଃ କେନ୍ଦ୍ର ସରକାର ଏପରି କରିନାହାନ୍ତି । କେବଳ ଏକତରଫା ଭାବେ କେନ୍ଦ୍ର ଶିକ୍ଷାନୀତିକୁ ନେଇ ନିଷ୍ପତ୍ତି ନେଉଥିବା ଅଭିଯୋଗ କରିଛନ୍ତି ରାହୁଲ ।

ରାହୁଲ ଗାନ୍ଧୀ ଆହୁରି କହିଛନ୍ତି ଯେ ଯେତେବେଳେ କଂଗ୍ରେସ ଦଳ ରାଜ୍ୟରେ କ୍ଷମତାକୁ ଆସିବ, ସେମାନେ ଶିକ୍ଷା କ୍ଷେତ୍ରରେ ଛାତ୍ରବୃତ୍ତି ପାଇଁ ଆଗେଇ ଆସିବେ । ଶିକ୍ଷା କେବଳ ଆର୍ଥିକ ଦୃଷ୍ଟିରୁ ଶକ୍ତିଶାଳୀ ଲୋକଙ୍କ ପାଇଁ ହେବା ଉଚିତ୍ ବୋଲି ସେ ବିଶ୍ବାସ କରନ୍ତି ନାହିଁ ଓ ଯେତେବେଳେ କଂଗ୍ରେସ କ୍ଷମତାକୁ ଆସିବ, ସେତେବେଳେ ଶିକ୍ଷା କ୍ଷେତ୍ରରେ ଛାତ୍ରବୃତ୍ତି ପାଇଁ ବ୍ୟବସ୍ଥା କରାଯିବା ନେଇ କହିଛନ୍ତି ରାହୁଲ ।

2020 କେନ୍ଦ୍ର ସରକାର ଜାତୀୟ ଶିକ୍ଷାନୀତି ଆଣିବା ପରେ ଭାଷା ବିବାଦକୁ ନେଇ ଦକ୍ଷିଣ ଭାରତର କିଛି ରାଜ୍ୟ ଏହି ଶିକ୍ଷା ସଂସ୍କାର ନୀତିକୁ ବିରୋଧ କରିଥିବା ଦେଖାଦେଇଥିଲା । ସେହି କ୍ରମରେ ତାମିଲନାଡୁ ମଧ୍ୟ କେନ୍ଦ୍ର ଶିକ୍ଷାନୀତିକୁ ବିରୋଧ କରିଥିବା ଦେଖିବାକୁ ମିଳିଥିଲା । ତେବେ ତାମିଲନାଡୁରେ ନିର୍ବାଚନ ଥିବାବେଳେ ପୁଣିଥରେ ଏହି ପ୍ରସଙ୍ଗ ଉଠାଇଛନ୍ତି ରାହୁଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details